ଦିଗପହଣ୍ଡିରେ ଲକ୍‌ଡାଉନ କଟକଣାକୁ ବେଖାତିର୍‌: ୩ ଦୋକାନ ସିଲ୍‌ କଲା ପ୍ରଶାସନ

ଦିଗପହଣ୍ଡି,୨।୭(ଡି.ଏନ୍‌.ଏ.): କରୋନା ମହାମାରୀ ବିପର୍ଯ୍ୟୟ ସମୟରେ ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀତ କୋଭିଡ ନିୟମକୁ ଉଲ୍ଲଂଘନ କରୁଛନ୍ତି ବ୍ୟବସାୟୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡିର ୩ଟି ଦୋକାନକୁ ସ୍ଥାନୀୟ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ଉପସ୍ଥିତିରେ ସିଲ୍‌ କରାଯାଇଛି। ଆଇଆଇସି ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ବସଷ୍ଟାଣ୍ଡ ଅଞ୍ଚଳରେ ପୂର୍ବାହ୍ନରେ ପାଟ୍ରୋଲିଂ କରୁଥିବା ବେଳେ ନିର୍ଦ୍ଦିଷ୍ଟ ପରିବା ଦୋକାନ, ଗ୍ରୋସରୀ ଦୋକାନ ସମେତ ପୁଞ୍ଜିକଁୟା ଛକ ନିକଟ ମୁଖ୍ୟ ରାସ୍ତାକଡ଼ରେ ଥିବା ଶିବମ୍‌ ଡ୍ରେସ୍‌ ଦୋକାନରେ ବହୁ ସଂଖ୍ୟାରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ଗ୍ରାହକମାନେ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିବାସହ ଅଧିକାଂଶ ମାସ୍କ ମଧ୍ୟ ପିନ୍ଧି ନ ଥିଲେ। ଦୋକାନୀମାନେ ମଧ୍ୟ ପାଖରେ ସାନିଟାଇଜର ରଖି ନ ଥିବା ବେଳେ ଗ୍ଲୋବସ ମଧ୍ୟ ନ ପିନ୍ଧି ବ୍ୟବସାୟ କରୁଥିଲେ। ଏ ନେଇ ଆଇଆଇସି ଉକ୍ତ ଦୋକାନଗୁଡ଼ିକୁ ବନ୍ଦ କରିଦେଇଥିଲେ। ଖବର ପାଇ ନିର୍ବାହୀ ଅଧିକାରୀ ଓ ତାଙ୍କ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୋକାନଗୁଡିକୁ ସିଲ କରିଦେଇଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ଦେକାନଗୁଡିକ ସିଲ୍‌ ରହିବ। ପରେ ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଦୋକାନୀ ମାଲିକ ନିର୍ଦ୍ଧାରିତ ସିକାରୋକ୍ତି ପ୍ରଦାନ ସହ ଜରିମାନା ଦାଖଲ କରିବାପରେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ବୋଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri