ସମ୍ବିଧାନ ସୁରକ୍ଷିତ ରହିଲେ, ସୁରକ୍ଷିତ ରହିବ ଗଣତନ୍ତ୍ର

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରା ପକ୍ଷରୁ ରବିବାର ସନ୍ଧ୍ୟାରେ ସମ୍ବିଧାନର ମୁଖବନ୍ଧରୁ ଧର୍ମ ନିରପେକ୍ଷତା ଓ ସମାଜବାଦ ଶବ୍ଦର ଉଚ୍ଛେଦ କେତେ ଯଥାର୍ଥ? ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଯାଇଛି । ଏଥିରେ ପାଠାଗାର ସଭାପତି ନିରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିଲେ। ଭଞ୍ଜନଗର ବାର ଏସୋସିଏସନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୭୬ ମସିହାରେ ସମାଜବାଦ ଓ ଧର୍ମନିରପେକ୍ଷ ଦୁଇଟି ଶବ୍ଦ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯାଇଛି। ସମ୍ବିଧାନ ସୁରକ୍ଷିତ ରହିଲେ ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ବରିଷ୍ଠ ଆଇନଜୀବୀ ଅଭିମନ୍ୟୁ ଗୌଡ଼ ଆଲୋଚନା କହିଥିଲେ, ସୁପ୍ରିମକୋର୍ଟରେ ଉକ୍ତ ଶବ୍ଦ ଦୁଇଟିକୁ ସମ୍ବିଧାନର ମୁଖବନ୍ଧରୁ ଉଚ୍ଛେଦ ପାଇଁ ମକଦ୍ଦମା ହୋଇଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥାନିତ ଶବ୍ଦ ଦୁଇଟି ସମ୍ବିଧାନର ମୂଳ ଢାଞ୍ଚାର ବ୍ୟତିକ୍ରମ ନୁହେଁ, ବୋଲି କହି ମକଦ୍ଦମା ଖାରଜ କରିଦେଇଛନ୍ତି । ବର୍ତ୍ତମାନର ଶାସକମାନେ ଧର୍ମକୁ ରାଜନୀତି ସହିତ ଯୋଡି ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଯୋଗ ଦେଉଛନ୍ତି । ଫଳରେ ସମ୍ବିଧାନର ମୌଳିକ ଧାରାକୁ ଏହା ଆଘାତ ଦେଉଛି । ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁ କହିଥିଲେ, ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ହୋଇଥିବା ଉକ୍ତ ଦୁଇଟି ଶବ୍ଦକୁ ଉଚ୍ଛେଦ କରିବା ଅନାବଶ୍ୟକ। ଧର୍ମ ହେଉଛି ଜୀବନର ଅନୁସରଣ । ରାଷ୍ଟ୍ରର ନିର୍ଦ୍ଦିଷ୍ଟ ଧର୍ମ ନାହିଁ।

ସମ୍ମାନୀୟ ଅତିଥି ଭାବେ କବି ପ୍ରଶାନ୍ତ ମହାନ୍ତି ଯୋଗଦେଇ କହିଥିଲେ ଯେ, ଭାରତର ସାଧୀନତା ଆନ୍ଦୋଳନରେ ଜାତି, ସମ୍ପ୍ରଦାୟ ଓ ଧର୍ମ ନିର୍ବିଶେଷରେ ସମସ୍ତ ଭାରତୀୟ ଉପ ନିବେଶବାଦୀ ଇଂରେଜମାନଙ୍କ ବିରୁଦ୍ଧ ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ । ତେଣୁ ସବୁ ଧର୍ମ ସମ୍ପ୍ରଦାୟକୁ ସମ୍ମାନ ଜଣାଇ ସମ୍ବିଧାନ ପ୍ରଣେତାମାନେ ଧର୍ମ ନିରପେକ୍ଷ ଦୂଷ୍ଟିଭଙ୍ଗୀକୁ ସମ୍ବିଧାନରେ ସ୍ଥାନିତ କରିଛନ୍ତି। ଆଜି ଯେଉଁମାନେ ଏହାକୁ ଉଚ୍ଛେଦ କରିବାକୁ ଦାବି କରୁଛନ୍ତି, ସେମାନଙ୍କର ସାଧୀନତା ଆନ୍ଦୋଳନରେ କିଛି ଭୂମିକା ନ ଥିଲା।

ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ କହିଥିଲେ ଯେ, ସାମାଜିକ ଭାବେ ଶୋଷିତ, ଘୃଣିତ ପଛୁଆ ଓ ଅନଗ୍ରସର ଏବଂ ସଂଖ୍ୟାଲଘୁ ଲୋକମାନଙ୍କୁ ସାମାଜିକ ବୈଷମ୍ୟରୁ ମୁକ୍ତି ନିମିତ୍ତ ଓ ସେମାନଙ୍କୁ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ଆମ ସମ୍ବିଧାନର ମୌଳିକ ଲକ୍ଷ୍ୟ। ତେଣୁ ଉକ୍ତ ଦୁଇଟି ଶବ୍ଦ ସମ୍ବିଧାନର ମୁଖବନ୍ଧରେ ରହିବା ଯଥାର୍ଥ ବୋଲି ପ୍ରକାଶ କରୁଥିଲେ। ଆମ୍ବେଦକର ବିଚାର ମଂଚର ରାଜ୍ୟ ସ୍ତରୀୟ ସଂଗଠକ ସୁଧୀର ନାୟକ କହିଥିଲେ ଯେ, ଦଳିତ ଓ ଅନଗ୍ରସର ବର୍ଗଙ୍କୁ ରାଜନୈତିକ ସୁବିଧା ସୁଯୋଗ ସହିତ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା କଥା ଡ. ଭି. ଆର ଆମ୍ବେଦକରଙ୍କର ଦୃଷ୍ଟିଭଙ୍ଗୀ ଥିଲା। ତେଣୁ ଏହାର ବ୍ୟତିକ୍ରମ ହେଲେ ଉପେକ୍ଷିତ ସମ୍ପ୍ରଦାୟ ପ୍ରଚଳିତ ଶାସନ ବ୍ୟବସ୍ଥାର ଅନ୍ତଘଟାଇବାକୁ ଚେଷ୍ଟିତ ହେବେ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ, ନିରଞ୍ଜନ ପ୍ରଧାନ ଓ ସମ୍ପାଦକ ଭଞ୍ଜ କିଶୋର୍‌ ପ୍ରଧାନ ଆଲୋଚନାରେ ଅଂଶ ଗ୍ରହଣ କରି କହିଥିଲେ ଯେ, ୧୯୭୩ ମସିହାର କେଶବାନନ୍ଦ ଭାରତୀ ମକଦ୍ଦମାର ରାୟ ପରିପ୍ରେକ୍ଷିରେ ସମ୍ବିଧାନର ମୌଳିକ ଢାଞ୍ଚାର ର୍ନିଦ୍ଧାରଣ ହୋଇଯାଇଛି । ତଦନୁଯାୟୀ ଧର୍ମ ନିରପେକ୍ଷ ଓ ସମାଜବାଦ ଦୁଇଟି ଶବ୍ଦ ସମ୍ବିଧାନର ମୌଳିକ ଢାଞ୍ଚାର ଅଂଶ ବିଶେଷ ହୋଇଥିବା ଯୋଗୁଁ ଏହାର ଉଚ୍ଛେଦ ହେବା ଅନୁଚିତ। ସମ୍ବିଧାନର ମୌଳିକ ଢାଞ୍ଚାର ପରିବର୍ତ୍ତନ କରିବାର ପ୍ରୟାସ ଅର୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନ ପ୍ରତି ବିପଦର ସତର୍କ ଘଣ୍ଟି।

ଶିକ୍ଷକ ଜୟରାମ ଗୌଡ଼, ଅବସରପ୍ରାପ୍ତ ମୁଖ୍ୟ କିରାଣୀ ତାରିଣୀ ନାୟକ, ଶିକ୍ଷକ ଅରବିନ୍ଦ ସାହୁ, କୃଷ୍ଣ ବାଡତ୍ୟା, ଆମ୍ବେଦକର ବିଚାର ମଞ୍ଚର କର୍ମକର୍ତ୍ତା ପଞ୍ଚାନନ ନାୟକ , ସାହେବ ନାୟକ ଓ ଛାତ୍ର ଉତ୍ତମ ପ୍ରଧାନ ସମେତ ଅନ୍ୟମାନେ ଏ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?