ସ୍ବମନ୍ଦିର ଫେରିଲେ ଦେବଦମ୍ପତି

ପୁରୁଣା ଭୁବନେଶ୍ୱର, ୧୭ା୬ (ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜ ମହାଦେବଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଶ୍ରୀଜୀଉ ବୁଧବାର ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏ ନେଇ ପ୍ରାତଃରୁ ମନ୍ଦିରରେ ଆଳତି ଅବକାଶ ସରିବା ପରେ କେଦାରଗୌରୀ ମନ୍ଦିରରେ ଶ୍ରୀଲିଙ୍ଗରାଜଙ୍କ ଆଳତି ଅବକାଶ କରାଯାଇଥିଲା। ପରେ ରୋଷ ହୋମ, ମହାସ୍ନାନ ବେଶ କରାଯାଇ ଦୈନିକ ନୀତି ଭୋଗ ମଣ୍ଡପ ସରିବା ପରେ କେଦାରଗୌରୀ ମନ୍ଦିରରେ ସକାଳ ଧୂପ ମୁଅଁା ଭୋଗ ହୋଇଥିଲା। ମନ୍ଦିରରେ ଦ୍ୱିପ୍ରହର ଧୂପ ସରିବା ପରେ ସେଠାରେ ପୁନଃ ଦ୍ୱିପ୍ରହର ଧୂପ ହୋଇଥିଲା। ଅନ୍ୟପଟେ ମନ୍ଦିରରେ ସନ୍ଧ୍ୟାଧୂପ ସରିବା ପରେ କେଦାରଗୌରୀ ମନ୍ଦିରରେ ଶ୍ରୀଲିଙ୍ଗରାଜଙ୍କ ନିକଟରେ ସନ୍ଧ୍ୟା ଧୂପ ହୋଇଥିଲା। ଏହାପରେ କେଦାରଗୌରୀଙ୍କ ନିକଟରେ ୨ ବଢ଼ା ମୁଅଁା ଭୋଗ କରାଯାଇ କେଦାରେଶ୍ୱର ଏବଂ ଲିଙ୍ଗରାଜଙ୍କ ନିକଟରେ ଭେଟ ଆଳତି କରାଯାଇଥିଲା। ପରେ ଶ୍ରୀଜୀଉମାନେ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ବିଜେ କରିଥିଲେ। ଡୋରି ଲାଗିସାରିବା ପରେ ବଟାରେ ହଳଦୀ ପାଣି ପ୍ରସ୍ତୁତ କରାଯାଇଥିଲା।
ଉକ୍ତ ହଳଦୀ ପାଣିକୁ ପୂଜା ପଣ୍ଡାକୁ ସେବକ ସଂସ୍କାର କରି ଶ୍ରୀଜୀଉଙ୍କ ଉପରେ ସିଞ୍ଚନ କରିଥିଲେ। ଏହାପରେ ଶ୍ରୀଜୀଉମାନେ ସେବାୟତଙ୍କ ଉପସ୍ଥିତିରେ ଶ୍ୱଶୁରଘରୁ ଯୌତୁକସ୍ବରୂପ ଇନ୍ଦ୍ରହସ୍ତୀ ସହ ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ଦିର ଫେରିବା ବାଟରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ପାଟ ଅନୁକୂଳ ବଡୁ ସାହ, ବଡ଼ୁ ନିଯୋଗ, ପଥୁରିଆ ବଡୁସାହରେ ଭୋଗ ଖାଇ ମନ୍ଦିରକୁ ଫେରିଥିଲେ। ଅନ୍ୟପଟେ ପ୍ରଶାସନର ସହଯୋଗ ଅଭାବରୁ କପିଳେଶ୍ୱର ଦେବ ଏହି ବିବାହ ଉତ୍ସବରେ ଯୋଗ ଦେଇ ନ ଥିଲେ। ଫଳରେ ଶ୍ରୀଲିଙ୍ଗରାଜଙ୍କ ତରଫରୁ ମର୍ଯ୍ୟାଦା ଦିଆଯାଇପାରି ନ ଥିଲା। ଯାହାକୁ ନେଇ ସାଧାରଣରେ ନାନା ଅସନ୍ତୋଷ ଦେଖାଯାଇଥିଲା। ସେହିପରି ଶ୍ରୀଜୀଉଙ୍କୁ ଆଣିବା ସମୟରେ ମନ୍ଦିରରେ, ବରଯାତ୍ରୀରେ ସେବାୟତମାନେ ମାସ୍କ ପିନ୍ଧି ନ ଥିଲେ। ଶୋଭାଯାତ୍ରାରେ ତେଲିଙ୍ଗି ବାଜା, ରୋଶଣି ବାରଣ ଥିବାବେଳେ ବହୁ ଜୋରସୋରରେ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri