Posted inଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌, ଭାରତ-ପାକିସ୍ତାନ ମ୍ୟାଚ ଆଜି

କେପ୍‌ଟାଉନ୍‌, ୧୨ା୨: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଭାରତ ଏହାର ଓପନିଂ ମ୍ୟାଚରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ଦୁଇ ଦଳ ମଧ୍ୟରେ ଖେଳ ସର୍ବଦା ଉତ୍ସାହ ସୃଷ୍ଟି କରିଥାଏ। ଭାରତ ଏକ ଉନ୍ନତ ଦଳ ହୋଇଥିବାରୁ ମ୍ୟାଚ ହୁଏତ ସେତେଟା ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇ ନ ପାରେ। କିନ୍ତୁ ଗତବର୍ଷ ଏସିଆ କପ୍‌ରେ ଭାରତ ବିପକ୍ଷରେ ପାକିସ୍ତାନ ଉନ୍ନତ ପ୍ରଦର୍ଶନ କରିଥିଲା। ବିଶ୍ୱକପ୍‌କୁ ଆସିବା ପୂର୍ବରୁ ଭାରତ ନିକଟରେ ଅନୁଷ୍ଠିତ ଏକ ତ୍ରିରାଷ୍ଟ୍ରୀୟ ସିରିଜ ଫାଇନାଲରେ ଜିତିବା ସ୍ଥିତିରେ ଥାଇ ଦକ୍ଷିଣ ଆଫ୍ରିକାଠାରୁ ଅଳ୍ପକେ ହାରିଯାଇଥିଲା। ଦଳ ଆହୁରି ମଧ୍ୟ ବାଂଲାଦେଶକୁ ପରାସ୍ତ କରିବା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚ ହାରିଯାଇଥିଲା। ଭାରତ ପୁଣି ଆଇସିସି ଇଭେଣ୍ଟ ସେମିଫାଇନାଲରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି। କିନ୍ତୁ ସେମାନଙ୍କୁ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ହେଲେ ଖେଳର ସମସ୍ତ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ପଡ଼ିବ। ରେଣୁକା ସିଂଙ୍କୁ ଛାଡ଼ିଦେଲେ ବୋଲିଂ ୟୁନିଟ୍‌ ଉପରେ ଭରସା କରି ହେଉନାହିଁ। ଗତମାସରେ ଦଳକୁ ପ୍ରତ୍ୟାବର୍ତ୍ତନ ପରେ ଭେଟେରାନ ଶିକ୍ଷା ପାଣ୍ଡେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଉଇକେଟ ନେବାରେ ସକ୍ଷମ ହୋଇପାରି ନାହାନ୍ତି। ବର୍ତ୍ତମାନ ସ୍ପିନରମାନେ ମଧ୍ୟ ଆଶାନୁରୂପ ବୋଲିଂ କରିପାରୁ ନାହାନ୍ତି। ଓପନିଂ ଗେମ୍‌ ପୂର୍ବରୁ ଅଧିନାୟିକା ହରମନପ୍ରୀତ୍‌ କୌର (କାନ୍ଧ) ଓ ସ୍ମୃତି ମନ୍ଧାନା (ଆଙ୍ଗୁଠି) ଆଘାତପ୍ରାପ୍ତ ହୋଇଥିବାରୁ ଦଳ ପାଇଁ ଏହା ଚିନ୍ତାର ବିଷୟବସ୍ତୁ ପାଲଟିଛି। ଦୁହେଁି ସିନିୟର ଖେଳାଳି, ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମନ୍ଧାନା ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରିବେ ନାହିଁ ବୋଲି ଶନିବାର ଦଳ ଓ୍ବାର୍ମଅପ୍‌ ସେସନ ପରେ ସ୍ପଷ୍ଟ ହୋଇଛି। ନିକଟରେ ଶେଫାଳୀ ବର୍ମାଙ୍କ ନେତୃତ୍ୱରେ ଭାରତ ଉଦ୍‌ଘାଟନୀ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଟାଇଟଲ ଜିତିଛି। ସେ ସ୍ଥିର ପ୍ରଦର୍ଶନ କରିପାରୁ ନାହାନ୍ତି ବୋଲି ଯେଉଁମାନେ ସନ୍ଦେହ କରୁଛନ୍ତି ତାହା ମିଥ୍ୟା ପ୍ରମାଣିତ କରିବାକୁ ସେ ଚାହିଁବେ। ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିବାରୁ ଜେମିମା ରୋଡ୍ରିଗୁଏଜ୍‌ ଚାପରେ ରହିବା ସ୍ବାଭାବିକ। ପେସ୍‌ ବୋଲିଂ ଅଲରାଉଣ୍ଡର ପୂଜା ବସ୍ତ୍ରକାରଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ଅନ୍ୟପକ୍ଷରେ ପାକିସ୍ତାନ ନିଦା ଦାର୍‌ଙ୍କ ପ୍ରଦର୍ଶନ ଉପରେ ବିଶେଷ ନିର୍ଭରଶୀଳ। ପ୍ରତିଯୋଗିତା ପୂର୍ବରୁ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ସିରିଜ ଖେଳିଛି। ଓପନିଂ ଓ୍ବାର୍ମଅପ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲେ ମଧ୍ୟ ପରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?