Posted inଫୁରସତ

ରାତିରେ ଜଳୁଥିବା ଛତୁ

ପୃଥିବୀରେ ଅନେକ ପ୍ରକାରର ଛତୁ ରହିଛି। କାହାର ରଙ୍ଗ ଧଳା କିମ୍ବା ଧୂସର ହୋଇଥିବା ବେଳେ ଆଉ କେତେକ ରଙ୍ଗିନ୍‌ ଏବଂ ଖୁବ୍‌ ସୁନ୍ଦର। ତା’ ଭିତରୁ କେତେକ ଛତୁକୁ ଆମେ ଖାଉଥିବା ବେଳେ ଆଉ କେତେକ ବିଷାକ୍ତ ହୋଇଥିବାରୁ ଖାଦ୍ୟ ଭାବେ ଗ୍ରହଣ କରାଯାଇ ନ ଥାଏ। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି କେତେକ ଛତୁ ପ୍ରଜାତି ରହିଛି; ଯାହାକି ଅନ୍ଧାର ରାତିରେ ଜଳିଥାଏ, ଯାହାକି ଦେଖିବାକୁ ଅତ୍ୟନ୍ତ ମନୋରମ। ଜାଣିବା ଏଭଳି ଛତୁ ସମ୍ପର୍କରେ…
ଗୋଆରେ ଥିବା ମାଡ଼େଇ ଅଭୟାରଣ୍ୟ ବା ମୋଲେମ୍‌ ନ୍ୟାଶନାଲ୍‌ ପାର୍କରେ ଦେଖାଯାଏ ରାତିରେ ଆଲୋକ ପ୍ରଦାନ କରୁଥିବା ଏହି ଦୁର୍ଲଭ ପ୍ରଜାତିର ଛତୁ। ଏହାକୁ ଜୈବ ବିଶେଷଜ୍ଞମାନେ ମାସେନ୍‌ ଜେନସ୍‌ ଭାବେ ନାମ କରଣ କରିଛନ୍ତି। ତେବେ ଏହା ରାତିରେ ଜଳିବାର କାରଣ ହେଉଛି ଏଥିରେ ଥିବା ବାୟୋ ଲୁମିନିସେଣ୍ଟ ନାମକ ଉପଦାନ, ଯାହାକି ଜୁଳୁଜୁଳିଆ ପୋକ ଦେହରେ ମଧ୍ୟ ରହିଛି। ବର୍ଷାଦିନେ ହେଉଥିବା ଏହି ଛତୁ ଦିନରେ ଅନ୍ୟ ସାଧାରଣ ଛତୁ ଭଳି ଦେଖାଦେଉଥିବା ବେଳେ ଅନ୍ଧାର ରାତିରେ ସେଥିରୁ ହାଲୁକା ନୀଳ, ବାଇଗଣୀ କିମ୍ବା ହଳଦିଆ ରଙ୍ଗର ଆଲୋକ ବାହାରିଥାଏ।
ବର୍ତ୍ତମାନ ସୁଦ୍ଧା ସମଗ୍ର ପୃଥିବୀରେ ପ୍ରାୟ ୮୦ ପ୍ରଜାତିର ବାୟୋ ଲୁମିନେସେଣ୍ଟ ଛତୁ ଠାବ କରାଯାଇଛି। ତେବେ ଏହା ମଧ୍ୟରୁ ଉତ୍ତର ଆମେରିକା ଏବଂ ଏସିଆର କେତେକ ସ୍ଥାନରେ ଦେଖାଦେଉଥିବା ଆର୍ମିଲାରିଆ ମିଲିଆ ନାମକ ଛତୁ ଅଧିକ ଜଣାଶୁଣା। ସେହିପରି ବ୍ରାଜିଲ୍‌ରେ ମିଳୁଥିବା ମାଇସିନା ଲକ୍‌ଜାଏଟର୍ନା ବା ଏଟର୍ନାଲ୍‌ ଲାଇଟ୍‌ ମଶରୁମ୍‌ରେ ମଧ୍ୟ ରାତିରେ ଖୁବ୍‌ ସୁନ୍ଦର ଆଲୋକ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ବଡ଼ ଗୋଚର: ୩ ରାଶିଙ୍କ ଫିଟିବ ଧନଲାଭର ଯୋଗ, ଚାକିରିରେ ବଡ଼ ପ୍ରମୋଶନ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ସ୍ଥିତିରେ ହେଉଥିବା ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବିଶ୍ୱାସ ରହିଛି ଯେ ବୁଧ ଗ୍ରହ ହେଉଛନ୍ତି ବୁଦ୍ଧି,…

ପାଟ୍ରୋଲିଂ ବେଳେ ମଦବେପାରୀଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏଏସ୍‌ଆଇ ଏନ. ତ୍ରିପତୀ ରେଡ୍ଡୀ, କନଷ୍ଟେବଳ ଏସ୍‌.କେ ରାଜେଶ ଉଦ୍ଦିନ, ବଳରାମ ପାତ୍ର ପ୍ରମୁଖ ସଦଳବଳ…

ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର…

୧୨ ବର୍ଷ ପରେ ଜୀବିତ ମିଳିଲେ ଶକୁନ୍ତଳା! ଯାହାଙ୍କ ମୃତ୍ୟୁକୁ ନେଇ ସ୍ବାମୀ-ଶ୍ୱଶୁରଙ୍କ ନାଁରେ ହୋଇଥିଲା କେସ୍

ପାଟନା,୧୬ା୯: ବିହାରର ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼ । ୨୦୧୪ରେ ନିଖୋଜ ହୋଇଥିବା ଶକୁନ୍ତଳା ଦେବୀଙ୍କୁ ମୃତ ଭାବି ତାଙ୍କ…

ଆଦର୍ଶ ଆଇନଜୀବୀ ଭାବେ ପରିଚିତ ଥିଲେ ବଂଶୀଧର, ଆଜି ତାଙ୍କୁ ଝୁରୁଛି ଓକିଲ ସଂଘ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ବରିଷ୍ଠ ଆଇନଜୀବୀ ବଂଶୀଧର ପାଳଙ୍କ ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?