Posted inଖେଳ

ଦିନିକିଆ ବିଶ୍ୱକପ୍‌ରେ ଖେଳିବେ ୧୪ ଦଳ

ନୂଆଦିଲ୍ଲୀ, ୧।୬: ୨୦୨୭ ଓ ୨୦୩୧ ଦିନିକିଆ ବିଶ୍ୱକପ୍‌ରେ ୧୪ ଦଳକୁ ସାମିଲ କରାଯିବ। ଏ ନେଇ ଅନ୍ତର୍ଜାତୀୟକ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଆଇସିସି ବୋର୍ଡ ମିଟିଂ ପରେ ପ୍ରକାଶ ପାଇଛି ୨୦୨୪ରୁ ୨୦୩୧ ପର୍ଯ୍ୟନ୍ତ ବିଶ୍ୱ ସ୍ତରୀୟ ଇଭେଣ୍ଟର କାର୍ଯ୍ୟସୂଚୀ। ପରବର୍ତ୍ତୀ ୨୦୨୪ରୁ ୨୦୩୦ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ୨୦ ଦଳ ଭାଗନେବେ। ଏଣୁ ପ୍ରତ୍ୟେକ ଇଭେଣ୍ଟରେ ମ୍ୟାଚ୍‌ ସଂଖ୍ୟା ୫୫କୁ ବୃଦ୍ଧି ପାଇବ। ୮ଟି ଦଳକୁ ନେଇ ଖେଳାଯାଉଥିବା ମିନି ବିଶ୍ୱକପ୍‌ ଭାବେ ଜଣାଶୁଣା ଚାମ୍ପିୟନ୍ସ ଟ୍ରଫି ୨୦୨୫ ଓ ୨୦୨୯ରେ ଖେଳାଯିବ।

୨୦୨୭ ବିଶ୍ୱକପ୍‌ରେ ୧୪ ଦଳକୁ ସାମିଲ କରାଯିବା ସମ୍ପର୍କରେ ମଙ୍ଗଳବାର ଅନୁଷ୍ଠିତ ଆଇସିସି ବୋର୍ଡ ମିଟିଂରେ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ଦ୍ରୁତ ଗତିରେ କ୍ରିକେଟର ପ୍ରସାର ହୋଇପାରିବ। ୧୦ ଦଳ ବିଶିଷ୍ଟ ଫର୍ମାଟ ସଫଳ ଥିଲେ ହେଁ ଏହି କ୍ରିକେଟର ପ୍ରସାର ଉଦ୍ଧେଶ୍ୟ ପୂରଣ କରି ନ ଥିଲା ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ଅନ୍ତିମ ଥର ୨୦୦୭ ବିଶ୍ୱକପ୍‌ରେ ୧୪ ଦଳ ଭାଗନେଇଥିଲେ। ସମାନ ଫର୍ମାଟରେ ଖେଳାଯାଇଥିଲା ୧୯୯୯ ଓ ୨୦୦୩ ସଂସ୍କରଣ। କିନ୍ତୁ ୨୦୦୭ରେ ଭାରତ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ପରେ ୧୪ ଦିଳ ବିଶିଷ୍ଟ ଫର୍ମାଟକୁ ରୋକି ଦିଆଯାଇଥିଲା। କ୍ୱାର୍ଟର ଫାଇନାଲ ଭିତ୍ତିରେ ଖେଳାଯାଇଥିଲା ୨୦୧୧ ଓ ୨୦୧୫ ବିଶ୍ୱକପ୍‌। ୨୦୧୯ ସଂସ୍କରଣରେ ମାତ୍ର ୧୦ ଦଳ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଲାଦିନର ବନ୍ଧୁ ହେଉଛନ୍ତି କୋହଲି-ଧୋନୀଙ୍କ ସ୍ତ୍ରୀ; ଗୋଟିଏ ସ୍କୁଲରେ ପଢ଼ିଛନ୍ତି ପାଠ…

ବମ୍ବେ: ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀଙ୍କ ପିଲାଦିନର ସାଙ୍ଗ ହେଉଛନ୍ତି ଅନୁଷ୍କା ଶର୍ମା। ଉଭୟ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ସୋସିଆଲ...

କ୍ୱାଲିଫାୟାର-୨: ଟସ୍‌ ଜିତିଲା ରାଜସ୍ଥାନ, ବାଙ୍ଗାଲୋରର ଜବରଦସ୍ତ ବ୍ୟାଟିଂ

ମୁମ୍ବାଇ,୨୭।୫: ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶୁକ୍ରବାର କ୍ୱାଲିଫାୟାର-୨ ମୁକାବିଲା ଖେଳାଯାଉଛି। ଏଥିରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି...

ଦୋକାନ ଖୋଲିଲେ ଧୋନୀ, ଜମିଲା ଭିଡ

ରାଞ୍ଚି,୨୧।୩: ଭାରତର ପୂର୍ବତନ ଦଳର କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପରେ ମଧ୍ୟ ତାଙ୍କ କ୍ରେଜ୍‌ ଆଜି ବି ରହିଛି। ନିଜ ସହର...

ପ୍ରଥମ ଦିନିକିଆରେ ଭାରତ-ଏ’କୁ ଜିତାଇଲେ ଋତୁରାଜ

ବେଲାଗାଭି (କର୍ନାଟକ), ୭।୬(ପି.ଟି.)- ଋତୁରାଜ ଗାଏକଓ୍ବାଡଙ୍କ ମାରାଥନ ଅପରାଜିତ ଶତକୀୟ ଇନିଂସ ବଳରେ ଭାରତ-ଏ ଗୁରୁବାର ଏଠାରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା-ଏ’କୁ...

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଚର୍ଚ୍ଚାରେ ହରଭଜନ; ଶୋଏବ ଅଖତରଙ୍କୁ ଜବାବ ଦେଇ…

ନୂଆଦିଲ୍ଲୀ,୧୮।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ହାଇଭୋଲ୍ଡେଜ୍‌ ମ୍ୟାଚ୍‌କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ପୂର୍ବତନ...

ମାର୍ସେଲିନୋଙ୍କ ବଦଳରେ ଓଡ଼ିଶା ଏଫ୍‌ସିରେ ଇନ୍‌ମ୍ୟାନ

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ରେ ଖେଳାଳି ବିନିମୟ ଚୁକ୍ତି କ୍ରମରେ ଓଡ଼ିଶା ଏଫ୍‌ସି ଦଳରେ ଯୋଗ ଦେଇଛନ୍ତି ଅଷ୍ଟ୍ରେଲିଆ ଜନ୍ମିତ ସ୍କଟିଶ୍‌ ମିଡ୍‌ଫିଲ୍ଡର...

ଆଉ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି ଭାରତୀୟ ଦଳର ଏହି ପ୍ରମୁଖ ଖେଳାଳି; କାରଣ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଲଂଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା...

ଆଇପିଏଲ୍‌ର ପ୍ରଥମ ସପ୍ତାହରେ ଖେଳି ନ ପାରନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ, ୨୬।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବୋଲି ଏହାର ଗଭର୍ନିଂ କାଉନ୍‌ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି।...

Advertisement
Archives

Model This Week