Advertisement
Posted inଖେଳ

ଟି୨୦ ବିଶ୍ୱକପ୍‌: ୨୮ ସୁଦ୍ଧା ନିଷ୍ପତ୍ତି

ନୂଆଦିଲ୍ଲୀ, ୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)। ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ଆଇସିସି ବୋର୍ଡ ମିଟିଂ। ବିସିସିଆଇ ପକ୍ଷରୁ ସଭାପତି ସୌରଭ ଗାଙ୍ଗୁଲି ଓ ସାଧାରଣ ସମ୍ପାଦକ ଜୟ ଶାହ ପ୍ରତିନିଧିତ୍ୱ କରିଥିଲେ। ଟି୨୦ ବିଶ୍ୱକପ୍‌ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାର ଅଛି।

ଦେଶର କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ପାଇଁ ଏକ ମାସ ସମୟ ମାଗିଥିଲା ବିସିସିଆଇ। ଏଥିରେ ଆଇସିସିର ବୋର୍ଡ ସଦସ୍ୟମାନେ ସର୍ବସମ୍ମତି କ୍ରମେ ରାଜି ହୋଇଥିଲେ। ଆସନ୍ତା ମାସରେ ହେବାକୁ ଥିବା ବୈଠକକୁ ସମ୍ପୂର୍ଣ୍ଣ ପ୍ଲାନ ସହ ବିସିସିଆଇ ଆସିବ ବୋଲି ସୂତ୍ରରୁ ଜଣାପଡ଼ିଛି। ଯଦି ଟି୨୦ ବିଶ୍ୱକପ୍‌ ଭାରତରେ ଆୟୋଜନ ହୋଇନପାରେ, ତେବେ ଏହି ଇଭେଣ୍ଟ ୟୁଏଇରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ କ୍ରିକେଟରେ ବର୍ଣ୍ଣବୈଷମ୍ୟବାଦ

ଅକଲାଣ୍ଡ,୧୨ା୮: ନ୍ୟୁଜିଲାଣ୍ଡ କ୍ରିକେଟ ପୁଣି ଥରେ ଚର୍ଚ୍ଚାରେ। କିଛି ଦିନ ତଳେ ପୁରୁଷ ଓ ମହିଳା ଖେଳାଳିଙ୍କ ସମାନ ଦରମାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଚର୍ଚ୍ଚାରେ...

ଝିଅର ପ୍ରଥମ ଫଟୋ ଶେୟାର କଲେ ରାହାଣେ

ନୂଆଦିଲ୍ଲୀ,୭।୧୦: ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କେ ରାହାଣେ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରାଧିକା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହାଣେ ଏବେ ଦକ୍ଷିଣ ଆଫ୍ରିକା...

ବାବର ହେବେ ‘ନମ୍ବର-୧’

ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ ଟିମ୍‌ର ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମଙ୍କୁ ନେଇ ଦେଇଛନ୍ତି ବଡ଼ ବୟାନ। ସେ...

ଅମିୟଙ୍କ ଜାତୀୟ ରେକର୍ଡ ଭାଙ୍ଗିଲେ ଅମ୍ଳାନ

ଭୁବନେଶ୍ୱର, ୨୯।୮ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ରାଇ ବରେଲିରେ ଅନୁଷ୍ଠିତ ୮୭ତମ ସର୍ବଭାରତୀୟ ଆନ୍ତଃ-ରେଲଓ୍ବେ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୦୦ ମିଟରକୁ ୧୦.୨୫ ସେକେଣ୍ଡରେ ଅତିକ୍ରମ...

ଦ୍ୱିତୀୟ ଦିନ ଖେଳ ଶେଷ: ଭାରତ ୯୬/୨

ସିଡନୀ,୮।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତୀୟ ଭଲ ଆରମ୍ଭ ଦେଇଛନ୍ତି ରୋହିତ୍‌ ଶର୍ମା ଓ ଶୁବମାନ ଗିଲ। ଷ୍ଟିଭ ସ୍ମିଥଙ୍କ...

କରୋନା ପୀଡ଼ିତ ପୂର୍ବତନ ରିୟଲ ମାଡ୍ରିଡ୍‌ ସଭାପତିଙ୍କ ପରଲୋକ

ମାଡ୍ରିଡ୍‌,୨୨।୩- ପୂର୍ବତନ ରିୟଲ ମାଡ୍ରିଡ୍‌ ସଭାପତି ୭୬ ବର୍ଷୀୟ ଲୋରେଞ୍ଜୋ ସାଞ୍ଜଙ୍କ ପରଲୋକ ଘଟିଛି। କରୋନା ଭାଇରସ ଯୋଗୁ ଶନିବାର ତାଙ୍କର ମୃତ୍ୟୁ ହୋଇଛି। ଏ...

ପୁଷ୍ପା ପାଇଁ ପାଗଳ ଜାଡେଜା: ଖାଲି ଲୁକ୍‌ ନୁହେଁ , ଡାଏଲଗ କହି ଭିଡିଓ କଲେ ଶେୟାର

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ନୂଆ ଲୁକ୍‌ ପାଇଁ ଲଗାତାର ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କେତେବେଳେ...

ଆଲୋଚକଙ୍କୁ କଡ଼ା ଜବାବ ଦେଲେ କୋହଲି

ନୂଆଦିଲ୍ଲୀ,୨୪।୮: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ ସମାଲୋଚନା କରାଯାଉଛି। ନଭେମ୍ବର...

Advertisement
Archives

Model This Week