Posted inଖେଳ

ଟି୨୦ ବିଶ୍ୱକପ୍‌: ଆଇସିସିକୁ ଏକ ମାସ ସମୟ ମାଗିବ ବିସିସିଆଇ

ନୂଆଦିଲ୍ଲୀ, ୩୧।୫: ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ପାଇଁ ଆଇସିସିକୁ ଅଧିକ ଏକ ମାସ ସମୟ ମାଗିବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଙ୍ଗଳବାର ହେବାକୁ ଥିବା ଆଇସିସି ବୋର୍ଡ ମିଟିଂରେ ଏହି ବିଶ୍ୱ ସ୍ଥରୀୟ ଇଭେଣ୍ଟର ଭେନ୍ୟୁ ସମ୍ପର୍କରେ ଆଲୋଚନା କରାଯିବ। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଏହି ବୈଠକରେ ଯୋଗଦେବା ପରେ ବୁଧବାର ୟୁଏଇ ଗସ୍ତ କରିବେ। ସେଠାରେ ଆଇପିଏଲ ଆୟୋଜକଙ୍କ ସହ ଆଲୋଚନା କରାଯିବ।

ଆଇସିସିର ବୋର୍ଡ ମିଟିଂରେ ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇପାରିବନାହିଁ ବୋଲି ଆଶା କରାଯାଉଛି। ଜୁଲାଇ ୧ ତାରିଖରେ ବିସିସିଆଇ ଆଉ ଥରେ ଏସ୍‌ଜିଏମ୍‌ ଡକାଇବ। ସେଥିରେ ଟି୨୦ ବିଶ୍ୱକପ୍‌ ଭାରତରେ ହେବ କି ନାହିଁ ତାହା ସ୍ପଷ୍ଟ ହେବ। ଏ ସମ୍ପର୍କରେ ଆଇସିସି ଜୁଲାଇ ୧୮ରେ ହେବାକୁ ଥିବା ବାର୍ଷିକ ବୈଠକରେ ବିଧିବଦ୍ଧ ଘୋଷଣା କରିବ।

ଆଇପିଏଲର ବଳକା ମ୍ୟାଚ୍‌ ୟୁଏଇରେ ହେବାକୁ ଥିବାରୁ ବିସିସିଆଇ ଟି୨୦ ବିଶ୍ୱକପ୍‌ ଆୟୋଜନ ଅଧିକାର ଛାଡ଼ିବାକୁ ଚାହୁଁନାହିଁ। ଏହି ଆଇସିସିି ଇଭେଣ୍ଟ ଲାଗି ୟୁଏଇକୁ ବ୍ୟାକ ଅଫ୍‌ ଭେନ୍ୟୁ ଭାବେ ରଖାଯାଇଛି। ଭାରତରେ କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସିଛି। ପ୍ରାୟ ରାଜ୍ୟରେ ଜାରି ରହିଛି ଲକଡାଉନ। କେବେ ପୁଣି ଥରେ ସଂଖ୍ୟା ବଢ଼ିବ, ତାହା କୁହାଯାଇପାରିବ ନାହିଁ। ଏଣୁ ଟି୨୦ ବିଶ୍ୱକପ୍‌ ଆୟୋଜନ କଲା ଭଳି ସ୍ଥିତି ଆସିନାହିଁ। ଗାଙ୍ଗୁଲି ଓ ସାଧାରଣ ସମ୍ପାଦକ ଜୟ ଶାହ ଆଇସିସିକୁ ଅନ୍ତିମ ନିଷ୍ପତ୍ତି ପାଇଁ ଏକ ମାସର ସମୟ ମାଗିବେ ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri