Posted inଜାତୀୟ

ଆଇସିଏସଇ ଦ୍ୱାଦଶ-ଦଶମ ପରୀକ୍ଷା ଫଳ ପ୍ରକାଶ…

ନୂଆଦିଲ୍ଲୀ,୧୪।୫ : କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ(ଆଇସିଏସଇ)ର ଦ୍ୱାଦଶ ଏବଂ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି।

ବୋର୍ଡ ଦ୍ୱାରା ପ୍ରକାଶିତ ଅପଡେଟ ଅନୁଯାୟୀ, ଆଇସିଏସଇ, ଆଇଏସସି ଫଳାଫଳ ୨୦୨୩ ରବିବାର ଅପରାହ୍ନ ୩ଟାରେ ପ୍ରକାଶ ପାଇଛି।
ଛାତ୍ରୀଛାତ୍ରମାନେ ଅଫିସିଆଲ ୱେବସାଇଟ cisce.org ରେ ଫଳାଫଳ ସମ୍ବନ୍ଧୀୟ ବିବରଣୀ ପାଇଁ  ଯାଞ୍ଚ କରିପାରିବେ।

ଦ୍ୱାଦଶ ଛାତ୍ରୀଛାତ୍ରମାନଙ୍କର ସାମଗ୍ରିକ ପାସ ପ୍ରତିଶତ ୯୬.୯୩ ପ୍ରତିଶତ ଯାହା ଗତ ବର୍ଷ ତୁଳନାରେ ୨.୪୫ ପ୍ରତିଶତ କମ ଅଟେ । ସେହିପରି ଦଶମ ଫଳାଫଳରେ ସାମଗ୍ରିକ ପାସ ପ୍ରତିଶତ ୯୮.୯୪ ପ୍ରତିଶତ । ଏହା ୧.୦୩ ପ୍ରତିଶତ ହ୍ରାସ ପାଇଛି।

ଦଶମରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରୁଶୀଲ କୁମାର, ଅନନ୍ୟା କାର୍ତ୍ତିକ, ଶ୍ରେୟା ଉପାଧ୍ୟାୟ, ଉଦୟ ସରଦେଶାଇ, ଯଶ ମନୀଷ ଭାସିନ, ତନୟ ସୁଶୀଲ ଶାହା, ହିୟା ସାଙ୍ଗଭି, ଅଭିଷି ସିଂ, ସମ୍ବିଟ ମୁଖୋପାଧ୍ୟାୟ ରହିଛନ୍ତି।

ଦଶମ ଶ୍ରେଣୀରେ ନଅ ଜଣ ଛାତ୍ରୀ ୪୯୯ ମାର୍କ ହାସଲ କରି ପରୀକ୍ଷାରେ ଶୀର୍ଷରେ ରହିଛନ୍ତି। ଛାତ୍ରୀଅମାନଙ୍କର ପାସ ପ୍ରତିଶତ ୯୯.୨୧ ପ୍ରତିଶତ। ଯାହା ଛାତ୍ରମାନଙ୍କ ତୁଳନାରେ ୦.୫ ପ୍ରତିଶତ ଅଧିକ। ଛାତ୍ରଙ୍କ ପାସ ପ୍ରତିଶତ ୯୮.୭୧ ପ୍ରତିଶତ ରହିଛି।

ଦ୍ୱାଦଶ ଫଳାଫଳରେ ଛାତ୍ରୀମାନଙ୍କର ପ୍ରଦର୍ଶନ ଛାତ୍ରମାନଙ୍କ ଅପେକ୍ଷା ଭଲ ହୋଇଛି। ଛାତ୍ରୀମାନଙ୍କ ପାସ ପ୍ରତିଶତ ୯୮.୦୧ ପ୍ରତିଶତ ଥିବାବେଳେ ଛାତ୍ରମାନଙ୍କ ପାସ ପ୍ରତିଶତ ୯୫.୯୬ ପ୍ରତିଶତ ରହିଛି।
ଦ୍ୱାଦଶ ଟପ୍ପରଙ୍କ ମଧ୍ୟରେ ରିୟା ଅଗ୍ରୱାଲ,ଇପ୍ସିତା ଭଟ୍ଟାଚାର୍ଯ୍ୟ, ମୋହଦ ଆର୍ଯ୍ୟ ତାରିକ, ସୁଭମ କୁମାର ଅଗ୍ରୱାଲ, ମାନିଆ ଗୁପ୍ତା ରହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri