ଓଡ଼ିଶାରେ ପାକିସ୍ତାନ ଲିଙ୍କ୍‌, ତଥ୍ୟ ଦେଇ ବନ୍ଧାହେଲେ ୩

ଭୁବନେଶ୍ୱର/ନୟାଗଡ଼,୧୪ା୫(ବ୍ୟୁରୋ/ଡି.ଏନ୍‌.ଏ.): ଓଟିପି ଶେୟାରିଂ ସ୍କାମ୍‌ ନେଇ ଏସ୍‌ଟିଏଫ୍‌ ଚଢ଼ାଉ କରି ନୟାଗଡ଼ର ପଠାଣୀ ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମ୍‌କାର୍ଡ, ୬୧ଟି ଏଟିଏମ୍‌ କାର୍ଡ ଓ ୨୩ଟି ସିମ୍‌ କଭର ଜବତ କରିଛି।

ନୟାଗଡ଼ ଜିଲା ଇଟାମାଟି ଥାନା ବଡ଼ପଣ୍ଡୁସର ଗାଁର ପଠାଣିସାମନ୍ତ ଲେଙ୍କା ଏବଂ ଦଶପଲ୍ଲା ଥାନା ସାକେଣୀ ଗାଁର ସରୋଜ କୁମାର ନାୟକଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ଯାହାକୁ ନେଇ ନୟାଗଡ଼ରେ ଚର୍ଚ୍ଚା ଜୋର୍‌ ଧରିଛି। ପଠାଣି ନୟାଗଡ଼ର ଏକ ଶିକ୍ଷାନୁଷ୍ଠାନରେ ଆଇଟିଆଇ ଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ଛାତ୍ରୀଛାତ୍ରଙ୍କୁ କୋଚିଂ ଦେଉଥିଲେ। ରବିବାର ତାଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଘରେ ସ୍ତ୍ରୀଙ୍କ ସମେତ ୨ ପିଲାଙ୍କୁ ନେଇ ରହୁଥିବା ବେଳେ ୨ରୁ ୩ ମାସ ହେ ନିୟମିତ ରହୁ ନ ଥିବା ଜଣାପଡିଛି l କେତେବେଳେ ଗାଁକୁ ଆସି ରହୁଥିଲେ ବୋଲି ଗାଁ ଲୋକେ କହିଛନ୍ତି। ଗତକାଲି ଏସ୍‌ଟିଏଫ୍‌ ଏବଂ ସ୍ଥାନୀୟ ପୋଲିସ ଘରକୁ ଯାଇ ତଦନ୍ତ କରି ଫେରିଥିଲା। ସେ ଜଣେ ଭଲ ପିଲା ଥିଲେ ବୋଲି ଗାଁ ଲୋକେ କହିଛନ୍ତି ।ଅନ୍ୟପକ୍ଷରେ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ତାଙ୍କୁ ଦେଖିଲେ ଲାଗୁ ନ ଥିବା କହିଛନ୍ତି ଗାଁର କିଛି ଲୋକେ। ତେବେ ଆଇଟିଆଇ ଶିକ୍ଷକ ହୋଇ ଏଭଳି ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି l ଭୟରେ ଗ୍ରାମବାସୀ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲୁ ନ ଥିବା ଜଣାପଡ଼ିଛି।

ଓଟିପି ଶେୟାରିଂକୁ ନେଇ ଏସ୍‌ଟିଏଫ୍‌ ଅଭିଯୁକ୍ତଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଅଭିଯୁକ୍ତଙ୍କୁ ଗିରଫ କରି ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାରେ କିଛି ପାକିସ୍ତାନୀ ଗୋଇନ୍ଦା ଅଧିକାରୀ ଓ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଲିଙ୍କ୍‌ ଜେନେରେଟ କରି ଏମାନେ ତଥ୍ୟ ଯୋଗାଉଥିଲେ। ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ମୋଟା ଅଙ୍କର ଅର୍ଥ ଦେଉଥିଲେ। ଗତ ବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାପଡ଼ିଥିବା ମହିଳା ପିଆଇଓ ଏଜେଣ୍ଟଙ୍କ ସହ ମଧ୍ୟ ଯୋଗାଯୋଗରେ  ଏହି ୩ ଅଭିଯୁକ୍ତ ସାମିଲ ଥିଲେ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଯଥା ହ୍ବାଟ୍ସଆପ୍‌, ଟେଲିଗ୍ରାମ, ଇନ୍‌ଷ୍ଟାଗ୍ରାମ୍‌ରେ ବିଭିନ୍ନ ଆକାଉଣ୍ଟ କରି ପାକିସ୍ତାନୀ ଏଜେଣ୍ଟଙ୍କୁ ଲିଙ୍କ୍‌ ଶେୟାର କରୁଥିଲେ। ଦେଶ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri