ଓଡ଼ିଶାରେ ପାକିସ୍ତାନ ଲିଙ୍କ୍‌, ତଥ୍ୟ ଦେଇ ବନ୍ଧାହେଲେ ୩

ଭୁବନେଶ୍ୱର/ନୟାଗଡ଼,୧୪ା୫(ବ୍ୟୁରୋ/ଡି.ଏନ୍‌.ଏ.): ଓଟିପି ଶେୟାରିଂ ସ୍କାମ୍‌ ନେଇ ଏସ୍‌ଟିଏଫ୍‌ ଚଢ଼ାଉ କରି ନୟାଗଡ଼ର ପଠାଣୀ ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମ୍‌କାର୍ଡ, ୬୧ଟି ଏଟିଏମ୍‌ କାର୍ଡ ଓ ୨୩ଟି ସିମ୍‌ କଭର ଜବତ କରିଛି।

ନୟାଗଡ଼ ଜିଲା ଇଟାମାଟି ଥାନା ବଡ଼ପଣ୍ଡୁସର ଗାଁର ପଠାଣିସାମନ୍ତ ଲେଙ୍କା ଏବଂ ଦଶପଲ୍ଲା ଥାନା ସାକେଣୀ ଗାଁର ସରୋଜ କୁମାର ନାୟକଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ଯାହାକୁ ନେଇ ନୟାଗଡ଼ରେ ଚର୍ଚ୍ଚା ଜୋର୍‌ ଧରିଛି। ପଠାଣି ନୟାଗଡ଼ର ଏକ ଶିକ୍ଷାନୁଷ୍ଠାନରେ ଆଇଟିଆଇ ଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ଛାତ୍ରୀଛାତ୍ରଙ୍କୁ କୋଚିଂ ଦେଉଥିଲେ। ରବିବାର ତାଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଘରେ ସ୍ତ୍ରୀଙ୍କ ସମେତ ୨ ପିଲାଙ୍କୁ ନେଇ ରହୁଥିବା ବେଳେ ୨ରୁ ୩ ମାସ ହେ ନିୟମିତ ରହୁ ନ ଥିବା ଜଣାପଡିଛି l କେତେବେଳେ ଗାଁକୁ ଆସି ରହୁଥିଲେ ବୋଲି ଗାଁ ଲୋକେ କହିଛନ୍ତି। ଗତକାଲି ଏସ୍‌ଟିଏଫ୍‌ ଏବଂ ସ୍ଥାନୀୟ ପୋଲିସ ଘରକୁ ଯାଇ ତଦନ୍ତ କରି ଫେରିଥିଲା। ସେ ଜଣେ ଭଲ ପିଲା ଥିଲେ ବୋଲି ଗାଁ ଲୋକେ କହିଛନ୍ତି ।ଅନ୍ୟପକ୍ଷରେ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ତାଙ୍କୁ ଦେଖିଲେ ଲାଗୁ ନ ଥିବା କହିଛନ୍ତି ଗାଁର କିଛି ଲୋକେ। ତେବେ ଆଇଟିଆଇ ଶିକ୍ଷକ ହୋଇ ଏଭଳି ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି l ଭୟରେ ଗ୍ରାମବାସୀ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲୁ ନ ଥିବା ଜଣାପଡ଼ିଛି।

ଓଟିପି ଶେୟାରିଂକୁ ନେଇ ଏସ୍‌ଟିଏଫ୍‌ ଅଭିଯୁକ୍ତଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଅଭିଯୁକ୍ତଙ୍କୁ ଗିରଫ କରି ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାରେ କିଛି ପାକିସ୍ତାନୀ ଗୋଇନ୍ଦା ଅଧିକାରୀ ଓ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଲିଙ୍କ୍‌ ଜେନେରେଟ କରି ଏମାନେ ତଥ୍ୟ ଯୋଗାଉଥିଲେ। ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ମୋଟା ଅଙ୍କର ଅର୍ଥ ଦେଉଥିଲେ। ଗତ ବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାପଡ଼ିଥିବା ମହିଳା ପିଆଇଓ ଏଜେଣ୍ଟଙ୍କ ସହ ମଧ୍ୟ ଯୋଗାଯୋଗରେ  ଏହି ୩ ଅଭିଯୁକ୍ତ ସାମିଲ ଥିଲେ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଯଥା ହ୍ବାଟ୍ସଆପ୍‌, ଟେଲିଗ୍ରାମ, ଇନ୍‌ଷ୍ଟାଗ୍ରାମ୍‌ରେ ବିଭିନ୍ନ ଆକାଉଣ୍ଟ କରି ପାକିସ୍ତାନୀ ଏଜେଣ୍ଟଙ୍କୁ ଲିଙ୍କ୍‌ ଶେୟାର କରୁଥିଲେ। ଦେଶ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ମାଲିକଙ୍କ ଜୀବିକାରେ ଚଡ଼କ

ଯୋଡ଼ା,୨୧।୬ (ଡି.ଏନ.ଏ.) କେନ୍ଦୁଝର ଜିଲାର ଯୋଡ଼ା ଖଣି ମଣ୍ଡଳରେ ବହୁ ସଂଖ୍ୟକ ଲୋକ ଟ୍ରକ୍‌ ପରିବହନ ବ୍ୟବସାୟ ଉପରେ ନିର୍ଭରଶୀଳ ା ପ୍ରାୟ ୧୦ ହଜାରରୁ...

ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ଦିଗପହଣ୍ଡି,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ନୂଆ ସାହିରେ ଥିବା ପ୍ରାଥମିକ ସେବା ସମବାୟ ସମିତି ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି...

୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୯ା୫-ଏକ ଅନରକିଲିଂ ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ-୨ ଦୀପକ କୁମାର ମୃତ ମହିଳାଙ୍କ ୨ ଭାଇ ନିରାକାର ନାଇକ, କାଳୁ ନାଇକ...

୪ ମାସ ଧରି ସରୁନି ଡ୍ରେନ୍‌ କାମ: ମୁକୁଳା ଡ୍ରେନ୍‌ରେ ପଡ଼ି ବୃଦ୍ଧ ଗୁରୁତର

ଭଦ୍ରକ ଅଫିସ, ୨୧।୧୦- ଭଦ୍ରକ ପୌରାଞ୍ଚଳ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ନିକଟସ୍ଥ ନିର୍ମାଣାଧୀନ ଖୋଲା ଡ୍ରେନ୍‌ରେ ପଡ଼ି ସୋମବାର ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।...

ପାରାଦୀପରେ ଧରାପଡିଥିବା ଗୁଇନ୍ଦା ପାରାକୁ ଅଣାଗଲା ଭୁବନେଶ୍ୱର

ଭୁବନେଶ୍ୱର,୯।୩(ବ୍ୟୁରୋ): ପାରାଦୀପରେ ଧରାଯାଇଥିବା ଗୁଇନ୍ଦା ପାରାକୁ ଗୁରୁବାର ଭୁବନେଶ୍ୱର ଷ୍ଟେଟ ଫୋରେନ୍ସିକ ଲ୍ୟାବ୍‌କୁ ଅଣାଯାଇଛି। ସୂଚନାଯୋଗ୍ୟ, କିଛି ମତ୍ସ୍ୟଜୀବୀ ଟ୍ରଲରରେ ସମୁଦ୍ର ଗର୍ଭକୁ ମାଛ ଧରିବାକୁ...

ଭୁବନେଶ୍ୱର ବସ୍ତିରୁ ହଟିବ ଅପରାଧୀଙ୍କ ଆଡ୍ଡା

ଭୁବନେଶ୍ୱର,୫।୧ (ବ୍ୟୁରୋ): ବସ୍ତିବହୁଳ ଭୁବନେଶ୍ୱର ଦିନକୁ ଦିନ ଅପରାଧ ପ୍ରବଣ ହୋଇପଡୁଛି। ବିଶେଷକରି ବାହାରୁ ଅପରାଧୀମାନେ ଏଠାକୁ ଆସି ବସ୍ତିରେ ଆଡ୍ଡା ଜମାଇ ଉତ୍ପାତ କରୁଛନ୍ତି।...

ବିଜେଡି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ମୂଳଲକ୍ଷ୍ୟ

ପାଟଣା,୧୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଚେମେଣା ପଞ୍ଚାୟତ ଚିଲିଦା ଶିବ ମନ୍ଦିରରୁ ଶୁକ୍ରବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ପାଟଣା ବିଧାୟକ...

ଉପେନ୍ଦ୍ରନାଥ କଲେଜରେ ଗଣ୍ଡଗୋଳ, ୬ ଛାତ୍ର ଗୁରୁତର ୨ ଅଣଛାତ୍ର ଅଟକ

ସୋର, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଉପେନ୍ଦ୍ରନାଥ କଲେଜ କ୍ୟାମ୍ପସ ବାହାରେ ଦୁଇ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି କ୍ୟାମ୍ପସ ମଧ୍ୟରେ ଦୁଇ ଛାତ୍ର ଗୋଷ୍ଠୀ...

Advertisement
Archives

Model This Week