Posted inଖେଳ

ଟିମ୍‌ ଇଣ୍ଡିଆର ଅଧିନାୟକ ହେବାକୁ ଚାହୁଁଥିଲେ ଏହି ମହାନ ଖେଳାଳି

ନୂଆଦିଲ୍ଲୀ, ୧୦।୬: ଦୁଇ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ଯୁବରାଜ ସିଂ (ଯୁବି)। ଅନେକ ଥର ମ୍ୟାଚ୍‌ ବିଜୟୀ ପାଳି ଖେଳିଥିବା ଏହି ଅଲରାଉଣ୍ଡର ଟିମ୍‌ ଇଣ୍ଡିଆର ଅଧିନାୟକ ହେବାକୁ ଆଶା ରଖିଥିଲେ। କିନ୍ତୁ ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଅଣଦେଖା କରାଯାଇ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିଆଯାଇଥିଲା ଅଧିନାୟକ ଭାର।

ଏକ ସାକ୍ଷାତ୍‌କାରରେ ଯୁବି କହିଛନ୍ତି, ୨୦୦୭ ଟି୨୦ ବିଶ୍ୱକପ୍‌ ଲାଗି ଅଧିନାୟକ ଭାବେ ଧୋନୀଙ୍କ ନାମ ଘୋଷଣା କରାଯିବା ପୂର୍ବରୁ ମୁଁ ଆଶା ରଖିଥିଲି।

”୫୦ ଓଭର ବିଶ୍ୱକପ୍‌ରେ ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ଅଶାନ୍ତି ଦେଖାଦେଇଥିଲା। ବିଶ୍ୱକପ୍‌ ପରେ ୨ ମାସିଆ ଇଂଲଣ୍ଡ ଗସ୍ତ, ତା’ ପରେ ଦକ୍ଷିଣ ଆଫ୍ରିକା ଓ ଆୟର୍ଲାଣ୍ଡ ଗସ୍ତ କରିବାର ଥିଲା। ଟି୨୦ ବିଶ୍ୱକପ୍‌ ମଧ୍ୟ ରହିଥାଏ। ଏଥି ଲାଗି ଘର ଠାରୁ ୪ ମାସ ଦୂରେଇ ରହିବାର ଥିଲା। ଏଣୁ ଦଳର ସିନିୟର ଖେଳାଳିମାନେ ବିଶ୍ରାମ ନେବାକୁ ଚିନ୍ତା କରିଥିଲେ। ଆଉ ୨୦୦୭ ଟି୨୦ ବିଶ୍ୱକପ୍‌କୁ କେହି ଗମ୍ଭୀରତା ସହ ନେଇ ନ ଥିଲେ। ଏହି ବିଶ୍ୱକପ୍‌ରେ ମୁଁ ଅଧିନାୟକ ହେବି ବୋଲି ଆଶା ରଖିଥିଲି। କିନ୍ତୁ ଶେଷରେ ଅଧିନାୟକ ଭାବେ ଧୋନୀଙ୍କ ନାମ ଘୋଷଣା ହୋଇଥିଲା“ ବୋଲି ଯୁବରାଜ କହିଛନ୍ତି।

ଟି୨୦ ବିଶ୍ୱକପ ଚାମ୍ପିୟନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ଯୁବି। ଇଂଲଣ୍ଡ ବିପକ୍ଷରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକା ଲଗାଇବା ସହ ଯୁବରାଜ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’

ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri