Posted inଜାତୀୟ

ସବୁଠାରୁ ଶକ୍ତିଶାଳୀ ଯୋଦ୍ଧାକୁ ସୀମାକୁ ପଠାଯାଏ: କାହିଁକି ଏଭଳି କହିଲେ ପାଇଲଟ

ଜୟପୁର,୧୪।୮: ବହୁ ବାଦ ବିବାଦ ପରେ ଶୁକ୍ରବାର ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ବର୍ଷା ଯୋଗୁ ଅଧିବେଶନ ବିଳମ୍ବରେ ଆରମ୍ଭ ହୋଇଥିଲା। ଗେହଲଟଙ୍କ ସରକାରରେ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ଶାନ୍ତି କୁମାର ଧାରିଓ୍ବାଲ ଗୃହରେ ବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ। ରାଜସ୍ଥାନରେ ରାଜନୈତିକ ଝଡ଼ ସିନା ଥମ୍ବିଯାଇଛି ହେଲେ ଗୃହରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଫାଟ ସ୍ପଷ୍ଟ ନଜର ଆସୁଛି। ଶୁକ୍ରବାର ବିଧାନସଭାରେ ସଚିନ ପାଇଲଟଙ୍କ ଆସନକୁ ପରିବର୍ତ୍ତନ କରାଯାଇଥିଲା। ତାଙ୍କ ଆସନ ସ୍ବାଧୀନ ବିଧାୟକଙ୍କ ସାଙ୍ଗରେ ଥିବା ଦେଖିବାକୁ ମିଳିଥିଲା। ସଚିନ ଓ ତାଙ୍କ ସମର୍ଥକ ବିଧାୟକଙ୍କ ଗ୍ୟାଲେରିରେ ବସିଥିଲେ। ତାଙ୍କୁ ଜାଣିଶୁଣି ଅଲଗା ବସାଯାଇଥିଲା ବୋଲି କୁହାଯାଉଛି। ଅନ୍ୟପଟେ ଗୃହକୁ ସମ୍ବୋଧିତ କରିବା ସମୟରେ ପାଇଲଟ କହିଛନ୍ତି, ଗୃହକୁ ଆସିବା ପରେ ଦେଖିଲି ମୋ ଆସନ ପଛରେ ରଖାଯାଇଛି। ସବା ଶେଷ ଧାଡିରେ ବସିଥିବା ବେଳେ ଭାବିଲି ସୀମାରେ ସବୁଠାରୁ ଶକ୍ତିଶାଳୀ ଯୋଦ୍ଧାଙ୍କୁ ପଠାଯାଇଥାଏ। ତେଣୁ ଯେପର୍ଯ୍ୟନ୍ତ ମୁଁ ଏଠାରେ ବସିଛି ସରକାର ସୁରକ୍ଷିତ ଅଛନ୍ତି। ସୀମାରେ ଯେତେ ଗୁଳିବିନିମୟ ହେଉ ନା କାହିଁକି ମୁଁ କବଚ ହୋଇ ଠିଆ ହେବି ବୋଲି ପାଇଲଟ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?