Posted inଜାତୀୟ

ସବୁଠାରୁ ଶକ୍ତିଶାଳୀ ଯୋଦ୍ଧାକୁ ସୀମାକୁ ପଠାଯାଏ: କାହିଁକି ଏଭଳି କହିଲେ ପାଇଲଟ

ଜୟପୁର,୧୪।୮: ବହୁ ବାଦ ବିବାଦ ପରେ ଶୁକ୍ରବାର ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ବର୍ଷା ଯୋଗୁ ଅଧିବେଶନ ବିଳମ୍ବରେ ଆରମ୍ଭ ହୋଇଥିଲା। ଗେହଲଟଙ୍କ ସରକାରରେ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ଶାନ୍ତି କୁମାର ଧାରିଓ୍ବାଲ ଗୃହରେ ବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ। ରାଜସ୍ଥାନରେ ରାଜନୈତିକ ଝଡ଼ ସିନା ଥମ୍ବିଯାଇଛି ହେଲେ ଗୃହରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଫାଟ ସ୍ପଷ୍ଟ ନଜର ଆସୁଛି। ଶୁକ୍ରବାର ବିଧାନସଭାରେ ସଚିନ ପାଇଲଟଙ୍କ ଆସନକୁ ପରିବର୍ତ୍ତନ କରାଯାଇଥିଲା। ତାଙ୍କ ଆସନ ସ୍ବାଧୀନ ବିଧାୟକଙ୍କ ସାଙ୍ଗରେ ଥିବା ଦେଖିବାକୁ ମିଳିଥିଲା। ସଚିନ ଓ ତାଙ୍କ ସମର୍ଥକ ବିଧାୟକଙ୍କ ଗ୍ୟାଲେରିରେ ବସିଥିଲେ। ତାଙ୍କୁ ଜାଣିଶୁଣି ଅଲଗା ବସାଯାଇଥିଲା ବୋଲି କୁହାଯାଉଛି। ଅନ୍ୟପଟେ ଗୃହକୁ ସମ୍ବୋଧିତ କରିବା ସମୟରେ ପାଇଲଟ କହିଛନ୍ତି, ଗୃହକୁ ଆସିବା ପରେ ଦେଖିଲି ମୋ ଆସନ ପଛରେ ରଖାଯାଇଛି। ସବା ଶେଷ ଧାଡିରେ ବସିଥିବା ବେଳେ ଭାବିଲି ସୀମାରେ ସବୁଠାରୁ ଶକ୍ତିଶାଳୀ ଯୋଦ୍ଧାଙ୍କୁ ପଠାଯାଇଥାଏ। ତେଣୁ ଯେପର୍ଯ୍ୟନ୍ତ ମୁଁ ଏଠାରେ ବସିଛି ସରକାର ସୁରକ୍ଷିତ ଅଛନ୍ତି। ସୀମାରେ ଯେତେ ଗୁଳିବିନିମୟ ହେଉ ନା କାହିଁକି ମୁଁ କବଚ ହୋଇ ଠିଆ ହେବି ବୋଲି ପାଇଲଟ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଲାନି ଭାଜପା ଲହର: ହାରିଗଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ପଞ୍ଜାବକୁ ଛାଡିଦେଲେ ଅନ୍ୟ ୪ ରାଜ୍ୟରେ ଭାଜପା ସରକାର ଗଢିବାକୁ ଯାଉଛି। ତେବେ ଉତ୍ତରଖଣ୍ଡରେ...

ଥରିଲା ଉତ୍ତର ଭାରତ: ଲୋକେ ଆତଙ୍କିତ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀ ଏନସିଆର୍‌ରେ ମଙ୍ଗଳବାର ଅପରାହ୍ନ ୪.୪୦ରେ ଭୂକମ୍ପ ଝଟକା ଲାଗିଛି। କେବଳ ଦିଲ୍ଲୀରେ ନୁହେଁ, ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି।...

ଅଭିବ୍ୟକ୍ତି ସ୍ବାଧୀନତା ନିରଙ୍କୁଶ ନୁହେଁ

ନୂଆଦିଲ୍ଲୀ,୨୮।୧: ଆମାଜନ ପ୍ରାଇମ୍‌ ଓ୍ବେବ୍‌ ସିରିଜ୍‌ ‘ତାଣ୍ଡବ’ର ନିର୍ମାତା ଓ ଜଣେ ଅଭିନେତା ଗିରଫଦାରିରୁ ସୁରକ୍ଷା ଲାଗି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।...

ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାର ଅଧିକାର ବାଚସ୍ପତିଙ୍କ ନାହିଁ:ୟେଦୁରପ୍ପା

ବେଙ୍ଗାଲୁରୁ, ୧୪।୭: କର୍ନାଟକରେ ରାଜନୈତିକ ପାଣିପାଗ ବେଶ୍‌ ସରଗରମ ହୋଇପଡିଛି। ଗୋଟିଏ ପଟେ ମେଣ୍ଟରୁ ଇସ୍ତଫା ଦେଖିବା ବିଧାୟକ ମନାଇବାକୁ କଂଗ୍ରେସ-ଜେଡିଏସ ଲାଗିପଡିଥିଲାବେଳେ ଅନ୍ୟପଟେ ଭାଜପା...

ଭାଜପା ଉପରେ ବର୍ଷିଲେ ରାହୁଲ କହିଲେ, କର୍ନାଟକରେ ଆମେ ସରକାର ଗଢିବୁ…

ବେଙ୍ଗାଲୁରୁ,୧୬।୪: କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କୋଲାରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିଛନ୍ତି।...

ଜୟସାଲମେରରେ ଥିଲେ ତୃଣଭୋଜୀ ଡାଇନୋସର

ଲକ୍ଷ୍ନୌ,୯ା୮: ରାଜସ୍ଥାନର ଜୟସାଲମେରରୁ ଆଇଆଇଟି-ରୁର୍‌କୀ ଏବଂ ଭାରତର ଭୂତାତ୍ତ୍ୱିକ ସର୍ଭେ (ଜିଏସ୍‌ଆଇ)ର ବୈଜ୍ଞାନିକମାନେ ବିଶ୍ୱର ସବୁଠୁ ପୁରାତନ ନୂଆ ପ୍ରଜାତିର ଡାଇନୋସର ଜୀବାଶ୍ମ ଠାବ କରିଛନ୍ତି।...

ଭୋଟ ପୂର୍ବରୁ ୧୮ ଲକ୍ଷ ଟଙ୍କା ଜବତ

ନାଗପୁର, ୨୦ା୧୦ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୧ରେ ହେବାକୁ ଥିବାବେଳେ ପୋଲିସ ଶୁକ୍ରବାର ରାତିରେ ୧୮ ଲକ୍ଷ ଟଙ୍କା ଜବତ କରିଥିବାବେଳେ ଭାଜପା ପ୍ରାର୍ଥୀ...

ଉଦ୍ଧବ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଆଦିତ୍ୟ ଶିକ୍ଷାମନ୍ତ୍ରୀ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ସରକାର ଗଢିବାକୁ ଶିବସେନା ମେଣ୍ଟର ସାହାରା ନେଇଛି। ଏବେ ଏନ୍‌ସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଢିବାକୁ ପ୍ରସ୍ତୁତ। ଏହାକୁ...

Advertisement
Archives

Model This Week