Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୧୫ ତାରିଖ – Daily Horoscope

ମେଷ

ଭାଗ୍ୟସ୍ଥାନ ଏକାଧିକ ଗ୍ରହ ଦ୍ୱାରା ପ୍ରଭାବିତ ହୋଇଥିବାରୁ କର୍ମକ୍ଷେତ୍ରରେ ସୌଭାଗ୍ୟଜନକ ସଫଳତା ପାଇବେ। କିନ୍ତୁ ଦ୍ୱିଜା ନକ୍ଷତ୍ରକୁ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡିପାରେ। ଯାତ୍ରାରୁ ସୁଫଳ ପାଇବେ ଏବଂ ସାମାଜିକ ସ୍ଥିତି ସୁଦୃଢ ରହିବ। ଈର୍ଷାକରି ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ।
ବୃଷ
ବୃଷ

ତୃତୀୟାଧିପ ରାଶ୍ୟାଧିପଙ୍କ ସଂଯୋଗରୁ ସାହାଯ୍ୟ ଲାଭ କରି ଆଶ୍ୱସ୍ତି ଅନୁଭବ କରିବେ। ତଥାପି ଚେଷ୍ଟା କରୁଥିବା କାମଟି ପାଇଁ କଠିନ ଶ୍ରମ କରିବାକୁ ପଡିବ। କିନ୍ତୁ ବାଣିଜ୍ୟ,ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।

ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ବ୍ୟବସାୟରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ। ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହେବାରୁ ସାମୟିକ ଖୁସୀ ରହିବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ନିଜର ଗୃହସଜ୍ଜା ପ୍ରତି ଆଗ୍ରହ ବଢିପାରେ।
କର୍କଟ
କର୍କଟ
ଭାଗ୍ୟଭାବରେ ମଙ୍ଗଳ ଆନୁଷ୍ଠାନିକ କାର୍ଯ୍ୟରେ ଦକ୍ଷତାବୃଦ୍ଧି ପୂର୍ବକ କାର୍ଯ୍ୟସିଦ୍ଧି ଓ ସମ୍ମାନିତ କରାଇବ। ଦୀର୍ଘଦିନରୁ ରହିଆସିଥିବା ସମସ୍ୟାଗୁଡିକ ସୁପ୍ତ ଅବସ୍ଥାରେ ରହିଯାଇପାରେ। କେତେକ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ପାରିବାରିକ ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି।
ସି˚ହ
ସି˚ହ
ବ୍ୟୟଭାବସ୍ଥ ଧନାଧିପ ଯୋଗୁ ଅଭାବ ଅନଟନ ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେକରିବେ। ସରକାରୀ କାମରେ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। କଚେରି ମାମଲାର ଶୁଣାଣିରେ ବିଳମ୍ବ ଅସ୍ଥିରତାକୁ ବଢାଇ ଦେଇପାରେ। ପ୍ରକାଶନ, ପ୍ରଶାସନ, ଏଜେନ୍ସି ଏବଂ ସାମ୍ବାଦିକତାରେ ପ୍ରଂଶସିତ ହେବେ।
କନ୍ୟା
ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ବନ୍ଧୁସମ୍ପର୍କ, ଯାତ୍ରା ପାଇଁ ଦିନଟି ସ୍ବାଭାବିକ ରହିବ।
ତୁଳା
ତୁଳା
ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପରିବାରରେ ସୁଖ ଶାନ୍ତି ରାଜୁତି କରିବ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସଭାସମିତିରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଆଇନ ଅଦାଲତରେ ଚିନ୍ତା ପ୍ରକଟ କରିପାରନ୍ତି।
ବିଛା
ବିଛା
ଅଷ୍ଟମସ୍ଥ ରାହୁ ଯୁକ୍ତ ଚନ୍ଦ୍ର ଅପୂରଣୀୟ ଅଭିଳାଷକୁ ନେଇ ମାନସିକ ଅଶାନ୍ତି ସୃଷ୍ଟି କରିବ। ତଥାପି କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ଶତ୍ରୁମାନେ ପାଖେଇ ଆସିବେ ସିନା କୌଣସି କ୍ଷତି କରିପାରିବେ ନାହିଁ। ଖର୍ଚ୍ଚର ଏକାଧିକ ଦିଗ ମନକୁ ବ୍ୟଥିତ କରିପାରେ।
ଧନୁ
ଧନୁ
ଭୁଲ୍‌ ବୁଝାମଣା କାରଣରୁ ନିଜର ଲୋକଟି ଆଉ ନ ପଚାରୁଥିବାରୁ ଦୁଃଖୀତ ରହିବେ। ନିଃସଙ୍ଗତା ଅନୁଭବପୂର୍ବକ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। କର୍ମକ୍ଷେତ୍ରରେ ମାପିଚୁପି ଚଳିଲେ କୌଣସି ଅସୁବିଧା ହେବନାହିଁ। ବନ୍ଧୁସମ୍ପର୍କ, ଯାତ୍ରା, ବ୍ୟବସାୟରୁ ସୁଫଳ ପାଇବେ।
ମକର
ମକର

ଦୀର୍ଘଦିନରୁ ଅଟକି ରହିଥିବା କୌଣସି କାର୍ଯ୍ୟ ହଠାତ୍‌ ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ତୃତୀୟସ୍ଥ ମଙ୍ଗଳ ଯୋଗୁ ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି। ବ୍ୟବସାୟ, ଯୋଗାଯୋଗ, ପରିବହନ, ପ୍ରଶାସନ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।

କୁମ୍ଭ
କୁମ୍ଭ
ଯେତେ ପ୍ରକାରର ଉପାୟ ଅବଲମ୍ବନ କଲେ ମଧ୍ୟ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ। ଆପଣଙ୍କ ପରିସ୍ଥିତି ପ୍ରତି ପାଖ ପଡୋଶୀ ସହାନୁଭୂତି ପ୍ରଦର୍ଶନ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାରରେ ବୁଝାମଣା ଠିକ୍‌ ରହିବ।
ମୀନମୀନ

ପରିସ୍ଥିତିକୁ ଲାଘବ କରିବା ସକାଶେ ପରିବାରରେ ହେଉ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ହେଉ ଭାବିଚିନ୍ତି କିଛି କହିବା ଭଲ ହେବ। ବହୁତଦିନରୁ ଦେହରେ ବସା ବାନ୍ଧିଥିବା ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ। ପାଖପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସଂପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?