ଜିଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଆକ୍ରମଣ, ଭାଜପା କର୍ମୀଙ୍କ ନାମରେ ଥାନାରେ ଏତଲା

ଆଳି,୧୧ା୨(ବନମାଳୀ ସେନାପତି) : ଆଳି ନିର୍ବାଚନମଣ୍ଡଳୀ ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା କନକଲତା ବେହେରାଙ୍କ ସ୍ବାମୀ ତଥା ଆଳି ବ୍ଲକ ବିଜେଡି ଯୁବ ସଭାପତି କେଦାରନାଥ ବେହେରାଙ୍କୁ ଆଳି-ଭୂଇଁପୁର ରାସ୍ତାର ଏଣ୍ଡୋଳ ପାଖରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି। ବେହେରାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଭାଜପା କର୍ମୀମାନେ ଆକ୍ରମଣ କରିଥିବା ନେଇ ବେହେରା ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଥାନାରେ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସେ ଆଳି ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ବ୍ଲକରୁ କାମ ସାରି ସ୍କୁଟି ନେଇ ତାଙ୍କ ଘର ଡିମିରିପାଳକୁ ଯାଉଥିଲେ। ଆଳି -ଭୂଇଁପୁର ରାସ୍ତାର ଏଣ୍ଡୋଳ ଛକଠାରୁ କିଛି ଦୂରରେ ତାଙ୍କ ଗାଡ଼ିକୁ କେତେଜଣ ଯୁବକ ଅଟକାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯୁବକମାନେ ତାଙ୍କୁ ଜୀବନରୁ ଶେଷ କରିଦେବାକୁ ଧମକ ଦେଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚତ୍ ଯିବାରୁ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଆଳି ରାଜନୀତି ସରଗରମ ହୋଇପଡିଛି। ଅଭିଯୋଗ ପାଇ ପୋଲିସ ନଂ. ୭୮/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭାଜପା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ପଦକ ପାଇବେ ଏହି ଫାଣ୍ଡି ଅଧିକାରୀ, କର୍ତ୍ତବ୍ୟନିଷ୍ଠା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ…

ଦିଗପହଣ୍ଡି,୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଅତିଥି ଚରଣ ନାୟକ ତାଙ୍କର ଉଲ୍ଲେଖନୀୟ ପୋଲିସ ସେବାର ସ୍ବୀକୃତି…

ସ୍ତ୍ରୀଙ୍କୁ ଖୋଜି ବୁଲୁଛନ୍ତି ଖବରଦାତା: ଚଳନ୍ତା ଟ୍ରେନ୍‌ରୁ କୁଆଡ଼େ ଉଭାନ୍‌

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରର ଯୁବ ଖବରଦାତା ଦୁଷ୍ମନ୍ତ ପ୍ରଧାନଙ୍କ ସ୍ତ୍ରୀ ସାଗରିକା ପ୍ରଧାନ ଏବଂ ମା’ ଗୁରୁବାର ନାଗାଲାଣ୍ଡର ଦିମାପୂର୍‌ ଅଭିମୁଖେ ଟ୍ରେନରେ ଯାଇଥିଲେ। ବାଟରେ…

ସମିତି ସଭ୍ୟଙ୍କୁ ଗୁଳିମାରି ହତ୍ୟା: ବଢୁଛି ସନ୍ଦେହ, କାର୍‌ ଭିତରେ ଥିବା ସମୟରେ…

ଡୁଙ୍ଗୁରିପାଲି,୧୧।୯:ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ସୀମାବର୍ତ୍ତୀ କେବାଡ଼ ଜିରୋ ଆଡି କେନାଲ ନିକଟରେ ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୪୦)ଙ୍କୁ ଗୁଳିମାରି ହତ୍ୟା କରାଯାଇଛି।…

ଶାଗୁଆନ କାଠ ଗାଡ଼ି ଛାଡ଼ି ମାଫିଆ ଫେରାର, ପାଟ୍ରୋଲିଂ ସମୟରେ ବନ କର୍ମଚାରୀ ଅଟକାଇବାରୁ…

ମୋହନା,୧୦ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଏକ ପିକଅପ୍‌ ଗାଡ଼ିରୁ ୪୨ ଖଣ୍ଡ ଚୋରା ଶାଗୁଆନ…

ଉଦ୍ଧାର ଓରାଙ୍ଗଉଟାନଙ୍କୁ ନେଇ PCCFଙ୍କ ବଡ଼ ସୂଚନା, ସ୍ବାସ୍ଥ୍ୟାବସ୍ଥା…

ଭୁବନେଶ୍ୱର,୧୧।୯: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ PCCF ପ୍ରେମ କୁମାର ଝା ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ୫ ଓରାଙ୍ଗଉଟାନ…

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୦ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଗ୍ରାହକ ହନ୍ତସନ୍ତ, ବ୍ୟାଙ୍କସେବା ପ୍ରଭାବିତ ହେବା ଆଶଙ୍କାରେ…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ସ୍କିମ୍‌କୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ପୂରଣ…

କେନ୍ଦ୍ରୀୟ ବିଦ୍ୟାଳୟରେ ଶପଥ ଗ୍ରହଣ ସମାରୋହ: ନୂତନ ଦାୟିତ୍ୱ ନେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷ ପାଇଁ ଶପଥ ଗ୍ରହଣ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri