ସ୍ତ୍ରୀଙ୍କ ମୃତଦେହକୁ ସୋନ ନଦୀରେ ଭସାଇଲେ ସ୍ବାମୀ

ଭୋପାଳ, ୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କାମଧନ୍ଦା ଅଭାବରୁ ବହୁ ଦିନମଜୁରିଆଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏହା ସଦ୍ୟତମ ଘଟଣା ମଧ୍ୟପ୍ରଦେଶର ସିଦ୍ଧି ଜିଲାରେ ଘଟିଛି। ସ୍ଥାନୀୟ କୋଟହା ମହଲା ବାସିନ୍ଦା ମହେଶ କୋଲଙ୍କ ୬୨ବର୍ଷ ବୟସ୍କା ସ୍ତ୍ରୀ ଦୁଆସିଆ ଦୀର୍ଘଦିନ ରୋଗଗ୍ରସ୍ତ ହେବା ପରେ ରବିବାର ଆଖି ବୁଜିଥିଲେ। ତେବେ ମହେଶଙ୍କ ପାଖରେ ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ଟଙ୍କା ନ ଥିଲା। ସହାୟତା ଲାଗି ମହେଶ ନଗର ପାଳିକା ପରିଷଦ କାର୍ଯ୍ୟାଳୟ ଯାଇଥିଲେ। ତେବେ ରବିବାର ଯୋଗୁ କାର୍ଯ୍ୟାଳୟ ବନ୍ଦ ଥିଲା। ତେଣୁ ସେ ଉପାୟ ନ ପାଇ ଦୁଆସିଆଙ୍କ ମୃତଦେହକୁ ସ୍ଥାନୀୟ ସୋନ୍‌ ନଦୀରେ ଭସାଇ ଦେଇଥିଲେ। କରୋନା ସଂକ୍ରମଣ ଭୟରେ ମୃତଦେହ ନେବାକୁ କେହି ନ ଆସିବାରୁ ଟ୍ରଲି ରିକ୍ସାରେ ଘରଠାରୁ ୧୨ କିମି ଦୂର ସୋନ ନଦୀରେ ନେଇ ଭସାଯାଇଥିବା ମୃତକଙ୍କ ଭାଇ ରମାବତାର କୋଲ କହିଛନ୍ତି। ଏସମ୍ପର୍କିତ ଖବର ଜିଲାପାଳ ରବୀନ୍ଦ୍ର କୁମାର ଚୌଧୁରୀଙ୍କୁ ମିଳିବା ପରେ ସେ ନଗର ପାଳିକା ପରିଷଦରୁ ୫ ହଜାର ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ମହେଶଙ୍କ ପରିବାରକୁ ଯୋଗାଇ ଦେଇଛନ୍ତି। ମହେଶଙ୍କ ପରିବାରକୁ ଅନ୍ୟ ଅବାଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ନଗର ପାଳିକା ପରିଷଦ ସିଏମ୍‌ଓ ଅମର ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଶପଥ ଗ୍ରହଣ ଉତ୍ସବକୁ ଯିବେ ଏହି ଏମପି

ନୂଆଦିଲ୍ଲୀ,୩୦।୫: ଲେକା ସଭା ନିର୍ବାଚନରେ ଭାଜପା ନେତୃତ୍ୱଧୀନ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହେବା ପରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ...

୬୨ ପ୍ରତିଶତ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ…

ମୁମ୍ବାଇ, ୨୪।୧ : ସୋମବାରଠାରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ଲାଗି ସରକାର ଘୋଷଣା କରିଛନ୍ତି। ଏହା ଦ୍ୱାରା ଏବେ ବିଦ୍ୟାଳୟରେ...

୪ ବର୍ଷ ପରେ ଜେଲ୍‌ରୁ ଘରକୁ ଫେରିଲେ ଶଶିକଳା

ବେଙ୍ଗାଲୁରୁ, ୨୭।୧: ତାମିଲନାଡୁର ଏଆଇଏଡିଏମ୍‌କେର ପୂର୍ବତନ ସଦସ୍ୟା ଭି.କେ. ଶଶିକଳା ୪ ବର୍ଷ ଜେଲ୍‌ରେ ରହିବା ପରେ ବୁଧବାର ଘରକୁ ବାହୁଡ଼ିଛନ୍ତି। ୬୩ ବର୍ଷ ବୟସ୍କା...

ଆଣ୍ଡାମାନରେ ୧୦ କରୋନା ପଜିଟିଭ୍‌

ପୋର୍ଟବ୍ଲେୟାର,୩୧।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ତୀବ୍ରଗତିରେ ବଢ଼ିଚାଲିଛି। ଦିନକୁ ଦିନ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଆଣ୍ଡାମାନରେ କରୋନା ସଂକ୍ରମିତଙ୍କ...

ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପା ପାଇଛି ୨୫୫୫ କୋଟି

ନୂଆଦିଲ୍ଲୀ, ୧୦ା୮: ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ୨୦୧୯-୨୦ ବର୍ଷରେ ଭାଜପା ୨,୫୫୫ କୋଟି ଟଙ୍କା ସଂଗ୍ରହ କରିଛି, ଯାହା କି ମୋଟ ବଣ୍ଡ୍‌ର ୭୬ ପ୍ରତିଶତ।...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଲ୍ଲିକପଡି ଗ୍ରାମ କଣ୍ଟେନମେଣ୍ଟ ଜୋନ

ଜି ଉଦୟଗିରି, ୨୪।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି ଉଦୟଗିରି ବ୍ଲକ ମଲ୍ଲିକପଡ଼ି ପଞ୍ଚାୟତ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଉକ୍ତ ପଞ୍ଚାୟତର ମଲ୍ଲିକପଡ଼ି,...

କ୍ଷମତା ନିଶାରେ ଧାରା ୩୭୦କୁ ହଟାଇଛି ଭାଜପା: ଗୁଲାମ୍‌ ନବୀ ଆଜାଦ୍‌

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଇବା ନେଇ କଂଗ୍ରେସର ବରିଷ୍ଠ ନେତା ଗୁଳାମ୍‌ ନବୀ ଆଜାଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। କ୍ଷମତା...

ନକଲି ଭୋଟ ଦେଉଥିବା ୬ଜଣଙ୍କୁ ଗିରଫ କଲା ପୋଲିସ: ଏଥିରେ ୪ମହିଳା ସାମିଲ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ୯ଟି ଜିଲାର ୫୫ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯାଇଛି। ଏହିକ୍ରମରେ ରାମପୁର ଜିଲାରେ ମଧ୍ୟ ମତଦାନ...

Advertisement
Archives

Model This Week