ପ୍ରଥମଥର ପରଦାରେ ରୋମାନ୍ସ କରିବେ ସ୍ତ୍ରୀ-ସ୍ବାମୀ

ବଲିଉଡ ଅଭିନେତା ଅଲି ଫଜଲ ତାଙ୍କ ୱେବ ସିରିଜ ‘ରାଖ’ ଚର୍ଚ୍ଚାରେ ଅଛନ୍ତି। ଏଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଖୁବ୍‌ଶୀଘ୍ର ସେ ‘ମିର୍ଜାପୁର: ଦି ମୁଭି’ରେ ନଜର ଆସିବାକୁ ଯାଉଛନ୍ତି। ଏହା ମଧ୍ୟରେ ଅଲି ଫଜଲ ଅଭିନୀତ ଏକ ନୂଆ ଚଳଚ୍ଚିତ୍ର ଘୋଷଣା କରାଯାଇଛି। ଏହା ଅଭିନେତାଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖେ। କାରଣ ପ୍ରଥମ ଥର ପାଇଁ ସେ ତାଙ୍କ ସ୍ତ୍ରୀ ରିଚା ଚଢାଙ୍କ ସହ ବଡ଼ ପରଦାରେ ରୋମାନ୍ସ କରୁଥିବାର ଦେଖାଯିବେ। ଯଦିଓ ଏହି ଯୋଡ଼ି ପୂର୍ବରୁ ‘ଫୁକ୍‌ରେ’ରେ ଏକାଠି କାମ କରିଥିଲେ। ରିଚା ସେହି ଚଳଚ୍ଚିତ୍ରରେ ନକାରାତ୍ମକ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ଆଗାମୀ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦର୍ଶକ ସେମାନଙ୍କୁ ଏକ ଅନ-ସ୍କ୍ରିନ ରୋମାଣ୍ଟିକ ଯୋଡ଼ି ଭାବରେ ଦେଖିବେ।

ଶଶି ବର୍ମାଙ୍କ ନିର୍ଦ୍ଦେଶିତ ଅଲି ଫଜଲ ଏବଂ ରିଚା ଚଢା ଅଭିନୀତ ନୂତନ ଚଳଚ୍ଚିତ୍ର ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରଟି ଏକ କମେଡି ହେବ। ପ୍ରଥମ ଥର ପାଇଁ ଉଭୟ ମୁଖ୍ୟ ଭୂମିକାରେ ସ୍କ୍ରିନ ଶେୟାର କରିବେ।

୨୦୨୬ ଶେଷ ଭାଗରେ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବାର ଆଶା କରାଯାଉଛି। ଏପ୍ରିଲ ୨୦୨୭ରେ ଥିଏଟର ରିଲିଜ ହେବାର ଯୋଜନା ରହିଛି। ସିନୱାର୍କ ପ୍ରଡକ୍ସନ୍ସ ଏବଂ ଗିରିରାଜ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିିତ ଏହି ଚଳଚ୍ଚିତ୍ରଟି ଶଶି ବର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ।
ଅଲି ଫଜଲ ଖୁବଶୀଘ୍ର ‘ମିର୍ଜାପୁର: ଦି ମୁଭି’ରେ ଦେଖାଯିବେ। ଏହାହା ସେପ୍ଟେମ୍ବର ୪, ୨୦୨୬ରେ ଥିଏଟର ରିଲିଜ ହେବାକୁ ଯାଉଛି। ଏହା ସହିତ ସେ ‘ବଣ୍ଟୱାରା ୧୯୪୭’ରେ ଦେଖାଯିବେ, ଯାହା ଅଗଷ୍ଟ ୧୩, ୨୦୨୬ ରେ ସିନେମା ଘରେ ରିଲିଜ ହେବାକୁ ଯାଉଛି। ଏହି ଦୁଇଟି ଚଳଚ୍ଚିତ୍ର ବ୍ୟତୀତ ଅଲି ଫଜଲଙ୍କ ନାମ ‘ଲଷ୍ଟ ଷ୍ଟୋରିଜ ୩’ ସହିତ ମଧ୍ୟ ଯୋଡା ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?