Posted inଫୁରସତ

ଭଗବାନ ତୁସି ଗ୍ରେଟ୍‌ ହୋ

ଏଇ କିଛିଦିନ ତଳର କଥା। ସାରେ ଧର୍ମପତ୍ନୀଙ୍କ ସାଙ୍ଗରେ ଝଗଡ଼ା। ଝଗଡ଼ାଟା ମୋର ଦେହସୁହା କଥା। କାରଣ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବା ଯେ ତାକୁ ପୂରା କରୁ କରୁ ଦାମ୍ପତ୍ୟର ଗୋଟିଏ ଜନ୍ମର ବାରଅଣା ଜୀବନ ସରିଗଲାଣି। ଆହୁରି ଛଅ ଜନ୍ମ ପାଇଁ ଧୈଯ୍ୟ ନାହିଁ। ଅଭିଯୋଗ ଆରମ୍ଭ ହୁଏ ଘର କାମରୁ। ସବୁବେଳେ ତାଙ୍କର ଅଭିଯୋଗ ଥାଏ ଯେ, ସେ କାଳେ ମୋ ସଂସାର ସମ୍ଭାଳୁ ସମ୍ଭାଳୁ ତାଙ୍କର ଦିନକାଳ ଗଲା। ନିଜ ପାଇଁ ତାଙ୍କୁ ସମୟ ମିଳୁନି। ବାହା ପୂର୍ବରୁ ଭଲ ବର ପାଇଁ କେତେ ଶିବ ପୂଜିଥିଲେ। ସ୍ବପ୍ନ ବି ଦେଖିଥିଲେ କାଳେ ଶିବ ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ତଥାସ୍ତୁ କରୁଛନ୍ତି। କେଉଁ ରାଜକୁମାର ସହ ବାହାହୋଇ ପୋଇଲି ପରିବେଷ୍ଟିତ ହୋଇ ପଲଙ୍କ ସେବା ପାଉଛନ୍ତି। ଏସବୁ ଶୁଣି ମୁଁ ରାଗରେ ତାଙ୍କୁ କହିଦିଏ , ‘ଶିବଙ୍କୁ ପୂଜିବ ତୁମେ ଆଉ ଦୋଷ ମୋର !

କେଉଁ ପୁରାଣରେ ଲେଖାଅଛି କି ଶିବ ତାଙ୍କ ଭକ୍ତ ପାଇଁ ଯୋଗସୂତ୍ର କମ୍ପାନୀର ମଧ୍ୟସ୍ଥ କାମ କରିଛନ୍ତି ? ତୁମେ ଭୁଲ୍‌ ଦେବତାଙ୍କୁ ପୂଜା କରିବ ଏପଟେ ମୋତେ ନିନ୍ଦିବ। ଶୁଣ ମୁଁ ମୋ ମା’ର ରାଜକୁମାର। ସିଏ ବି ମୋ ବାହାଘର ପାଇଁ କେଉଁ ରାଜକୁମାରୀକୁ ବୋହୂ ରୂପରେ ଚାହୁଁଥିଲା। ବୋଧେ ତୁମ ଭଳି ଭୁଲ୍‌ ଦେବତାଙ୍କ ପାଖେ ଭୋଗ ଲଗେଇଛି ତେଣୁ ତୁମେ ମିଳିଛ। ‘ଭୁଲ୍‌ ’ ଭଳି ଶବ୍ଦ କି କାମ ଠାକୁରଙ୍କ ପାଖରେ ନାହିଁ। ଭୁଲ୍‌ ସବୁ ତୁମମାନଙ୍କ ପାଖରେ। କାଷ୍ଠା କରି କେଉଁ ବ୍ରତ ତୁମେ କରିଛ ଭଲା କହିଲ ? ସାବିତ୍ରୀ ଓଷା ହେଉ କି ଦ୍ୱିତୀୟା ଓଷା ହେଉ। ସନ୍ତୋଷୀ ମା’ ପୂଜା ହେଉ କି କୁମାର ପୂର୍ଣ୍ଣିମାର ଚାନ୍ଦ ପୂଜା ସବୁଥିରେ ତୁମ୍ଭମାନଙ୍କର ସ୍ବାର୍ଥ ଥାଏ। ପୁରାଣମାନେ ସାକ୍ଷୀ ଅଛନ୍ତି ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ହେଉ କି ପୁଅ ପାଇଁ ହେଉ, ଧନ ପାଇଁ ହେଉ କି ଭଲ ବର ପାଇଁ ହେଉ ସବୁ ଉପାସ ବ୍ରତ ପଛରେ ନିଶ୍ଚେ କିଛି ସ୍ବାର୍ଥ ତୁମ୍ଭମାନଙ୍କ ଥିବ। ଠାକୁର କ’ଣ ଏତେ ବୋକା ? ସେ ସବୁ ବୁଝନ୍ତି। ସେଇଥିପାଇଁ ବଡ଼ଠାକୁର ତାଙ୍କ ପ୍ରଥମ ସେବକର ଅଧିକାର ଗଜପତି ରାଜାଙ୍କୁ ଦେଇଛନ୍ତି। ରାଣୀ ତ ଦୂର ଦୂର ପର୍ଯ୍ୟନ୍ତ ମାନଚିତ୍ରରେ ନାହାନ୍ତି।

ମୁଁ ବି ଏମିତି ସମୟରେ ଭାବେ ରାଜା ମହାରାଜା ହୁଅନ୍ତୁ କି ଦେବତା ହୁଅନ୍ତୁ ସେମାନେ ସମସ୍ତେ ପତ୍ନୀ ପ୍ରପୀଡ଼ିତ ଥିଲେ। ସେଇଥିପାଇଁ ସେମାନେ ଏକରୁ ଅଧିକ ବାହା ହେଉଥିଲେ। ଗୋଟିଏ ରାଣୀ ସହ ଝଗଡ଼ା ହେଲେ ଆର ରାଣୀ ପାଖକୁ ଚାଲିଯାଉଥିଲେ। କିନ୍ତୁ ହାୟ ଆମ ଭଳି ଦୁଃସ୍ଥ ପତିମାନଙ୍କର ସେତକ ସୁଯୋଗ ନାହିଁ। ଦ୍ୱିତୀୟ ରାଣୀ କେବଳ ଆମ ସ୍ବପ୍ନରେ ଆସନ୍ତି ଏବଂ ପ୍ରଥମ ତଥା ଶେଷ ପାଟରାଣୀ ସେ ସ୍ବପ୍ନର ଧଜିଆ ଉଡ଼େଇବାକୁ ତାଙ୍କ ଜନ୍ମସିଦ୍ଧ ଅଧିକାର ଭାବି ସେ ସ୍ବପ୍ନ ପୂରା ହେବାକୁ ଦିଅନ୍ତି ନାହିଁ। ନିଜେ କରିବେନି କି କାହାକୁ କରେଇ ଦେବେନି। ସେଦିନ ରାତିରେ ମୁଁ ଗୋଟିଏ ଦ୍ୱତୀୟ ରାଣୀର ସ୍ବପ୍ନ ଦେଖୁଥିଲି। କ’ଣ ହେଲା କେଜାଣି କିଛି ସମୟ ପରେ ଦେଖିଲି ମୋ ହାତ ଗୋଡ଼ ବନ୍ଧା ହୋଇଛି ଓ ଦୁଇଜଣ ଯାକ ରାଣୀ ମୋତେ ଗାଳିମନ୍ଦ କରି ଝାଡୁ, ପିଠାପାତିଆରେ ଗୋଡ଼କୁ, ହାତକୁ , ପିଠିକୁ ଉତ୍ତମ ମଧ୍ୟମ ଦେଉଛନ୍ତି। ସେହି ଦରଜରେ ନିଦ ଭାଙ୍ଗିଗଲା। ଶହେ ରାଣୀଙ୍କ ପତି ସେଇ ରାଜା ଓ ଦେବତାଙ୍କୁ ହାତଯୋଡି ନମସ୍କାର କଲି। ସତରେ କି ଧୈର୍ଯ୍ୟ ଓ ମୋଟା ଚମଡ଼ା ହେଇ ନ ଥିବ ସେମାନଙ୍କର ! ମୁଁ ଜଣେ ପତ୍ନୀଙ୍କ ପୀଡ଼ା ସହି ପାରୁନି ସେମାନେ କେମିତି ଶହେ ପତ୍ନୀଙ୍କ ପୀଡ଼ା ସହୁଥିବେ କେଜାଣି ! ଧନ୍ୟ ସେମାନେ। ସେଇଥିପାଇଁ ତ ସେମାନେ ଦେବତା। ସର୍ବତ୍ର ପୂଜା ପାଉଛନ୍ତି।

ସକାଳୁ ପତ୍ନୀ ସେମିତି ଗାଲେଇ ବାସିଶେଯରେ ଶୋଇଥାନ୍ତି। ଚେଇଁ ଶୋଇବ ଯିଏ ତାକୁ ଉଠେଇବ କିଏ? ମୁଁ ତାଙ୍କୁ କିଛି ନ କହି ନିଜେ କିଛି ଘର ଦାୟିତ୍ୱ ସମ୍ଭାଳିବା ପାଇଁ ଚିନ୍ତା କରି ଚାଲିଲି ପୁଅର ଶୋଇବା ଘରକୁ। ପ୍ରଥମେ ଗେଲରେ ଡାକିଲି,‘ ଧନ ଉଠୁ ସ୍କୁଲ ଯିବୁ। ଡେରି ହେଲାଣି।’ କିଛି ପ୍ରତିକ୍ରିୟା ନାହିଁ। ତା’ ପରେ ଆଉ ଟିକେ ପ୍ରେମରେ ଡାକିଲି, ସେ ଏବେ ଭିଡ଼ିମୋଡ଼ି ହେଲା। ତା’ ପରେ ଗୋଟେ ଧଡାସ ଥାପଡ଼ ଖଟବାଡ଼ାକୁ ଦେଲି। ବାସ୍‌ ଗୋଟିଏ ଥାପଡ଼ର ଗୁଞ୍ଜରଣ ଏତେ ପ୍ରଭାବୀ ଥିଲା ଯେ ସେପଟେ ଚେଇଁ ଶୋଇଥିବା ପୁଅର ମାମା ସିଧା ଉଠି ଖଟରେ ବସିଗଲେ। ଏପଟେ ଧନ ଉଠି ଆଖି ମଳୁଥିଲା। ଧନକୁ କହିଲି ଯଦି ଭାବୁଥିବୁ ତୋତେ ଟେକି ଟେକି ନେଇ ମୁଁ ଦାନ୍ତ ଘଷେଇବି, ଗାଧେଇ ଦେବି, ଡ୍ରେସ୍‌ ପିନ୍ଧେଇ ଦେବି ତେବେ ଭାବେ ଯେ ତୁ ଏଯାଏ ନିଦରେ ଅଛୁ। ଗୋଟିଏ ଦିନ ଦାନ୍ତ ନ ଘଷିଲେ କିଛି ଗୋଟାଏ ଅଶୁଦ୍ଧି ହେଇଯିବନି। ଶୀଘ୍ର ଡ୍ରେସ୍‌ ପିନ୍ଧି ବାହାରେ। ସେପଟେ ମାତାଶ୍ରୀ ତାଙ୍କର କିଛି ପ୍ରତିକ୍ରିୟା ନ ରଖି ସେମିତି ସବୁ ଦେଖୁଥାନ୍ତି । ମୁଁ ଫ୍ରିଜ୍‌ରୁ କିଛି ବ୍ରେଡ୍‌ ଜାମ ଆଣି ଟିଫିନ ବାକ୍ସରେ ରଖିଲି। ପୁଅକୁ ଡ୍ରେସ୍‌ ପିନ୍ଧିବାରେ ସାହାଯ୍ୟ କଲି। ତା’ ମୁଣ୍ଡ କୁଣ୍ଡେଇଦେଲି। ସ୍କୁଲ ବ୍ୟାଗ୍‌ ସଜାଡ଼ିଲି। ତା’ପରେ ଗଡ଼ ଜିଣିଲା ଭଳି ବୀର ଦର୍ପରେ ଧନକୁ ମାନେ ପୁଅକୁ ଧରି ସ୍କୁଲରେ ଛାଡ଼ିବାକୁ ବାହାରିଲି। ସେପଟୁ ପତ୍ନୀ ପଛରୁ ଡାକିଲେ। ମୋତେ ଏଇ ପଛରୁ ଡାକିବା ଆଦୌ ଭଲ ଲାଗେନି ସେ ଜାଣନ୍ତି। ବିରକ୍ତ ହୋଇ କହିଲି, ‘ତୁମ ସାହାଯ୍ୟ ବିନା ମୁଁ ଏସବୁ କାମ କରିପାରେ।’ ମୋ କଥା ଶୁଣି ପତ୍ନୀ କହିଲେ , ‘ତୁମ କଥା କିଏ ପଚାରୁଛି। ମୁଁ ଧନକୁ କହୁଥିଲି ତା’ର ଆଜି ସ୍କୁଲ ଯିବା ଦରକାର ନାହିଁ। ଆଜି ରବିବାର।’

କିହୋ କି ଅଜବ ଲୋକ ! ଯଦି ଜାଣିଛ ଆଜି ରବିବାର ତା’ହେଲେ ମୁଁ ଧନକୁ ସ୍କୁଲ ପାଇଁ ତିଆରି କରୁଥିବା ବେଳେ ଚୁପ କାହିଁକି ବସିଥିଲ ?

ରାଗ ତମ ତମ ହୋଇ ସାହି ମୁଣ୍ଡ ପାନଦୋକାନ ପାଖରେ ଆସି ଚାହା ପିଉଛି ଆଉ ମନେ ମନେ ଭଗବାନଙ୍କୁ ଗାଳି କଲି। ସୌନ୍ଦର୍ଯ୍ୟ ସହ ଯଦି ଅର୍ଦ୍ଧାଙ୍ଗିନୀଙ୍କୁ ଆମର ବୁଦ୍ଧି ଦେଇଦେଇଥାନ୍ତ ତେବେ କ’ଣ ଶାସ୍ତ୍ର ଅଶୁଦ୍ଧି ହେଇଯାଇଥାନ୍ତା ! ଅନ୍ତତଃ ମର୍ତ୍ତ୍ୟରେ ବିଚରା ପତିଟି ହେଲେ ଟିକେ ପତ୍ନୀଙ୍କଠାରୁ ବୁଦ୍ଧି ଧାର ନେଇ ଚଳି ଯାଇଥାନ୍ତା । ଏମିତିରେ ପତିମାନେ ଜନ୍ମରୁ ନିର୍ବୁଦ୍ଧିଆ ବୋଲି ସବୁ ପତ୍ନୀଙ୍କ ଧାରଣା। ମୁଁ ବାଦ୍‌ ପଡ଼ନ୍ତି କୁଆଡୁ !

ଏତିକିବେଳେ ଚା’ଦୋକାନ କଡ଼ ବରଗଛରୁ ଗୋଟେ ବର ଫଳ ମୁଣ୍ଡରେ ପଡ଼ିଲା। ନିଉଟନଙ୍କ ମୁଣ୍ଡରେ ସେଓ ପଡିଲା ପରେ ଯେମିତି ନିଉଟନଙ୍କ ଜ୍ଞାନ ଉଦୟ ହେଲେ ସେମିତି ମୋ ମୁଣ୍ଡ ଉପରେ ବରଫଳ ପଡ଼ିଲା ପରେ ମୁଁ ହଠାତ୍‌ ଦାର୍ଶନିକ ଭଳି ଭାବିଲି। ଭଗବାନଙ୍କ ଉଦ୍ଦେଶ୍ୟରେ ଦଣ୍ଡବତ ପକେଇ ଆକାଶକୁ ଅନେଇ କହିଲି ସତରେ ଭଗବାନ ଆପଣଙ୍କ ଲୀଳା ଅପାର। ଏଡ଼େ ବଡ଼ ଗଛରେ ଏଡିକି ଟିକେ ଫଳ ଦେଇଛ ବୋଲି ଆଜି ଜୀବନ ରହିଲା। ଯଦି ଏଡ଼େ ବଡ଼ ବିଶାଳ ଗଛକୁ ତରଭୁଜ ଭଳି ଫଳ ଦେଇଥାନ୍ତ ଆଜି କି ମୁଁ ଆଉ ଥା’ନ୍ତି ! ଯଦି ପତ୍ନୀଙ୍କୁ ମୋର ବୁଦ୍ଧି ଓ ସୌନ୍ଦର୍ଯ୍ୟ ଉଭୟ ଦେଇଥାନ୍ତ ତେବେ ଆଜି ସେ କ’ଣ ସୂର୍ଯ୍ୟ ଚନ୍ଦ୍ର ଆଉ ମାନିଥାନ୍ତେ ! ଭସ୍ମାସୁର ଭଳି ତୁମକୁ ଛାଡି ନ ଥାନ୍ତେ। ଦାମ୍ପତ୍ୟରେ ସମତୁଲ ପାଇଁ ତୁମେ ବୁଦ୍ଧି ଓ ସୌନ୍ଦର୍ଯ୍ୟ ଅଲଗା ଅଲଗା ବାଣ୍ଟିଛ। ଭଗବାନ ତୁସି ଗ୍ରେଟ୍‌ ହୋ।

-ବନମାଳୀ ଭବନ, ଖାନ୍‌ ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?