୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ) କାରଣରୁ ଅଭିନେତାଙ୍କ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ଖବର ପ୍ରଶଂସକଙ୍କ ସହିତ ସିନେମା ଜଗତ ପାଇଁ ଏକ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି।

ସୂଚନାଯୋଗ୍ୟ ଯେ, ଜଣେ ଦକ୍ଷ ଅଭିନେତା ଭାବେ ରୂପେଲି ପରଦାରେ ନିଜର ସୱତନ୍ତ୍ର ପରିଚୟ ସୃଷ୍ଟି କରିବା ପୂର୍ୱରୁ ହିଁ ଜୀବନ ତାଙ୍କୁ ଖୁବ କମ ବୟସରୁ ବାସ୍ତବତା ସହ ସାମ୍ନା କରାଇ ସାରିଥିଲା।

ସୱର୍ଗତ ଅଭିନେତା ନାନା ପାଟେକରଙ୍କ ଜନ୍ମ ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏକ ମରାଠୀ ପରିବାରରେ ହୋଇଥିଲା। ଦର୍ଶକ ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକୁ ଖୁବ ପସନ୍ଦ କରୁଥିଲେ ଏବଂ ସେ ଏପରି ଅନେକ ସିନେମା କରିଛନ୍ତି ଯାହା କଲ୍ଟ କ୍ଲାସିକ ପ୍ରମାଣିତ ହୋଇଛି। କିନ୍ତୁ ଆପଣ ଜାଣନ୍ତି କି ଫିଲ୍ମ ଦୁନିଆକୁ ଆସିବା ପୂର୍ୱରୁ ତାଙ୍କ ଜୀବନ କେତେ ସଂଘର୍ଷପୂର୍ଣ୍ଣ ଥିଲା? ୨୦୧୫ ମସିହାରେ ବମ୍ୱେ ଟାଇମ୍ସ ସହିତ କଥାବାର୍ତ୍ତା ବେଳେ ନାନା ପାଟେକର ସେହି ଦିନଗୁଡ଼ିକୁ ମନେ ପକାଇ କହିଥିଲେ ଯେ, ଆର୍ଥିକ ଅନାଟନ ଯୋଗୁଁ ତାଙ୍କୁ ମାତ୍ର ୧୩ ବର୍ଷ ବୟସରୁ କାମ କରିବା ଆରମ୍ଭ କରିବାକୁ ପଡ଼ିଥିଲା।

ସ୍କୁଲ ସାରିବା ପରେ ନାନା ପାଟେକର ୮ କିଲୋମିଟର ପାଦରେ ଚାଲି ଚୁନାଭଟ୍ଟି ଯାଉଥିଲେ ଏବଂ ସେଠାରେ ଫିଲ୍ମ ପୋଷ୍ଟର ପେଣ୍ଟିଂ କରୁଥିଲେ। ଏହି କାମ ବାବଦରେ ତାଙ୍କୁ ମାସିକ ୩୫ ଟଙ୍କା ଏବଂ ଦିନକୁ ମାତ୍ର ଥରେ ଖାଇବାକୁ ମିଳୁଥିଲା ବୋଲି ସେ ପ୍ରକାଶ କରିଥିଲେ।

ନାନା ପାଟେକର ସାର୍‌ ଜେ.ଜେ. ଇନଷ୍ଟିଚ୍ୟୁଟ ଅଫ ଆପ୍ଲାଏଡ ଆର୍ଟରୁ ନିଜର ପାଠପଢ଼ା ଶେଷ କରିଥିଲେ। ସେ ନିଜର ଅଭିନୟ ଯାତ୍ରା ଥିଏଟରରୁ ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କୁ ମାସିକ ୭୫୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଏହା ପ୍ରାୟ ୧୯୭୮ ମସିହା ଆଖପାଖର କଥା। ୧୯୭୮ ମସିହାରେ ନାନା ପାଟେକର ’ଗମନ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍ରେ ନିଜର ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?