ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଶହ ଶହ ରୋଗୀ ପ୍ରାଥମିକ ଚିକିତ୍ସା ପାଇଁ ଆସୁଛନ୍ତି। ଗଞ୍ଜାମ ବ୍ଲକ ସମେତ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକର ଲୋକମାନେ ମଧ୍ୟ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି।

ବିଶେଷକରି ସ୍ବାସ୍ଥ୍ୟକେନ୍ଦ୍ରଟି ଡେଲିଭରି ପଏଣ୍ଟ ହୋଇଥିବାରୁ ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତ, ରମ୍ଭା ଓ ଆଖପାଖ ଅଞ୍ଚଳର ଗର୍ଭବତୀ ମହିଳାମାନେ ପ୍ରସବ ପାଇଁ ଏଠାକୁ ଆସିଥାନ୍ତି। ଏଥିସହ ରାଜପଥରେ ଦୁର୍ଘଟଣା ଘଟିଲେ ଆହତମାନଙ୍କୁ ମଧ୍ୟ ଏଠାରେ ପ୍ରାଥମିକ ଚିକିତ୍ସା ଦିଆଯାଏ। ଗୁରୁତର ରୋଗୀଙ୍କୁ ଛତ୍ରପୁର କିମ୍ବା ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରାଯାଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୧୨ଟି ଶଯ୍ୟାର ବ୍ୟବସ୍ଥା ଥିଲା। ବର୍ତ୍ତମାନ ସେହି ବ୍ୟବସ୍ଥା ବନ୍ଦ ହୋଇଯାଇଥିବା ବେଳେ ମାତ୍ର ୨ଟି ବେଡ୍‌ରେ ଚିକିତ୍ସା ଚାଲିଛି। ଏଠାରେ ରାତ୍ରିକାଳୀନ ସ୍ବାସ୍ଥ୍ୟସେବା ମଧ୍ୟ ଉପଲବ୍ଧ ନଥିବା ଅଭିଯୋଗ ହୋଇଛି।

ବର୍ତ୍ତମାନ ଜଣେ ଡାକ୍ତର ଓ ଜଣେ ଆୟୁଷ ଡାକ୍ତରଙ୍କ ଦ୍ୱାରା ରୋଗୀ ସେବା ଚାଲିଛି। ରୋଗୀଙ୍କ ସଂଖ୍ୟା ତୁଳନାରେ ଡାକ୍ତର ଓ ଶଯ୍ୟା ସଂଖ୍ୟା ଅତ୍ୟନ୍ତ କମ ଥିବାରୁ ଉନ୍ନତ ଚିକିତ୍ସାସେବା ଯୋଗାଇବାରେ ସମସ୍ୟା ଦେଖାଦେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବାର୍ଥ ଓ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ସ୍ଥାନୀୟ ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି।

ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଥିବା ସେ ଅଭିଯୋଗ କରିଛନ୍ତି। କେବଳ ନୂତନ ମେଡିକାଲ ବିଲ୍ଡିଂ ନିର୍ମାଣ କଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି ପାଢ଼ୀ କହିଛନ୍ତି। ସହରର ସମସ୍ତ ବର୍ଗର ଲୋକ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ଜିଲାପାଳଙ୍କ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଅଞ୍ଚଳର ଜନସଂଖ୍ୟା ଓ ରୋଗୀଙ୍କ ଆବଶ୍ୟକତା ଦୃଷ୍ଟିରୁ ଆବଶ୍ୟକ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ପାଢ଼ୀ ଜିଲା ଉଚ୍ଚ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ସେହିପରି, ସ୍ବାସ୍ଥ୍ୟକେନ୍ଦ୍ରକୁ ଲାଗି ନିର୍ମାଣାଧୀନ ନୂତନ ବିଲ୍ଡିଂ କାମରେ ଅହେତୁକ ବିଳମ୍ବ ହେଉଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ସହ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେଇ ଅଧିକ ଡାକ୍ତର, ଶଯ୍ୟା, ରାତ୍ରିକାଳୀନ ସେବା ଓ ଆମ୍ବୁଲାନ୍ସ ସୁବିଧା ଯୋଗାଇବାକୁ ସ୍ଥାନୀୟ ମହଲରେ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?