ଅବରୋଧ ଯୋଗୁ ନିଷ୍କାସିତ ହୋଇପାରୁନି ଜଳ -ଶହେ ଏକର ଜମି ପଡ଼ିଆ ପଡ଼ିବା ଆଶଙ୍କା

ବନ୍ତ,୧୭।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ତହସିଲ ଛୟାଳସିଂହ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ଶାଳକଣିଆ,ବାଙ୍ଗୋରପଦୀ, ସଖିପାଟଣା ମୌଜାର ସରକାରୀ ଚକ ରାସ୍ତା ଓ ସରକାରଙ୍କ ଦ୍ୱାରା ଚିହ୍ନିତ ଜଳସେଚନ ନାଳକୁ କେତେକ ଚାଷୀ ଅବରୋଧ କରିଛନ୍ତି। ଫଳରେ ଚାଷଜମିରୁ ବାଙ୍ଗୋରପଦୀ ମାଇନର କେନାଲ ଜଳ ଓ ବର୍ଷାପାଣି ନିଷ୍କାସନ ହୋଇ ପାରୁନାହିଁ ା ଅବରୋଧ ନ ହଟିଲେ ଚଳିତ ଖରିଫ ଋତୁରେ ପ୍ରାୟ ଶହେ ଏକର ଚାଷ ଜମି ପଡ଼ିଆ ପଡ଼ିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ା ୭ଦିନ ମଧ୍ୟରେ ସମ୍ପୃକ୍ତ ଚକ ରାସ୍ତା ଓ ଜଳ ସେଚନ ନାଳକୁ ଅବରୋଧମୁକ୍ତ କରା ନ ଗଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ା ଏନେଇ ଉପରୋକ୍ତ ମୌଜାର ଅନନ୍ତ ଚରଣ ପୃଷ୍ଟି, ରତିକାନ୍ତ ରାଉତ, ପୁରୁଷୋତ୍ତମ ବାରିକ, ରତ୍ନାକର ସାହୁ, ଅଭିମନ୍ୟୁ ମିଶ୍ର, ନରେନ୍ଦ୍ର ରାଉତ, ବିଷ୍ଣୁ ରାଉତ, ଭାସ୍କର ଶତପଥୀ, ରବୀନ୍ଦ୍ର କର, ଶଶୀକାନ୍ତ ସାହୁ, ଅରବିନ୍ଦ ଦାଶ, ଭାଗବତ ପଣ୍ଡା, ବ୍ରଜ କିଶୋର ମିଶ୍ର, ଧୀରେନ୍ଦ୍ର ସେନାପତିଙ୍କ ସମେତ ବହୁ ଚାଷୀ ତହସିଲଦାର, ଥାନାଧିକାରୀ, ବ୍ଲକ ସହକାରୀ କୃଷି ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ା ବୁଧବାର ଥାନାଧିକାରୀ ମୀନା ବିନ୍ଧାଣୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କୁ ଡକାଇ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଥାନାଧିକାରୀଙ୍କୁ ପଚାରିବାରୁ ତହସିଲଦାରଙ୍କ ଉପସ୍ଥିତିରେ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସେହିପରି ବ୍ଲକ ସହକାରୀ କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ

ଆର୍‌.ଉଦୟଗିରି,୨୨ା୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ନଂ.୧୭୮/୨୧ରେ ମାମଲା ରୁଜୁ...

ସଫା କରିବା ବାହାନାରେ ଚେନ୍‌, କାନଫୁଲ ଲୁଟ୍‌

ଭଣ୍ଡାରିପୋଖରୀ, ୩୧ା୧୨(ଡି.ଏନ୍‌.ଏ.)- ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ପଞ୍ଚାୟତ ଫତେପୁର ଗ୍ରାମରେ ସୁନା, ରୁପା ସଫା କରିଦେବା କହି ଜଣେ ମହିଳାଙ୍କଠାରୁ ଦୁଇଜଣ ଯୁବକ ସୁନାହାର ଓ...

ପୁଣି ଅଡ଼ୁଆରେ ପ୍ରଶାସନ, ଏମାର ମଠ ଛାଡ଼ିବାକୁ ମହନ୍ତ ଅରାଜି

ପୁରୀ ଅଫିସ,୩୧।୮: ବହୁ ଚର୍ଚ୍ଚିତ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ପ୍ରାଥମିକ ପର୍ଯ୍ୟାୟରେ ମଠର କୋଠିଘର, ଲାଇବ୍ରେରୀ, ଦୋକାନ ଘର ଉଚ୍ଛେଦ କରାଯାଇଥିବା...

ଅବହେଳାରୁ ପୁଣି ହିଂସା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ମତଦାନବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଚରଣବିଧିର ଖୋଲାଖୋଲି ଉଲ୍ଲଂଘନ ସହ ବୁଥ୍‌ ଜବରଦଖଲ, ଭୋଟ ବାକ୍ସ ଲୁଟ୍‌, ପ୍ରିଜାଇଡିଂ ଅଫିସର, ଖବରଦାତାଙ୍କୁ...

ପୁଣି ୧୧ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୩୩୧ରେ ପହଞ୍ଚିଲା

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୩୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଭୁବନେଶ୍ୱର ଟେକ୍‌ ମହିନ୍ଦ୍ରା ଅଫିସ୍‌ ସିଲ୍‌: ୨୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର, ୭।୭(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଥିବା ସଫ୍ଟଓ୍ବେର କମ୍ପାନୀ ଟେକ ମହିନ୍ଦ୍ରା ଅଫିସକୁ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। ୩ ଦିନ...

୨୭ ଚକ ନିର୍ମାଣ ଶେଷ

ପୁରୀ ଅଫିସ,୧ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ତୁମ୍ବ କାମ ସରିବା ପରେ ଚକ ନିର୍ମାଣ ଚାଲିଛି। ଶୁକ୍ରବାର ସୁଦ୍ଧା ୨୭ ଚକ ନିର୍ମାଣ...

୩୨୧୦ କୋଟିର ଓଏମ୍‌ବିଏଡିସି ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଜଷ୍ଟିସ ଏକ.କେ. ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଭିଡିଓକନଫରେନ୍ସ ଜରିଆରେ ଅନୁଷ୍ଠିତ ଓଭରସାଇଟି ଅଥରଟି ବୈଠକରେ ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ(ଓଏମବିଏଡିସି)ଅଧୀନରେ କାର୍ଯ୍ୟକାରୀ ହେବାକୁ...

Advertisement
Archives

Model This Week