ମାନବ ଅଧିକାର ଓ ନୈତିକ ବିଶ୍ୱବାଦ

ମାଇକେଲ୍‌ ଇଗ୍ନାଟିଫ

 

ପଚିଶ ବର୍ଷ ପୂର୍ବେ ଏହି ସପ୍ତାହରେ ପ୍ୟାରିସ୍‌ରେ ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଠକରେ ମାନବ ଅଧିକାରର ବୈଶ୍ୱିକ ଘୋଷଣାନାମା ଗୃହୀତ ହୋଇଥିଲା। ଏହା ବାଧ୍ୟତାମୂଳକ ଆଇନ ନୁହେଁ, କେବଳ ନୀତି ବା ସିଦ୍ଧାନ୍ତର ଏକ ଓପଚାରିକ ଘୋଷଣାନାମା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନରସଂହାର ରାଷ୍ଟ୍ରବାଦକୁ ଲକ୍ଷ୍ୟ କରି ଗଢ଼ାଯାଇଥିବା ଅନ୍ତର୍ଜାତୀୟ ଆଇନରେ ମାନବୀୟ ସମାନତାକୁ ସ୍ଥାନିତ କରିବାରେ ଏହା ଥିଲା ପ୍ରଥମ ଘୋଷଣାନାମା। ଏହି ନୂତନ ନୈତିକ ବିଶ୍ୱବାଦ ମାନବ ଜାତି ପ୍ରତି ହେଉଥିବା ପକ୍ଷପାତରୁ ମୁହଁ ଫେରାଇବାକୁ କହିଲା। ଏହା ଜାତି, ଧର୍ମ, ଲିଙ୍ଗ, ଶ୍ରେଣୀ, ଜାତୀୟତା ଓ ଭାଷାକୁ ନେଇ ଅତୀତର ଗୁରୁତ୍ୱପୂର୍ଣ୍ଣ ପ୍ରଭେଦ ଏବଂ ସହଭାଗୀ ମାନବିକତା ବିଷୟରେ ଚିନ୍ତା କରିବାକୁ କହିଲା। ୧୯୪୮ରେ ହାନ୍ନା ଆରେଣ୍ଡ ଅନୁଭବ କରିଥିଲେ , ‘ଏହା ମନେହୁଏ ଯେ, ଜଣେ ପୁରୁଷ ସେହି ପୁରୁଷ ବ୍ୟତୀତ ଅନ୍ୟ କିଛି ନୁହେଁ; ଯିଏ ଗୁଣଗୁଡ଼ିକ ହରାଇଛି ଓ ଅନ୍ୟମାନେ ତାଙ୍କୁ ସହକର୍ମୀ ଭାବରେ ବ୍ୟବହାର କରିବା ସମ୍ଭବ ହୋଇଛି।’ ନାଜିଙ୍କ ଦ୍ୱାରା ପରିଚାଳିତ ଅଶୁଓ୍ବିଚ ବିର୍କେନାଉ କ୍ୟାମ୍ପର ଅସୁରକ୍ଷିତ କଏଦୀମାନେ ଜାଣିପାରିଥିଲେ ଯେ ମଣିଷ ଭାବେ ଦୟା ଏବଂ ଭଦ୍ରତା, ଅଧିକାର ଦାବିର ମୂଲ୍ୟ ସେମାନଙ୍କ ଉତ୍ପୀଡ଼ନ ଆଗରେ କିଛି ବି ନ ଥିଲା। ଯଦି ଏଭଳି ଅସୁରକ୍ଷିତ ଲୋକ ନିଜକୁ ବଞ୍ଚାଇବା ସ୍ଥିତିରେ ରହିଥା’ନ୍ତେ, ତେବେ ଆରେଣ୍ଡଙ୍କ ମତରେ, ସେମାନେ ନିରାପଦରେ ରହିଥାଆନ୍ତେ କି? ବିଶ୍ୱର ମାନବ ଅଧିକାର ପାଇବାର ଅଧିକାର ରହିବ, ଯଦି ଆମେ ସମସ୍ତେ ନାଗରିକତ୍ୱର ସୁରକ୍ଷା ଉପଭୋଗ କରିବା।
୧୯୮୯ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏକ ବାସ୍ତବ ସମାଜ ପାଇବାର ଘୋଷଣାନାମାର ଆଶା କେବଳ ପାଶ୍ଚାତ୍ୟରେ ସୀମିତ ଥିଲା। ଘୋଷଣାନାମା ଯେଉଁ ମୂଳ ବୁଝାମଣାକୁ ନେଇ କରାଯାଇଥିଲା, ସେଥିରେ ପୂର୍ବ ଉପନିବେଶୀ ଲୋକମାନେ ଭାଗ ନେଇ ନ ଥିଲେ ଏବଂ ଗୋଷ୍ଠୀ ନିରପେକ୍ଷ ଅଭିଯାନର ପ୍ରାରମ୍ଭିକ ଦଶନ୍ଧିରେ ଉପନିବେଶୀମାନେ ସେମାନଙ୍କ ନୂତନ ଶାସନ ଉପରେ ପାଶ୍ଚାତ୍ୟର ସମାଲୋଚନାକୁ ବିରୋଧ କରିଥିଲେ। ଏହି ସମୟରେ ସୋଭିଏଟ୍‌ ସାମ୍ରାଜ୍ୟର ରାଷ୍ଟ୍ରଗୁଡ଼ିକ ମିଳିତ ଜାତିସଂଘ ଘୋଷଣାର ବୈଧତାକୁ ନେଇ ସ୍ବର ଉଠାଇଥିଲେ। ୟୁଏସ୍‌ଏସ୍‌ଆର୍‌ ଏବଂ ତାକୁ ଅନୁସରଣ କରୁଥିବା ଦେଶଗୁଡ଼ିକ ମୂଳ ଭୋଟରୁ ଦୂରେଇ ରହିଥିଲେ। ସେମାନଙ୍କ ବିଶ୍ୱାସ ଥିଲା ଯେ ସେମାନେ ପ୍ରଚାର କରୁଥିବା ସମାଜବାଦୀ ଅଧିକାର ଘୋଷଣାନାମାରେ ଦର୍ଶାଯାଇଥିବା ବ୍ୟକ୍ତିଗତ ଅଧିକାରଠାରୁ ଉନ୍ନତ। ୧୯୮୯ରେ ବର୍ଲିନ ୱାଲ ପତନ ପରେ ହିଁ ବିଶ୍ୱାସ କରିବା ସମ୍ଭବ ହେଲା ଯେ ସମଗ୍ର ବିଶ୍ୱ ଶେଷରେ ନୈତିକ ବିଶ୍ୱବାଦକୁ ଗ୍ରହଣ କରିଛି।
ଅବଶ୍ୟ ୟୁକ୍ରେନ୍‌, ମଧ୍ୟପ୍ରାଚ୍ୟ, ସୁଦାନ, ମ୍ୟାନ୍‌ମାର ଏବଂ ଅନ୍ୟାନ୍ୟ ସ୍ଥାନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହିପରି ଏକ ଆଶାବାଦ ଆଜି ନିରାଶାଜନକ ମନେହୁଏ। ଆମର ଅତୀତର ବର୍ବରତାକୁ ରୋକିବା ପାଇଁ ୧୯୪୫ ପରେ ଗଠିତ ବୈଧ ଆଇନ ଶେଷ ହେବା ଲକ୍ଷ୍ୟ କରାଯାଉଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାତିସଂଘର ମୌଳିକ ଘୋଷଣାନାମାକୁ ନିଜେ ଉଲ୍ଲଂଘନ କରୁଛି; ହମାସର ନିଜସ୍ବ ଘୋଷଣାପତ୍ରରେ ସ୍ପଷ୍ଟ ଭାବରେ ଇହୁଦୀଙ୍କୁ ବିଲୋପ କରିବାକୁ ଆହ୍ବାନ ଦିଆଯାଇଛି ଏବଂ ଇସ୍ରାଏଲର ଗାଜା ଉପରେ ବୋମା ବର୍ଷଣ ନିଷ୍ଠୁର ମନେହୁଏ। ଏପରିକି ଏହା ଜେନେଭା ସମ୍ମିଳନୀର ଯୁଦ୍ଧ ଅପରାଧର ଅଭିଯୋଗକୁ ଖଣ୍ଡନ କରେ।
କିନ୍ତୁ ଅତୀତ ଏବଂ ବର୍ତ୍ତମାନର ନେତାଙ୍କୁ ଏହି ଅବସ୍ଥା ପାଇଁ ଦାୟୀ କରିବା ଏକ ବଡ଼ ସତ୍ୟକୁ ଆଢ଼ୁଆଳରେ ରଖିପାରେ। ମାନବ ଅଧିକାରର ନୈତିକ ବିଶ୍ୱବାଦ କେବଳ ପରିଚାଳନା ପାଇଁ ନୁହେଁ, ବରଂ ଅଧିକାଂଶ ମାନବଙ୍କ ହିତ ପାଇଁ ସ୍ବର ଉଠାଏ। ପାଲେଷ୍ଟିନୀୟ, ଇହୁଦୀ କିମ୍ବା ଇସ୍ରାଏଲୀଙ୍କ ବାଦ୍‌ ଯେକେହି ନୈତିକ ବିଶ୍ୱବାଦକୁ ଅପେକ୍ଷାକୃତ ସହଜ ଅନୁଶାସନ ଭାବେ ଗ୍ରହଣ କରିବା ଉଚିତ। ତଥାପି ଚିନ୍ତା କର, ଗାଜା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ବିଶ୍ୱ କିପରି ଶକ୍ତ ତଥା ଅପରିବର୍ତ୍ତନୀୟ ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି।
ସାମ୍ପ୍ରତିକ ଦୁଃସ୍ବପ୍ନରେ ଜୀବନ ବିତାଉଥିବା ଲୋକମାନଙ୍କ ପାଇଁ ଏକ ବିଶ୍ୱବାଦୀ ସହାନୁଭୂତି ପ୍ରଦର୍ଶନ କରିବା ପ୍ରଥମ ଘଟଣା ନୁହେଁ। ଅନ୍ୟପଟେ, ଯେଉଁମାନେ ହୋଲ୍‌କୋଷ୍ଟ ବା ଇହୁଦୀ ଗଣହତ୍ୟାର ସ୍ମୃତିକୁ ନେଇ ବଞ୍ଚତ୍ ରହିଛନ୍ତି, ସେମାନେ ଅକ୍ଟୋବର ୭ରେ ହମାସ୍‌ ଅତ୍ୟାଚାର ପରେ ଭୟଭୀତ ହେବା ଛଡ଼ା ଆଉ କିଛି ଅନୁଭବ କରିପାରନ୍ତି ନାହିଁ। ପ୍ରତିଶୋଧ ନେବାକୁ କିମ୍ବା ଅତି କମ୍‌ରେ ସାମରିକ ପ୍ରତିକ୍ରିୟା ସହିତ ପ୍ରତିରୋଧକୁ ପୁନଃସ୍ଥାପନ କରିବାକୁ ଚାହଁୁଛନ୍ତି ସେହି ମଣିଷ। ଅନ୍ୟପଟେ, ୧୯୪୮ରେ ବ୍ରିଟିଶ୍‌ ଅଧିକୃତ ପାଲେଷ୍ଟାଇନ୍‌ରୁ ବିତାଡ଼ିତ ଶରଣାର୍ଥୀଙ୍କ ବଂଶଧର ଏବଂ ଯେଉଁମାନେ ମାସ ମାସ ଧରି କ୍ରମାଗତ ବୋମା ବିସ୍ଫୋରଣ ଭିତରେ ଅଛନ୍ତି, ସେମାନଙ୍କ ବ୍ୟତୀତ ଅନ୍ୟ କେହି ଯନ୍ତ୍ରଣା କିମ୍ବା କ୍ରୋଧକୁ ହୃଦୟଙ୍ଗମ କରୁଥିବା ମନେ ହୁଏ ନାହିଁ।
ଯଦି ଏହିସବୁ ବିଷୟକୁ ଦେଖିଲେ ମାନବ ଅଧିକାରର ମୂଳଦୁଆ ନୈତିକ ଅନ୍ତଃକରଣକୁ ଅନାବଶ୍ୟକ ମନେକରିବା ଉଚିତ ନୁହେଁ। ଅତି ନିକଟରୁ ଦେଖିଲେ ଜଣାପଡ଼େ ଯେ ଏବେ ଯୁଦ୍ଧରେ ଫସି ରହିଥିବା ଲୋକମାନଙ୍କ ପ୍ରତି ଦୟା ସହାନୁଭୂତି ଅପେକ୍ଷା ନିଷ୍ଠୁରତା ଏବଂ ପ୍ରତିଶୋଧ ଅଧିକ ଗ୍ରହଣୀୟ ହୋଇଛି। ଲକ୍ଷ୍ୟ କଲେ ଜାଣିପାରିବେ, ଇସ୍ରାଏଲୀ ଏବଂ ପାଲେଷ୍ଟିନୀୟଙ୍କ ନୈତିକ ବିଶ୍ୱବାଦ ନ୍ୟାୟ ଓ ଶାନ୍ତି ପାଇଁ ପ୍ରତିବଦ୍ଧ। ସେମାନେ ହିଁ ବୈଶ୍ୱିକ ଘୋଷଣାନାମାର ମୂଳ ଭାବନାକୁ ସିଦ୍ଧ କରନ୍ତି। ୧୯୪୮ରୁ ଆରମ୍ଭ ହୋଇଥିବା ଏହି ଧ୍ୱଂସକାରୀ ସଂଘର୍ଷର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି, ଉଭୟ ପକ୍ଷରେ କେବେ ବି ନୈତିକ ବିଶ୍ୱବାଦର ଅଭାବ ହୋଇ ନାହିଁ। ସଂଘର୍ଷରେ ଜଡ଼ିତ ଲୋକମାନଙ୍କ ମଧ୍ୟରେ ସହାନୁଭୂତି ଓ କରୁଣାର ଅଭାବ ପ୍ରକୃତ ସମସ୍ୟା ନୁହେଁ (ଯଦିଓ ସାମ୍ପ୍ରତିକ ଘଟଣା ନିଶ୍ଚିତ ଭାବରେ ଏହି ନୈତିକ ସମ୍ବଳକୁ ନଷ୍ଟ କରିଦେଇଛି), ବରଂ ସମସ୍ୟା ରହିଛି ଉଭୟ ପାର୍ଶ୍ୱର କୁକର୍ମକାରୀ, ହତ୍ୟାକାରୀ ଲୁଟେରାଙ୍କ ଉପସ୍ଥିତିରେ। ଶାନ୍ତି ସ୍ଥାପନ କରିଥିବା ଦୁଇ ନେତା ହେଉଛନ୍ତି ଇସ୍ରାଏଲ୍‌ର ଯିତ୍‌ହକ ରବିନ୍‌ (ଯାହାଙ୍କୁ ଜଣେ ଜିହୁଦୀ ଉଗ୍ରବାଦୀ ହତ୍ୟା କରିଥିଲେ) ଏବଂ ଇଜିପ୍ଟର ଅନ୍‌ୱାର ଏଲ-ସାଦତ୍‌ (ଯାହାଙ୍କୁ ଇସ୍‌ଲାମବାଦୀ ପ୍ରଶଂସକମାନେ ହତ୍ୟା କରିଥିଲେ)। ସେହି ଶାନ୍ତି ଚୁକ୍ତି ଶାନ୍ତିକାମୀଙ୍କ ପାଇଁ ଏକମାତ୍ର କାର୍ଯ୍ୟକ୍ଷମ ପଥ।
ଯେ ପର୍ଯ୍ୟନ୍ତ ଆମେ ସ୍ବୀକାର କରୁନାହୁଁ ଯେ ରବିନ୍‌ ଏବଂ ସାଦତ୍‌ଙ୍କ ଶାନ୍ତିର ସହଭାଗୀ ଦୃଷ୍ଟିକୋଣ ସେମାନଙ୍କ ପରେ ଶେଷ ହୋଇଯାଇଛି, ସେ ପର୍ଯ୍ୟନ୍ତ ବିଚାର କରିବାକୁ ହେବ ଯେ, ସବୁ ଲୋକ ସମାନ ଭାବେ ଯନ୍ତ୍ରଣା ଭୋଗୁଛନ୍ତି ଓ ବୈଶ୍ୱିକ ଘୋଷଣାନାମାର ନୈତିକ ଆଲେଖ୍ୟର ବୈଧତା ରହିଛି। ଯନ୍ତ୍ରଣା ଏବଂ କ୍ଷତିକୁ ଠିକ୍‌ ଭାବେ ବୁଝିପାରିଲେ ଶାନ୍ତି ହାସଲ ହୋଇପାରିବ, କିନ୍ତୁ ଉଭୟ ପାର୍ଶ୍ୱରେ ଥିବା କ୍ଷତିକାରୀମାନେ ଯଥା ଓ୍ବେଷ୍ଟବ୍ୟାଙ୍କକୁ ଘେରି ରହଥିବା ଉପନିବେଶୀ ଏବଂ ବିଲୟ ଓ ଲୁଣ୍ଠନ ପାଇଁ ବେଞ୍ଜାମିନ ନେତାନ୍ୟାହୁଙ୍କ ସରକାରକୁ ଚଳାଉଥିବା ବ୍ୟକ୍ତି ଏବଂ ଇସ୍ରାଏଲ୍‌କୁ ଧ୍ୱଂସ କରିବା ଛଡ଼ା ଆଉ କିଛି ଚାହୁଁ ନଥିବା ଜେହାଦି ଉଗ୍ରବାଦୀମାନେ ଯେ ପର୍ଯ୍ୟନ୍ତ ହଟିନାହାନ୍ତି ସେଯାଏ ଶାନ୍ତି ସମ୍ଭବ ନୁହେଁ।
ବୈଶ୍ୱିକ ଘୋଷଣାନାମା ଦର୍ଶାଏ ଯେ ଆମେ ଅନ୍ୟମାନଙ୍କର ଅଧିକାରକୁ ସମ୍ମାନ ଦେବା ଉଚିତ ଏବଂ ଏହା କିଭଳି ଉଲ୍ଲଂଘନ ନ ହେବ ତାହା ନିଶ୍ଚିତ କରିବା ଦରକାର। ମଧ୍ୟପ୍ରାଚ୍ୟରେ ଦୁଇ ଦେଶର ସମାଧାନ ହେଉଛି ଶାନ୍ତି ଏବଂ ନ୍ୟାୟ ପାଇଁ ଏକମାତ୍ର ପଥ। କାରଣ ବୈଶ୍ୱିକ ମାନବ ଅଧିକାରର ଏକମାତ୍ର ଗ୍ୟାରେଣ୍ଟି ହେଉଛି ସ୍ବାଧୀନ ଦେଶର ମାନ୍ୟତା। କେବଳ ଦୁଇଟି ଦେଶ ମାଧ୍ୟମରେ ବିନାଶକାରୀଙ୍କୁ ପରାସ୍ତ କରାଯାଇପାରିବ ଏବଂ ଜାତିସଂଘ ଘୋଷଣାର ନୈତିକ ବିଶ୍ୱବାଦର ଶେଷରେ ହିଁ ବିଜୟ ହେବ।
ପ୍ରଫେସର, ହିଷ୍ଟ୍ରି ଆଣ୍ଡ୍‌ ରେକ୍ଟର ଏମ୍‌ରିଟସ୍‌, ସେଣ୍ଟ୍ରାଲ ୟୁରୋପିଆନ ୟୁନିଭର୍ସିଟି(ଭିଏନା)

 


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?