ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ବିଶାଳ ସାମ୍ରାଜ୍ୟର ମାଲିକ କୌଣସି ଜଣେ ବ୍ୟକ୍ତି କିମ୍ବା ଟାଟା ପରିବାରର କୌଣସି ବ୍ୟକ୍ତିଗତ ସଦସ୍ୟ ନୁହନ୍ତି।

ଟାଟା ଗ୍ରୁପ୍‌ର ମୁଖ୍ୟ ହୋଲ୍ଡିଂ କମ୍ପାନୀ ହେଉଛି ‘ଟାଟା ସନ୍ସ’ (Tata Sons)। ଟାଟା ସନ୍ସରେ ସର୍ବାଧିକ ଅଂଶଧନ କୌଣସି ବ୍ୟକ୍ତିବିଶେଷଙ୍କ ପାଖରେ ନାହିଁ, ବରଂ ଟାଟା ପରିବାର ଦ୍ୱାରା ଗଠିତ ବିଭିନ୍ନ ଚାରିଟେବଲ୍ ଟ୍ରଷ୍ଟ ବା ସାମାଜିକ କଲ୍ୟାଣକାରୀ ଟ୍ରଷ୍ଟଗୁଡ଼ିକ ପାଖରେ ରହିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟାଟା ସନ୍ସର ପ୍ରାୟ ୬୬% ଅଂଶଧନ ଏହି ଚାରିଟେବଲ୍ ଟ୍ରଷ୍ଟଗୁଡ଼ିକର ନାଁରେ ରହିଛି। ଏହି ଟ୍ରଷ୍ଟଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଜୀବିକା ଏବଂ କଳା-ସଂସ୍କୃତି ଭଳି ବିଭିନ୍ନ ଜନହିତକର କ୍ଷେତ୍ରରେ କାମ କରିଥାଆନ୍ତି। ଅର୍ଥାତ୍, ଟାଟା ପରିବାର ଏହି ଗ୍ରୁପ୍‌କୁ ସିଧାସଳଖ ନିଜ ନାମରେ ଚଳାନ୍ତି ନାହିଁ।

ଟାଟା ସନ୍ସର ଦୁଇଟି ସବୁଠାରୁ ବଡ଼ ଶେୟାରଧାରକ ହେଉଛନ୍ତି:

  • ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ ଏବଂ

  • ସାର୍ ରତନ ଟାଟା ଟ୍ରଷ୍ଟ।

ଏହି ଦୁଇଟି ଟ୍ରଷ୍ଟ ମିଳିତ ଭାବରେ ଟାଟା ସନ୍ସର ୫୧.୫୪% ଅଂଶଧନ ଅଧିକାର କରିଛନ୍ତି। ୫୧ ପ୍ରତିଶତରୁ ଅଧିକ ଅଂଶଧନ ରହିଥିବାରୁ ଏହି ଦୁଇ ଟ୍ରଷ୍ଟ ପାଖରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ରହିଛି। ଏହାବ୍ୟତୀତ ଟାଟା ପରିବାରର ଅନ୍ୟ କିଛି ଟ୍ରଷ୍ଟ ମଧ୍ୟ ଶେୟାର ଧାରଣ କରିଛନ୍ତି, ଯାହାକୁ ମିଶାଇ ମୋଟ ଅଂଶଧନ ପ୍ରାୟ ୬୬% ହୋଇଥାଏ। ଏହି ସେୟାରଗୁଡ଼ିକ କୌଣସି ଜଣଙ୍କର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ବରଂ ଟ୍ରଷ୍ଟର ‘ବୋର୍ଡ ଅଫ୍ ଟ୍ରଷ୍ଟି’ ଏହା ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି।

ଏକ ପ୍ରମୁଖ ପ୍ରଶ୍ନ ହେଉଛି— ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ନୋଏଲ୍ ଟାଟା କ’ଣ ଟାଟା ସନ୍ସର ଶେୟାରର ମାଲିକ? ଏହାର ସଠିକ୍ ଜବାବ ହେଉଛି— ନା, ସେ ବ୍ୟକ୍ତିଗତ ଭାବେ ଏହି ଶେୟାରଗୁଡ଼ିକର ମାଲିକ ନୁହନ୍ତି। ଏହି ଶେୟାରଗୁଡ଼ିକ ସମ୍ପୃକ୍ତ ଟ୍ରଷ୍ଟଗୁଡ଼ିକର ନାଁରେ ରହିଛି ଏବଂ ଏହାର ପରିଚାଳନା ଟ୍ରଷ୍ଟର ବୋର୍ଡ ଦ୍ୱାରା କରାଯାଇଥାଏ।

ସାଧାରଣତଃ ଯେକୌଣସି ପାରିବାରିକ ବ୍ୟବସାୟରେ (Family Business) ପରିବାରର ସଦସ୍ୟମାନେ ନିଜେ କମ୍ପାନୀର ସବୁଠାରୁ ବଡ଼ ଶେୟାରଧାରକ ହୋଇଥାଆନ୍ତି। କିନ୍ତୁ ଟାଟା ଗ୍ରୁପ୍‌ରେ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଲଗା। ଏଠାରେ ସମ୍ପତ୍ତିରୁ ମିଳୁଥିବା ଲାଭକୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣ ପାଇଁ ବ୍ୟବହାର କରାଯାଇଥାଏ।

ଏହି କାରଣରୁ ଟାଟା ଗ୍ରୁପ୍‌କୁ କୌଣସି ଜଣେ ବ୍ୟକ୍ତି କିମ୍ବା ପରିବାରର ବ୍ୟକ୍ତିଗତ ସମ୍ପତ୍ତି ବୋଲି କୁହାଯାଇପାରିବ ନାହିଁ। ଏହାର ଏହି ସ୍ୱତନ୍ତ୍ର ମାଲିକାନା ଢାଞ୍ଚା ହିଁ ଏହାକୁ ଭାରତର ଅନ୍ୟ ବଡ଼ ବ୍ୟବସାୟିକ ଗ୍ରୁପ୍‌ଠାରୁ ସମ୍ପୂର୍ଣ୍ଣ ଅନନ୍ୟ ଏବଂ ସ୍ୱତନ୍ତ୍ର କରି ଗଢ଼ିତୋଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?