Advertisement

ଭଡାଟିଆଙ୍କଠାରୁ ୪.୫ ଲକ୍ଷ ଠକି ବନ୍ଧା ହେଲେ ଘରମାଲିକ

ବୋରିଗୁମ୍ମା,୧୨ା୧୦ (ଡି.ଏନ.ଏ. )-କୋରାପୁଟ ଜିଲା ବୋରିଗୁମ୍ମା ସହରରେ ଜଣେ ଘର ମାଲିକ ନିଜ ଘରେ ଭଡା ରହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଘର ମାଲିକଙ୍କୁ ଗିରଫ କରାଯାଇଛି।
ଖବରରୁ ଜଣାପଡିଛି, ସନିଆ ନାହାକ ବୋରିଗୁମ୍ମା ସହରର ଉମା ଶଙ୍କର ପାଣିଗ୍ରାହୀଙ୍କ ଘରେ ଭଡାରେ ରହୁଛନ୍ତି। ସନିଆଙ୍କ ଫ୍ୟାନ, ଗ୍ରାଇଣ୍ଡର ଓ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ମରାମତି ଦୋକାନ ରହିଛି। ଘର ମାଲିକ ଉମା ଶଙ୍କର ମଧ୍ୟ ଏକ ବ୍ୟବସାୟ କରୁଥିଲେ। ବ୍ୟବସାୟରେ ଟଙ୍କା ଦରକାର ପଡିବାରୁ ୨୦୧୮ରେ ସେ ସନିଆଙ୍କୁ ଟଙ୍କା ଧାର ମାଗିଥିଲେ। ପ୍ରଥମେ ସନିଆ ଟଙ୍କା ଧାର ଦେବାକୁ ମନା କରିଥିଲେ। ତେବେ ପରେ ସେ ଉମାଶଙ୍କରଙ୍କ କଥାବାର୍ତ୍ତାରେ ରାଜି ହୋଇଥିଲେ। ପ୍ରଥମେ କିସ୍ତିରେ ୧ ଲକ୍ଷ, ୨ୟ କିସ୍ତିରେ ୧ ଲକ୍ଷ ୫୦ ହଜାର ଏବଂ ଶେଷରେ ୨ ଲକ୍ଷ ଟଙ୍କା ସନିଆଠାରୁ ଉମାଶଙ୍କର ନେଇଥିଲେ। ପରେ ସନିଆ ଘର ମାଲିକ ଉମାଶଙ୍କରଙ୍କୁ ଟଙ୍କା ମାଗିବାରୁ ଦେବି ଦେବି କହି ସେ ଏଯାଏ ସମୟ ଗଡାଇ ଆସିଲେ। ଶେଷରେ ସନିଆ ଥାନାର ଦ୍ୱାରସ୍ଥ ହୋଇ ଉମାଶଙ୍କରଙ୍କ ନାମରେ ଏତଲା ଦେଇଥିଲେ। ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କେସ ନମ୍ବର ୧୩୮/୨୦ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଘରମାଲିକ ଉମାଶଙ୍କରଙ୍କୁ ଗିରଫ କରିଥିଲେ। ଉମାଶଙ୍କର ଏପରି ଅନେକ ବ୍ୟକ୍ତିଙ୍କଠାରୁ ଟଙ୍କା ଠକି ନେଇଥିବା ତଦନ୍ତ ବେଳେ ଜଣାପଡିଛି ବୋଲି ଆଇଆଇସି ମଣ୍ଡଳ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କଲେ ସଚିବ

ଜୟପୁର,୨ା୫(ନି.ପ୍ର.): ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ୍‌ ଅଫିସର୍‌ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ସଚିବ ରସିଦ୍‌ ଖାନ୍‌ ଶନିବାର ଜୟପୁରସ୍ଥିତ...

ନାରାୟଣପାଟଣାରୁ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା ଲିଙ୍ଗା, ପୁଅ ରବିନାଚିକା

କୋରାପୁଟ,୨୦।୧(ସ୍ବ.ପ୍ର.)  ନାମାଙ୍କନପତ୍ର ଦାଖଲର ତୃତୀୟ ଦିନରେ କୋରାପୁଟ ଜିଲାରେ ମୋଟ ୧୫୪୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲାରେ ଜିଲା ପରିଷଦ ଜୋନ ପାଇଁ ୧୫ ଜଣ...

ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା

କୋରାପୁଟ,୬।୮(ସ୍ବ.ପ୍ର): କୋରାପୁଟଠାରେ ଗତ ଏପ୍ରିଲ ୨୭ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ମିଶନ କମ୍ପାଉଣ୍ଡର ପ୍ରେମ ଖୋସଲାଙ୍କ ମୃତ୍ୟୁ ଘଟିଥିଲା। ତେବେ ମଙ୍ଗଳବାର ତାଙ୍କ...

ବିହାରୀ ମଦ ଭାଟିରେ ମାଓବାଦୀଙ୍କ ତାଣ୍ଡବ

କୋରାପୁଟ ଅଫିସ/ଜୟପୁର(ନି.ପ୍ର.), ୧୦।୮: କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ହନୁମାନ ମନ୍ଦିର ନିକଟ ତଥା ଡୁମୁରିଗୁଡା ଗଁ।ରେ ଶୁକ୍ରବାର ମାଓବାଦୀଙ୍କ ଉନ୍ମତ କାଣ୍ଡ ଭିଆଇଛନ୍ତି।...

ଛାତ୍ରୀ ନିବାସର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଜୟପୁର,୧୨।୨(ଡି.ଏନ୍‌.ଏ.) – ଜୟପୁର ବ୍ଲକ ବାମୁଣିପୁଟରେ ମଙ୍ଗଳ ବିଭାଗର ବିଦ୍ୟାଳୟ ଓ ଜୁନିୟର କଲେଜ ରହିଛି। କିନ୍ତୁ ଏହି ବିଦ୍ୟାଳୟର ଜୁନିୟର ମହାବିଦ୍ୟାଳୟ ପାଇଁ ନିର୍ମାଣ...

ବିଭିନ୍ନ ଦାବି ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ

କୋରାପୁଟ,୩ା୧୨(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ଏ ସମ୍ପର୍କିତ...

କୂଅ ଖୋଳି ବକେୟା ବିଲ୍‌ ପାଉନାହାନ୍ତି ଚାଷୀ

ବୈପାରୀଗୁଡ଼ା,୨୫।୨(ଡି.ଏନ୍‌.ଏ.) ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କୂଅ ଖୋଳି ବିଲ୍‌ ପାଇବା ପାଇଁ ଜଣେ ଚାଷୀଙ୍କ ହନ୍ତସନ୍ତ ହେବାକୁ ପଡ଼ିଛି। ସେ ହେଲେ ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଖଷର୍ଲିଗୁଡ଼ା...

ନିଜାମୁଦ୍ଦିନ୍‌ ଧର୍ମସଭାରେ ଥିଲେ କୋରାପୁଟର୨

ଜୟପୁର,୧ା୪(ନି.ପ୍ର./ଡି.ଏନ୍‌.ଏ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ ଧର୍ମସଭାରେ ଦେଶବିଦେଶରୁ ଲୋକ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହି ସଭାରେ ଓଡ଼ିଶାର...

Advertisement
Archives

Model This Week