ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ନୂଆଦିଲ୍ଲୀରୁ ବିଶାଖାପାଟଣା ଦେଇ ରାଜନାଥ ସିଂ ସିଧାସଳଖ ସୁନାବେଡ଼ାର ଟିଟିଏସ୍‌ ହେଲିପ୍ୟାଡରେ ପହଞ୍ଚିବେ।

ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ରାଜନାଥ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ)ର ସୁନାବେଡ଼ା ଡିଭିଜନ ପରିଦର୍ଶନ କରିବେ। ଏଠାରେ ଶକ୍ତି ଇଞ୍ଜିନ ସମ୍ପର୍କିତ ନୂତନ ଉତ୍ପାଦନ ଓ ଭିତ୍ତିଭୂମି ସୁବିଧାର ଉଦ୍‌ଘାଟନ ସହ ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଗସ୍ତ ସମୟରେ ରାଜନାଥ ସିଂ ଶକ୍ତି ଇଞ୍ଜିନ ଉତ୍ପାଦନ ଲାଇନ, ପ୍ରମୁଖ କାର୍ଯ୍ୟକ୍ଷମ ୟୁନିଟ୍‌ ଓ ରକ୍ଷଣାବେକ୍ଷଣ ସୁବିଧା ଯାଞ୍ଚ କରିବେ। ଏଥିସହ ସୁଖୋଇ-୩୦ ଏମ୍‌କେଆଇ ଇଞ୍ଜିନ ନମ୍ବର ୨୦୦୦ ସମ୍ପର୍କିତ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହାଲର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞଙ୍କ ସହ ରାଜନାଥ ଆଲୋଚନା କରିବେ।

ଭବିଷ୍ୟତରେ ଦେଶର ଆତ୍ମନିର୍ଭର ପ୍ରତିରକ୍ଷା ଉତ୍ପାଦନ ଲକ୍ଷ୍ୟପୂରଣ ସହ ଉତ୍ପାଦନ କ୍ଷମତା ଓ ଆଧୁନିକରଣ ବୃଦ୍ଧି ନେଇ ଆଲୋଚନାରେ ଗୁରୁତ୍ୱ ଦିଆଯିବ। ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଗ୍ରସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡ଼ା କରାଯାଇଥିବା ଏସ୍‌ପି ରୋହିତ ବର୍ମା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?