Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ
ବିଭିନ୍ନ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଆପଣ କୌଶଳରେ କାର୍ଯ୍ୟ ସାଧନ କରିପାରିବେ। ପରିବାର ସକାଶେ ଅଳ୍ପ ଖର୍ଚ୍ଚରେ ଆବଶ୍ୟକତା ଚଳାଇ ନେବାକୁ ଚିନ୍ତା କରିବେ। ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡ଼ିକ ଅଧାରେ ଅଟକିଯିବ।
ବୃଷ
ବୃଷ
ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେକରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି । ଅଫିସ୍‌ରେ ସାଧାରଣ ବଚସାରୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।
ମିଥୁନ
ମିଥୁନ
ନିଜ ପରିସରର ବ୍ୟକ୍ତିମାନଙ୍କ ସାହାଯ୍ୟରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସରଳ ସମାଧାନ ହୋଇଯିବ। ବହୁତ ଦିନ ଧରି ଭାଙ୍ଗି ପଡ଼ିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ବନ୍ଧୁ ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ। ସନ୍ତାନହେତୁକ ଚିନ୍ତା ଦୂରହେବ।
କର୍କଟ
କର୍କଟ
ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରୀଚିକା ପଛରେ ଦୌଡ଼ି ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।
ସି˚ହ
ସି˚ହ
କାମର ଚାପ ବୃଦ୍ଧି ପାଉଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି ଅବିଚାର କଲେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। ବନ୍ଧୁଙ୍କ ସାହାଯ୍ୟରେ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରରେ ଅଯଥା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବାରେ ସାମୟିକ ଖୁସି ରହିବେ।
କନ୍ୟା
ପ୍ରତ୍ୟେକ କ୍ଷେତ୍ର ସମସ୍ୟା ବିଜଡ଼ିତ ରହୁଥିବା କାରଣରୁ ମାନସିକ ସ୍ଥିତି ଭଲ ରହିନପାରେ। ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ହୋଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ପୁରାତନ ରୋଗର ପୀଡ଼ା ଅନୁଭବ କରିପାରନ୍ତି।
ତୁଳା
ତୁଳା
ଆଜି ସକାଳୁ ସକାଳୁ ପରିବାର ମଧ୍ୟରେ ସାଧାରଣ କଥାରୁ କଳହ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ବଦଳି ଯାଇଥିଲେ ମଧ୍ୟ ବନ୍ଧୁଙ୍କ ପୂର୍ବର ସେହି ଅନୁରାଗ ରହିବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ସମସ୍ୟା ସମାଧାନରେ ପଡ଼ୋଶୀଙ୍କ ଅବଦାନ ସ୍ମରଣୀୟ ରହିବ।
ଧନୁ
ଧନୁ
ହସଖୁସିର ଆଲୋଚନା ମଧ୍ୟଭାଗରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଘଟଣାର ଗୁରୁତ୍ୱ ନ ବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର
ମକର
ଯାହା କରୁଛନ୍ତି ଭାବିଚିନ୍ତି କରନ୍ତୁ। ବନ୍ଧୁଙ୍କ ପରାମର୍ଶକୁ ନିର୍ବିବାଦରେ ଗ୍ରହଣ କରିନେବା ଭଲ ହେବ। ଅନ୍ୟଥା ବିବାଦୀୟ ହେବାର ଆଶଙ୍କା ଦେଖାଦେଇପାରେ। ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ଅନୁତାପ କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରେଇବାର ପ୍ରଯନତ୍ କରିପାରନ୍ତି। ସରଳ ଭାବରେ କୌଣସି କଥାକୁ ଗ୍ରହଣ ନକରି ପରୀକ୍ଷା କରି କାମରେ ଲଗାଇ ପାରନ୍ତି। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ, କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ।
ମୀନମୀନ
ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହୋଇଯିବ, ମାତ୍ର ସଠିକତା ନିର୍ଣ୍ଣୟ ନ କରି ବନ୍ଧୁ କଥାରେ ପ୍ରଭାବିତ ହୋଇ ଭୁଲ କରିପାରନ୍ତି। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି। ପାରିବାରିକ ଅଶାନ୍ତି ପରିପ୍ରେକ୍ଷୀରେ ଗୁରୁଜନଙ୍କ ସାନ୍ତ୍ବନା ମନରେ ଆଶ୍ୱସ୍ତି ଭରିପାରେ। ପରିବାରର ଖର୍ଚ୍ଚ ଭାର ବୃଦ୍ଧି ଯୋଗୁ ଚିନ୍ତାପ୍ରକଟ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?