ମେଷ

ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ। ଅବଶ୍ୟ ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇଲେ ମଧ୍ୟ ସକାଳ ସମୟଟି ମାନସିକ ଅସ୍ଥିରତା ମଧ୍ୟରେ କଟିବ।
ବୃଷ

ଭଲ ଭାବେ ନ ବୁଝି କୌଣସି କଥାରେ ହଁ ଭରିବା ସମସ୍ୟାକୁ ଆମନ୍ତ୍ରଣ କରିପାରେ। କାମଟି ପୂର୍ଣ୍ଣାଙ୍ଗ ହେଲେ ମଧ୍ୟ ଏଥିପାଇଁ ହଇରାଣ ହେବାକୁ ପଡ଼ିବ। ବୁଧଙ୍କ ସୁପ୍ରଭାବରୁ ଆର୍ଥିକ ସମସ୍ୟା ଦୂର ହେବାରେ ପଡ଼ୋଶୀଙ୍କ ଅବଦାନକୁ ଭୁଲି ହେବନି। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତିକି ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି।
ମିଥୁନ

ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ପାତ୍ର ହେବେ। ସତର୍କତା ଅଭାବରୁ ଅର୍ଥ କିମ୍ବା ଦରକାରୀ କାଗଜପତ୍ର ହଜିଯାଇପାରେ। ଆପଣଙ୍କ ଅନୁରୋଧକୁ ଉପେକ୍ଷା କରି ନାହିଁ ନାହିଁ କରୁଥିବା ଲୋକଟି ଶେଷରେ ଆପଣଙ୍କ କଥାରେ ହଁ ଭରିବ। ସାଧାରଣ କଥାକୁ କେନ୍ଦ୍ର କରି ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇପାରନ୍ତି।
କର୍କଟ

କର୍ମକ୍ଷେତ୍ରରେ ଦାୟିତ୍ୱବୋଧର ଚାପ ବୃଦ୍ଧି ପାଇବା ସାଙ୍ଗକୁ ପରିବାର ସକାଶେ ଆଦୌ ସମୟ ଦେଇପାରିବେ ନାହିଁ। ପରିସ୍ଥିତିର ତାଡ଼ନାରେ ଅଥବା ବାଧ୍ୟ ବାଧକତାରେ ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିପାରେ। ମାଦକ ଦ୍ରବ୍ୟ ସେବନରୁ ସ୍ବାସ୍ଥ୍ୟହାନି ସାଙ୍ଗକୁ ସମାଲୋଚନାର ଶରବ୍ୟ ହୋଇପାରନ୍ତି।
ସି˚ହ

ସମସ୍ୟା ଆସିଲେ ମଧ୍ୟ ସମାଧାନର ପନ୍ଥା ଖୋଜି ପାଇବାରେ ଅସୁବିଧା ହେବନାହିଁ। ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ, ଯାହାକି କଥାଟି କଥାରେହିଁ ରହିଯିବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ମାନସିକ ଅସ୍ଥିରତା କେତେକାଂଶରେ ଦୂର ହୋଇପାରେ।
କନ୍ୟା

ନିଜ ଲୋକ ଯେତେ ବିରୁଦ୍ଧାଚରଣ କଲେ ମଧ୍ୟ ଆଜି କିଛି ଫରକ ପଡ଼ିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ବିଜ୍ଞ ବ୍ୟକ୍ତିଙ୍କ ପ୍ରଶଂସାଭାଜନ ହେବେ। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ଭାଗୀଦାରଙ୍କ ସହିତ ବୁଝାମଣା ହେତୁ ବ୍ୟବସାୟିକ ସ୍ଥିତି ଭଲରେ ଚାଲିବ।
ତୁଳା

ସାମାନ୍ୟ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ସୁରୁଖୁରୁରେ କଟିବ। କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆଜି ଅର୍ଥ ସଙ୍କଟକୁ ଦୂରେଇବାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପ୍ରତ୍ୟେକ କ୍ଷେତ୍ର୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ, ଅନ୍ୟଥା ଠକାମିରେ ପଡ଼ିପାରନ୍ତି।
ବିଛା

କାମ ନ ଅଟକିଲେ ମଧ୍ୟ ପ୍ରତିବନ୍ଧକ ମଧ୍ୟରେ ସମ୍ପନ୍ନ କରିବାକୁ ବାଧ୍ୟ ହେବେ। ଯାତ୍ରା କାଳରେ ପରିବହନରେ କିମ୍ବା ବ୍ୟବସାୟରେ ମାନ ମନାନ୍ତର ଦେଖା ଦେଇପାରେ। ଅସହିଷ୍ଣୁତା ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। କାର୍ଯ୍ୟଦକ୍ଷତା କାରଣରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ଏବଂ ପ୍ରଶଂସିତ ମଧ୍ୟ ହେବେ।
ଧନୁ

ନୂତନ କର୍ମ ସଂସ୍ଥାନ ପାଇଁ ମନ ବଳିବ ଏବଂ ବନ୍ଧୁଙ୍କ ଯୋଗାଯୋଗରେ ଉପକୃତ ହେବେ। କର୍ମକ୍ଷେତ୍ରରେ ଚାପର ସମ୍ମୁଖୀନ ହୋଇପାରନ୍ତି, ତଥାପି ନିରାଶ ହେବାକୁ ପଡ଼ିବ ନାହିଁ। ବନ୍ଧୁମାନଙ୍କ ସହ ଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହୋଇପାରେ। ଆତ୍ମୀୟମାନଙ୍କ କ୍ରୂର ମନୋଭାବ କେତେକାଂଶରେ ପରିବର୍ତ୍ତିତ ହେବାର ସୂଚନା ରହିଛି।
ମକର

ଉପରିସ୍ଥ ପଦାଧିକାରୀଙ୍କ ଅନୁଗ୍ରହରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ତଥାପି ସାମୟିକ ପ୍ରତିବନ୍ଧକଜନିତ କାମ ଅସମ୍ପୂର୍ଣ୍ଣ ରହିଯିବାରୁ ସାମୟିକ ମନଦୁଃଖ ହୋଇପାରେ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ପରେ ବହୁତ ବ୍ୟସ୍ତ ହେବାକୁ ପଡ଼ିପାରେ। ବାଣିଜ୍ୟ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ।
କୁମ୍ଭ

ବିରୋଧୀଙ୍କ ଆକସ୍ମିକ ପରିବର୍ତ୍ତନର ସ୍ବର ଓ ଆଚରଣ ସନ୍ଦେହ ସୃଷ୍ଟି କରିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଋଣ ପରିଶୋଧର ଯୋଜନା କରିପାରନ୍ତି। ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ମିଳିବ।
ମୀନ
ଯାହା କରିବାକୁ ଯାଉଛନ୍ତି, ତାହାର ପୁନର୍ବିଚାର କରିନେବା ଭଲ। ଭ୍ରମଣ ହେତୁକ ଅବସାଦ କର୍ମକ୍ଷେତ୍ରର ଦାୟିତ୍ୱ ନିଭାଇବାକୁ ଯାଇ ଦେଖାଦେଇପାରେ। ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ଆଗାମୀ କୌଣସି ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ମନସ୍ଥ କରିବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.