Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ
ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ଦେଖାଦେବ। ସଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ। ବନ୍ଧୁଙ୍କ ସକାଶେ ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ। ପାରିବାରିକ ସମସ୍ୟାରେ ଦୁଃଖକୁ ଲୁଚାଇ ରଖି ହସି କଥା କହିବାର ଅପଚେଷ୍ଟା ଧରା ପଡ଼ିଯିବ। ଆଜି ଶେଷ କରିବାକୁ ଭାବୁଥିବା କାମଟି ସାରିବା କଷ୍ଟ ହେବ।
ମିଥୁନ
ମିଥୁନ
କର୍ମକ୍ଷେତ୍ରର ପରିସ୍ଥିତିକୁ ଆଖି ଆଗରେ ରଖି ଯେସାକୁ ତେସା ନୀତିରେ କାମ କରିବେ। ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହୋଇପାରନ୍ତି। ସାହିତ୍ୟରେ, ପ୍ରଶାସନିକ ସ୍ତରରେ, ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। କୌଣସି ଦୂରାଗତ ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇବାର ସୂଚନା ରହିଛି।
କର୍କଟ
କର୍କଟ
ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ କିନ୍ତୁ କର୍ମକ୍ଷେତ୍ର ସନ୍ତୋଷଜନକ ରହିନପାରେ। ବନ୍ଧୁଙ୍କ ପରାମର୍ଶରେ କଳା, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ଭୁଲ୍‍ ବୁଝାମଣା ଓ ସନ୍ଦେହ ଜନିତ ପାରିବାରିିକ ସମସ୍ୟା ଗୁରୁତର ହୋଇପାରେ। ଶୀଘ୍ର ଶୀଘ୍ର କାମଟିକୁ ସମ୍ପନ୍ନ କରିବା ସକାଶେ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଆର୍ଥିକ ସ୍ବଚ୍ଛଳତା ନ ରହିବାରୁ ମାନସିକ ଶାନ୍ତି ବ୍ୟାହତ ହେବ। ପ୍ରତିବନ୍ଧକ କାରଣରୁ ଯାହା କଲେ ମଧ୍ୟ ସୁଫଳ ମିଳିବ ନାହିଁ ବରଂ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ। ବ୍ୟବସାୟ ବହୁମୁଖୀ ଆକାର ଧାରଣ କରିବ କିନ୍ତୁ ଲାଭର ମାତ୍ରା ବଢି ନ ପାରେ। ହିତୈଷୀମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କନ୍ୟା
ବନ୍ଧୁବର୍ଗଙ୍କ ସହାୟତାରେ ପାରିବାରିକ ଜୀବନରେ ଉଚିତ୍‍ ବୁଝାମଣା ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ଉପରିସ୍ଥ କର୍ମଚାରୀ ସହଯୋଗର ପ୍ରତିଶ୍ରୁତି ଦେବେ କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଦୂରେଇ ରହିଯିବେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ବଢ଼ିପାରେ ଅବଶ୍ୟ କିଛି ଅସୁବିଧା ହେବ ନାହିଁ। ପ୍ରତିକୂଳ ପରିସ୍ଥିତି ଯୋଗୁ ମାନସିକ ସ୍ଥିତି ଠିକ୍‍ ରହିବ ନାହିଁ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ, ଅବଶ୍ୟ କେତେକାଂଶରେ ତଜ୍ଜନିତ ମନ ହାଲୁକା ରହିବ। ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ଯୋଗଦେଲେ ଲାଭବାନ ହେବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ଯୋଗୁ ଆଶ୍ୱସ୍ତି ଲାଭ କରିବେ।
ବିଛା
ବିଛା
ସରକାରୀ ସ୍ତରରେ ଅବହେଳାରୁ ହାତମୁଠାରୁ ସୁ୍୍ଯୋଗ ଖସିଯିବ। କେତେକ କ୍ଷେତ୍ରରେ ମନକଥା ମନରେ ମାରି ରହିବେ ମୁହଁ ଖୋଲିପାରିବେ ନାହିଁ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ ଏବଂ ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ଯଦ୍ଦ୍ବାରାକି ଦୁଶ୍ଚିନ୍ତାକୁ ବୃଦ୍ଧି କରିପାରେ।
ଧନୁ
ଧନୁ
ଆଜି ପଡ଼ୋଶୀଙ୍କ ସାହାଯ୍ୟ ନେଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ଅର୍ଥ ସଂଗ୍ରହରେ ତପତ୍ରତା ପ୍ରକାଶ କରି ସଫଳତା ପାଇପାରନ୍ତି। ହାତକୁ ନେଇଥିବା କାମ ପାଇଁ ଟେନ୍‍ସନ ବଢ଼ିବ ତଥାପି ପଛକୁ ଫେରିବାର ଉପାୟ ପାଇବେ ନାହିଁ । ଦେହ ଭଲ ରହିଲେ ମଧ୍ୟ ଡାଇବେଟିସ୍‍ ରୋଗରେ କଷ୍ଟ ପାଇବାର ସ୍ଥିତି ଦେଖାଦେଇପାରେ।
ମକର
ମକର
ଆଜି ଅନ୍ୟମାନଙ୍କ ସାହାଯ୍ୟ ନେଇ ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟା କଲେ ପାରିବେ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ପରୋକ୍ଷ ଶତ୍ରୁତାରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ। ମନୋରଞ୍ଜନ ସକାଶେ ମନ ବଳାଇବେ କିନ୍ତୁ ଆର୍ଥିକ ଦୁରବସ୍ଥା ତାହା କରାଇଦେବ ନାହିଁ ।
କୁମ୍ଭ
କୁମ୍ଭ
ଆଜି ଯାହା କରନ୍ତୁ ଆଂଶିକ ସଫଳତା ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ, ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ, ଫଳତଃ ସ୍ବାସ୍ଥ୍ୟହାନିର ଆଶଙ୍କା ରହିବ। ବନ୍ଧୁମାନେ ଠିକ୍‍ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ଅସୁବିଧାର କାରଣ ହୋଇପାରେ।
ମୀନମୀନ
ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହୋଇ ଆମତ୍ପ୍ରକାଶ ଅନୁଭବ କରିପାରନ୍ତି। ହଜି ଯାଇଥିବା ଜିନିଷର ଖୋଜ ଖବର ପାଇ ଏକପ୍ରକାର ଖୁସି ହୋଇଯିବେ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବ କିନ୍ତୁ ଅର୍ଥାଭାବ ହେତୁ ପୂର୍ଣ୍ଣାଙ୍ଗ ହୋଇ ନ ପାରେ। ଜମିଜମା କାରବାର, ଆଲୋଚନା, ସଭାସମିତି, କଳା, ସାହିତ୍ୟାଦି କ୍ଷେତ୍ରରେ ସୁଫଳ ପାଇବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?