Posted inଖେଳ

ଟୁଇଟ୍‌ କରି ଜାଡେଜା କହିଦେଲେ ଏଭଳି କଥା, କୋହଲିଙ୍କୁ ନେଇ ବିବାଦ ମଧ୍ୟରେ…

ନୂଆଦିଲ୍ଲୀ,୧୮।୧୧:  ଆଜିକାଲି ଭାରତୀୟ କ୍ରିକେଟ ଅନେକ କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ସବୁ ଆଲୋଚନାର କେନ୍ଦ୍ରରେ ରହିଛନ୍ତି ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ରୋହିତ ଶର୍ମା। ପ୍ରଥମେ ବିସିସିଆଇ କୋହଲିଙ୍କ ହାତରୁ ଦିନିକିଆ ଅଧିନାୟକତ୍ୱ ଛଡ଼ାଇ ନେଇ ରୋହିତଙ୍କୁ ଦେଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି ଏକ ଖବରଦାତା ସମ୍ମିଳନୀରେ ଏଭଳି କିଛି କଥା କହିଦେଲେ ଯାହା ବିସିସିଆଇ ଏବଂ ଗାଙ୍ଗୁଲିଙ୍କ ବୟାନଠାରୁ ଭିନ୍ନ ଥିଲା। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ଏକ ଟୁଇଟ ଏବେ ଭାଇରାଲ ହେଉଛି।
ଜାଡେଜା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ନକଲି ବନ୍ଧୁମାନେ ଗୁଜବରେ ବିଶ୍ୱାସ କରନ୍ତି। ହେଲେ ପ୍ରକୃତ ବନ୍ଧୁ ଆପଣଙ୍କ ଉପରେ ବିଶ୍ୱାସ କରନ୍ତି। ’ ଏବେ ଭାରତୀୟ ପ୍ରଶଂସକ ଏହି ଟୁଇଟ୍‌ରେ କୁହାଯାଇଥିବା ଗୁଜବକୁ କୋହଲିଙ୍କ ବିବାଦ ସହ ଯୋଡ଼ି ଆଲୋଚନା କରୁଛନ୍ତି।
କହିରଖୁଛୁ, କୋହଲି ଦିନିକିଆ ଅଧିନାୟକତ୍ୱ ଛାଡ଼ିବା ପରେ ଅନେକ ଗୁଜବ ଘୁରିବୁଲୁଛି। ସେଥିରୁ ଗୋଟିଏ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ କୋହଲି ହଟିବା ନେଇ ଥିଲା। ତେବେ ଖବରଦାତା ସମ୍ମିଳନୀରେ  କୋହଲି ସ୍ପଷ୍ଟ କରିଥିଲେ ଯେ ସେ ବିଶ୍ରାମ ପାଇଁ ବିସିସିଆଇରୁ ଛୁଟି ମାଗି ନାହାନ୍ତି। ସେ ପୂର୍ବରୁ ସେଠାରେ ଥିଲେ। ଚୟନ ପାଇଁ ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ରହିଛନ୍ତି। ନିହାତି ଭାବେ ସେ ଦିନିକିଆ ସିରିଜରେ ଖେଳିବେ।  ଏଭଳି ପ୍ରଶ୍ନ ତାଙ୍କୁ ନ ପଚାରି ଯେଉଁମାନେ ଏଭଳି ଲେଖୁଛନ୍ତି ତାଙ୍କୁ ପଚରାଯାଉ ବୋଲି ସେ କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚାଇଲେ ଯବାନଙ୍କ ପୁଅ, ବାପା କହିଲେ କାଲି ପର୍ଯ୍ୟନ୍ତ…

ଆଣ୍ଟିଗୁଆ,୩୧।୧: ଆଇସିସି ଅଣ୍ଡର ୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବାମହାତୀ...

ବିବାହରେ ଭାରତୀୟ କ୍ରିକେଟରଙ୍କୁୁ ଆମନ୍ତ୍ରଣ କରିବେ ହସନ ଅଲି

କରାଚୀ,୫।୮(ପି.ଟି.)- ପାକିସ୍ତାନ ପେସର ହସନ ଅଲି ସେପ୍ଟେମ୍ବର ୨୦ରେ ଭାରତୀୟ ନାଗରିକ ସମିଆ ଆର୍ଜୁଙ୍କୁ ଦୁବାଇଠାରେ ବିବାହ କରିବେ। ତାଙ୍କ ବିବାହ ଉତ୍ସବକୁ ଭାରତୀୟ କ୍ରିକେଟରଙ୍କୁ...

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆକୁ ୧୦-୦ ହରାଇଲା ଭାରତ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଗୋଲ ବର୍ଷା କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ...

ଇଣ୍ଡୋନେସିଆ ମାଷ୍ଟର୍ସ: ଯୋଗ୍ୟତା ପର୍ଯ୍ୟାୟରେ ହାରିଲେ ଲକ୍ଷ୍ୟ

ଜାକର୍ତ୍ତା, ୧୪।୧ (ପି.ଟି.)- ଯୁବ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଓ ଶୁଭଙ୍କର ଦେ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିବାରେ...

ପ୍ରଥମ ଟେଷ୍ଟରୁ ବ୍ରଡ୍‌ ବାଦ୍‌ ପଡ଼ିବା ସମ୍ଭାବନା

ସାଉଥାମ୍ପଟନ, ୭।୭(ପି.ଟି.): ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ କ୍ରିକେଟ ଟେଷ୍ଟ। ଘରୋଇ ଇଂଲଣ୍ଡ ଦଳ ୩ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ, ଜୋଫ୍ରା...

ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଦଳ ଚୟନ ୧୯ରେ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଆସନ୍ତାମାସରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ ଚଳିତ ମସ ୧୯ ତାରିଖରେ ହେବ। ଅଗଷ୍ଟ ୩ରୁ ଆୟୋଜକ ଦେଶ...

ପ୍ରଥମ ଦିନିକିଆରେ ଭାରତ-ଏ’କୁ ଜିତାଇଲେ ଋତୁରାଜ

ବେଲାଗାଭି (କର୍ନାଟକ), ୭।୬(ପି.ଟି.)- ଋତୁରାଜ ଗାଏକଓ୍ବାଡଙ୍କ ମାରାଥନ ଅପରାଜିତ ଶତକୀୟ ଇନିଂସ ବଳରେ ଭାରତ-ଏ ଗୁରୁବାର ଏଠାରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା-ଏ’କୁ...

ଅଷ୍ଟ୍ରେଲିଆ ଖେଳାଳିଙ୍କ କ୍ୱାରେଣ୍ଟିନ ଖର୍ଚ୍ଚ ବହନ କରୁଛି ବିସିସିଆଇ

ସିଡ୍‌ନୀ, ୧୮।୫ : ଆଇପିଏଲରେ ଭାଗ ନେଇଥିବା ଅଷ୍ଟ୍ରେଲିଆନ ଖେଳାଳି ସ୍ବଦେଶ ପହଞ୍ଚିବା ପରେ ୧୪ ଦିନିଆ କ୍ୱାରେଣ୍ଟିନରେ ରହିଛନ୍ତି। ଏଥି ଲାଗି ସମ୍ପୂର୍ଣ୍ଣ ଖର୍ଚ୍ଚ...

Advertisement
Archives

Model This Week