Posted inRasifala

ରାଶିଫଳ: ଶୁକ୍ରବାର, ମେ ୩୧ ତାରିଖ – Daily Horoscope

ମେଷ
ନିଷ୍ଠାପର କାର୍ଯ୍ୟ ଓ ଆକର୍ଷଣୀୟ ବ୍ୟବହାର ହେତୁ ଅର୍ଥ, ସମ୍ମାନର ଅଭାବ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାର ସୂଚନା ରହିଛି। ଗବେଷଣା, ପ୍ରକାଶନ, ପ୍ରଶାସନ ତଥା ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ପାଇବେ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଶୁଭଖବରଟି ପାଇ ଉଲ୍ଲସିତ ହେବେ।
ବୃଷ
ବୃଷ
ଆପଣଙ୍କ କଥା ଯେମିତି କାମ ମଧ୍ୟ ତଦନୁସାରେ ପ୍ରଭାବଶାଳୀ ରହିବାରୁ ବହୁଚର୍ଚ୍ଚିତ ହେବେ। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଆଶାନୁରୂପ ସୁଫଳ ପ୍ରାପ୍ତି ହେବ। ଲାଗିରହିଥିବା ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବାକୁ ପଡିପାରେ।
ମିଥୁନ
ମିଥୁନ
ଆପଣଙ୍କ କୃତିତ୍ୱ ପାଇଁ ସୁଖ, ସୌଭାଗ୍ୟ ଓ ସମ୍ମାନର ସୁଯୋଗ ସାମାଜିକ ସ୍ତରରେ ଜୁଟିବ। ବନ୍ଧୁଙ୍କ ସାହାଯ୍ୟରୁ ସରକାରୀ କିମ୍ବା ବେସରକାରୀ ସ୍ତରରୁ ଅର୍ଥଲାଭ ସମ୍ଭାବନା ରହିଛି। ପ୍ରଶାସନିକ ସ୍ତରରେ ସ୍ଥିତି ଦୃଢ଼କରି ଆନନ୍ଦିତ ରହିବେ। ଗୃହ ସମସ୍ୟାକୁ ସଜାଡିବାକୁ ଯାଇ ବହୁତ ହଇରାଣ ହେବାକୁ ପଡିପାରେ।
କର୍କଟ
କର୍କଟ
ସ୍ଥଗିତ କର୍ମ ସମ୍ପାଦନ କରିବାରେ ନିଜକୁ ନିୟୋଜିତ କରି ଅସୁବିଧାରେ ପଡ଼ିପାରନ୍ତି। ବିଭିନ୍ନ ଚିନ୍ତା ଧରି କଳ୍ପନାରାଇଜରେ ଘୂରିବୁଲିବା ଦ୍ୱାରା ମନ ବିଭ୍ରାନ୍ତ ରହିବ। ଅଶାନ୍ତିବଶତଃ ଛୋଟ କଥାରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ସାମୟିକ ମନ ଅଶାନ୍ତି ରହିବ।
ସି˚ହ
ସି˚ହ
ଆଜି ଯେମିତି ଚାହିଁବେ ସେମିତି କରିବାରେ ଅସୁବିଧା ହେବ ନାହିଁ। ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖି ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ତଥାପି ପରିବାରରେ ଭୁଲ୍‌ ବୁଝାମଣାଜନିତ କଳହର ସୂଚନା ରହିଛି। ସ୍ବାସ୍ଥ୍ୟପ୍ରତି ଅବହେଳାର ପରିଣାମ ଭୋଗ କରିପାରନ୍ତି।
କନ୍ୟା
କୌଣସି ନୂତନ ସମ୍ପର୍କ ସ୍ଥାପିତ ହୋଇ ମନକୁ ଭାବବିହ୍ବଳ କରାଇପାରେ। ବହୁ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେବାର ସୂଚନା ରହିଛି। ଘରେ ବନ୍ଧୁମିଳନ ଓ ଆମୋଦ ପ୍ରମୋଦ ସକାଶେ ନୂତନ ଯୋଜନା କରିବେ। ବୈବାହିକ ସମ୍ବନ୍ଧ ସ୍ଥାପନ କ୍ଷେତ୍ରରେ ଗୁରୁଜନଙ୍କଠାରୁ ପରାମର୍ଶ ପାଇ ଖୁସି ହେବେ।
ତୁଳା
ତୁଳା
ପାରିବାରିକ ସୁଖ ସାଙ୍ଗକୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ସକାଳୁଆ ଯାତ୍ରାରେ ସଫଳତା ପାଇବେ ଏବଂ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହେବ। ଦୀର୍ଘଦିନରୁ ଚିନ୍ତା କରୁଥିବା କାମ ସକାଶେ ସୁଯୋଗ ଆପଣା ଛାଏଁ ଜୁଟିବ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରି ଅଭିଳଷିତ କର୍ମ ସମ୍ପାଦନ କରିପାରିବେ।
ବିଛା
ବିଛା
ଦିନଟି ସବୁ ଦିଗରୁ ଭଲରେ କଟିବ। କାର୍ଯ୍ୟ ହାସଲ କରି ଖୁସି ରହିବେ। ମିତ୍ରତା ବଢ଼ିବ ଏବଂ ଦୂରେଇ ଯାଇଥିବା ଲୋକ ପାଖେଇ ଆସିବ। ନିଜର ମନ ଭାବ ପ୍ରବଣତାରେ ଭରିଯିବା ସହ ଅବଶ୍ୟ ଅନ୍ୟମାନଙ୍କୁ ଆପଣେଇ ନେବେ। ମାତ୍ର ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ସହାନୁଭୂତି ପାଇବା କଷ୍ଟକର ହୋଇପାରେ।
ଧନୁ
ଧନୁ
ଆଜି ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଖୁସି ରହିବେ। କେତେକ କ୍ଷେତ୍ରରେ ଜୋର୍‌ କରି ଅନ୍ୟମାନଙ୍କ ଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ। କର୍ମ କ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଘରକଥା ପଡ଼ୋଶୀ ସମ୍ମୁଖରେ ପ୍ରକାଶକରି ଉପହସିତ ହୋଇପାରନ୍ତି।
ମକର
ମକର
ମନ ଚାହୁଁଥିଲେ ମଧ୍ୟ ଅଳସୁଆମିପଣ ଓ କାଳକ୍ଷେପଣ ନୀତି ସବୁ ଭଲକୁ ଭଣ୍ଡୁର କରିଦେବ। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିପାରନ୍ତି। ଆର୍ଥିକ ସ୍ଥିତି ପୂର୍ବପରି ଅସ୍ଥିର ରହିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଅପରିଣାମଦର୍ଶିତାଜନିତ କିଛି ନା କିଛି ବ୍ୟତିକ୍ର୍ରମ ପ୍ରାୟତଃ ଲାଗିରହିବ। ପରିବହନ, ରାଜନୀତି, ଆଇନ ଓ ଆନୁଷ୍ଠାନିକ କାମରେ ଶୁଭ ଫଳ ମିଳିବ। ସବୁ ଜାଣି ନୀରବ ରହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ମୀନମୀନ

ଆଜି ଆପଣଙ୍କୁ ଆନୁଷ୍ଠାନିକ କାମରୁ ସମ୍ମାନ ଲାଭ ହେବ କିନ୍ତୁ ଏକ ସାଧାରଣ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ଦୀର୍ଘଦିନର କ୍ରନିକ୍‌ ରୋଗପୀଡ଼ାରୁ ସାମୟିକ ଆଶ୍ୱସ୍ତିଲାଭ କରିବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ା ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ ା


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?