Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ
ଆଜି ଆପଣ ହସିଲେ କଥା କହିବେ ଓ ପାରିବାରିକ ସ୍ଥିତି ଭଲ ରହିବ । ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି। ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ଅବହେଳାଜନିତ କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ବୃଷ
ବୃଷ
ଟେନ୍‌ସନ ଅବଶ୍ୟ ଲାଗିରହିବ, ତଥାପି ସାଧାରଣ କଥାରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ବ୍ୟବସାୟ କ୍ଷେତ୍ର ଶନିଙ୍କ ପ୍ରଭାବରେ ଧିମେଇ ଚାଲିବ। ବିଭିନ୍ନ ପ୍ରକାର କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
ମିଥୁନ
ମିଥୁନ
ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ବୃଦ୍ଧି ପାଇବ। ସଂଗଠନ, ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମୃଗଶିରା ନକ୍ଷତ୍ର ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
କର୍କଟ
କର୍କଟ
ଆତ୍ମୀୟଙ୍କ ସାହାଯ୍ୟରେ ସମସ୍ୟା ସମାଧାନ କଷ୍ଟ ହୋଇପାରେ । ପରିବାରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ ହେବ ନାହିଁ। ବୃଦ୍ଧ ମାତାପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ। ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପୁନର୍ବସୁ ନକ୍ଷତ୍ର ସକାଶେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଫାଇଲ୍‌ କାମରେ ବ୍ୟସ୍ତ ରହିବେ। ଆଗାମୀ ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ବିଭିନ୍ନ ଘରୋଇ ସମସ୍ୟା ମଧ୍ୟରେ ମନ ଅଶାନ୍ତି ରହିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ବିବାଦ ଘେରରେ ପଡ଼ିବେ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଯେତେ ଭଲ କାମ କଲେ ମଧ୍ୟ ଏଣେ ଘରୁ ତେଣେ କର୍ମକ୍ଷେତ୍ରରୁ ଅଭିଯୋଗ ଆସିପାରେ । ଆକସ୍ମିକ ଦୁର୍ବଳତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। ବକେୟା ଆଦାୟକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଔଷଧ, ବହିପତ୍ର, ଲୁଗାପଟା ତଥା ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ତୁଳା
ତୁଳା
ଭୁଲ୍‌ ବୁଝାମଣାରେ ନିକଟସ୍ଥ ବ୍ୟକ୍ତି ବିଶେଷଙ୍କ ଆପଣଙ୍କ ପ୍ରତି ଥିବା ମନୋଭାବ ବଦଳିଯିବ। କଚେରି ମାମଲା କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି। ଆକସ୍ମିକ ଭାବରେ ପିଲାମାନଙ୍କ ତରଫରୁ ସମସ୍ୟା ଆସିପାରେ। ପୂର୍ବରୁ କଳହ ଲାଗିଥିବା ସହକର୍ମୀଟି ପ୍ରତି ସତର୍କ ରୁହନ୍ତୁ।
ବିଛା
ବିଛା
ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା କାରଣରୁ ମନୋବଳ କ୍ରମଶଃ ହ୍ରାସ ପାଇବ। ତଥାପି ଆପଣ ମନ ବୁଝିଲା ଭଳି କଥା କହି ପାଖ ପଡ଼ୋଶୀଙ୍କୁ ଆପଣେଇ ନେବେ। ସକାଳ ସମୟରେ ଶୁଣାକଥାକୁ ବିଶ୍ୱାସ କରି ଟେନ୍‌ସନ ବଢ଼ିପାରେ। ଅଧିକ ଭ୍ରମଣଯୋଗୁ କ୍ଳାନ୍ତି ଓ ଆଳସ୍ୟ ଅନୁଭବ କରିବେ ।
ଧନୁ
ଧନୁ
ଆପଣଙ୍କ ପରିସ୍ଥିତି ପ୍ରତି ସହାନୁଭୂତି ଦେଖାଇ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଚେଷ୍ଟା କରୁଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବେ। ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ବିପଦ ଘଟିବାର ସମ୍ଭାବନା ନାହିଁ। ନିର୍ଦ୍ଦିଷ୍ଟ ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ।
ମକର
ମକର
ଦୀର୍ଘଦିନରୁ ଭିତରେ ଭିତରେ କୁହୁଳୁଥିବା ଅଶାନ୍ତି ହଠାତ୍‌ ପରିବେଶକୁ ବଦଳାଇ ଦେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ତୁଲାଇ ନେବେ। କୌଣସି ନିକଟ ସମ୍ପର୍କୀୟମାନେ ଟାହିଟାପରା କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ସକାଳୁଆ ଯାତ୍ରା ଆନନ୍ଦଦାୟକ ହେବ। ତଥାପି ତରବରିଆ ପଦକ୍ଷେପ ନେଇ ଠିକ୍‌ କାମକୁ ଭୁଲ୍‌ କରିବେ। ମନ ଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା କିଛି ହରାଇବାକୁ ପଡ଼ିପାରେ।
ମୀନମୀନ
କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ। ଦାୟିତ୍ୱ ନେଇଥିବା ଲୋକଟି ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି। ଅର୍ଥ ଆଦାୟ କରିବାରେ ଅକ୍ଷମ ହେବେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତିକରିବ। ବନ୍ଧୁଙ୍କ ସହାୟତାରେ ପାରିବାରିକ ସ୍ଥିତିରେ ଉନ୍ନତି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?