ଆଶା କମ୍‌, ନିରାଶା ଅଧିକ

ଅନୁଗୋଳ ଅଫିସ, ୩୧ା୮ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ହଜାରେ ତଳେ ରହୁଛି। ଟିକାକରଣ ଟାର୍ଗେଟ୍‌ ମଧ୍ୟ ବଢ଼ାଯାଇଛି। ଧୀରେ ଧୀରେ ଜୀବନ ଜୀବିକା ପୂର୍ବ ଗତିପଥକୁ ଫେରୁଥିବାବେଳେ ଉତ୍ସାହ ଭରିବାକୁ ପୂଜା ଋତୁ ଆସିଯାଇଛି। ହେଲେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ ଉପରେ ସଭିଙ୍କ ନଜର ରହିଛି। ପୂର୍ବରୁ ରାଜ୍ୟ ସରକାର ପାର୍ବଣ କଟକଣା ଜାରି କରିସାରିଥିଲେ ମଧ୍ୟ କୋଭିଡ୍‌ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ଏ ନେଇ ଅନେକଙ୍କ ମନରେ ସାମାନ୍ୟ ଆଶା ସୃଷ୍ଟି ହୋଇଛି। କିନ୍ତୁ ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଆଗୁଆ ସତର୍କ କରାଇ ଦେଇଥିବାରୁ ରାଜ୍ୟ ସରକାର କଟକଣାକୁ ପୂର୍ବବର୍ଷ ପରି କଡ଼ାକଡ଼ି କରିବେ ବୋଲି ପୂଜା ଅନୁଷ୍ଠାନଗୁଡ଼ିକ ଆଶଙ୍କା କରୁଛନ୍ତି। ସେଥିପାଇଁ ଅନୁଗୋଳ ସହରରେ ଥିବା ବିଭିନ୍ନ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ନିରାଶା ଭାବ ଦେଖାଦେଇଛି।
ଅନୁଗୋଳ ସହରରେ ୩୦ରୁ ୩୫ ସ୍ଥାନରେ ବିଘ୍ନନାଶନଙ୍କ ପୂଜା କରାଯାଇଥାଏ। ଏହାଛଡ଼ା ବିଭିନ୍ନ କ୍ଲବରେ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଥାଏ। ଏହାପରେ ବିଶ୍ୱକର୍ମା, ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଯାଏ ପାର୍ବଣର ଉତ୍ସବ ଲାଗି ରୁହେ। ସପ୍ତାହ ସପ୍ତାହ ଧରି ବିଭିନ୍ନ ମେଳା ମହୋତ୍ସବ ସହ ଧୁମ୍‌ଧାମରେ ଭସାଣି ସହରବାସୀଙ୍କ ବର୍ଷକର ଥକାପଣ ମେଣ୍ଟାଇ ଦିଏ। ୨୦୧୯ ମସିହାରେ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ଭଳି ସେଣ୍ଟ୍ରାଲ ପୂଜା କମିଟି କରାଯାଇ ଗଜାନନଙ୍କ ଭସାଣି ଉତ୍ସବ କରାଯାଇଥିଲା। ଏଥିରେ ୧୨ଟି ମେଢ଼ ଯୋଗଦେଇଥିଲେ। କିନ୍ତୁ ୨୦୨୦ରୁ ମହାମାରୀ କରୋନା ପାଇଁ ସମସ୍ତ ପୂଜା ପାର୍ବଣ କେବଳ ପରମ୍ପରାରେ ସୀମିତ ରହିଯାଇଛି। ଉତ୍ସବ ପାଳନକୁ ଆଦୌ ଅନୁମତି ଦିଆଯାଉ ନାହିଁ। ମିନା ବଜାର, ଭଳି କି ଭଳି ଦୋଳି ଓ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ତ ସହରବାସୀଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଛି। ବର୍ଷକ ପରେ ମଣ୍ଡପରେ ବିରାଜମାନ ଦେବଦେବୀଙ୍କୁ ଦର୍ଶନ କରିବା ଉପରେ କଡ଼ା କଟକଣା ଲଗାଯାଇଛି। ଏପରି କି ୪ ଫୁଟ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ରଖାଯାଇଥିବା ବେଳେ ସାଜସଜ୍ଜାକୁ ବାରଣ କରାଯାଇଛି। ପୂଜକ, କର୍ତ୍ତା ଓ ଆୟୋଜକଙ୍କୁ ନେଇ ମାତ୍ର ୭ ଜଣ ମଣ୍ଡପରେ ରହିପାରିବେ ବୋଲି ନିର୍ଦ୍ଦେଶ ରହିଛି। ଚଳିତବର୍ଷ ମଧ୍ୟ ଏହି କଟକଣା ମଧ୍ୟରେ ପୂଜା କରିବାକୁ ଅନୁଷ୍ଠାନଗୁଡ଼ିକୁ କୁହାଯାଇଛି। କିନ୍ତୁ ସରକାରଙ୍କ ପୂର୍ବ କଟକଣାରେ କିଛିଟା କୋହଳ ଚାହଁୁଛନ୍ତି ଲୋକେ। କୋଭିଡ ଏବେ ନିୟନ୍ତ୍ରଣରେ ଥିବାରୁ ସୀମିତ ସମୟ ପାଇଁ ଉତ୍ସବକୁ ସବୁଜ ସଂକେତ ଦିଆଯାଉ। ଜୀବନ ଜୀବିକାକୁ ଧ୍ୟାନରେ ରଖି ସରକାର ସେପ୍ଟେମ୍ବର ଗାଇଡଲାଇନ ଆଣନ୍ତୁ। ପାର୍ବଣକୁ ଆଉ ପାଣିଚିଆ କରା ନ ଯାଉ।
କିଛିଟା କୋହଳ ଦିଆଯାଉ
ପ୍ରତିବର୍ଷ ପାର୍ବଣ ସମୟକୁ ସମସ୍ତେ ଚାହିଁ ବସିଥାନ୍ତି। ସାଧାରଣ ଲୋକଙ୍କଠାରୁ ପୂଜା କମିଟି କର୍ମକର୍ତ୍ତାଙ୍କ ଯାଏ ସଭିଏଁ ଖୁସି ମନାଇଥାନ୍ତି। ବ୍ୟବସାୟୀମାନେ ବର୍ଷକ ଆୟର ଏକ ବଡ଼ଭାଗ ଏହି ସମୟରେ ହିଁ ପାଇଥାନ୍ତି। କିନ୍ତୁ କରୋନା ସବୁକିଛି ଫିକା ପକାଇ ଦେଇଛି। ଗାଇଡଲାଇନ୍‌ରେ କିଛିଟା କୋହଳ ଦିଆଯିବା ଉଚିତ।
-କାଞ୍ଚନ ସିଂହ, କୋଷାଧ୍ୟକ୍ଷ, ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ, ହେମସୁରପଡ଼ା
ଜନଗହଳି ରୋକିବାକୁ କଟକଣା
କୋଭିଡ୍‌ ଯୋଗୁ ପାର୍ବଣର ଉତ୍ସାହ କେଉଁଠି ନାହିଁ। ତୃତୀୟ ଲହର ଆଗକୁ ଆସିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଥିବାରୁ ପୂଜାକୁ ନେଇ ସରକାର ଆଗୁଆ ନିର୍ଦ୍ଦେଶ ଜାରି କରିଛନ୍ତି। ଜନଗହଳି ରୋକାଗଲେ ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଅଧିକ ବଢ଼ିବ ନାହିଁ ଭାବି ସରକାର ଏପରି କଟକଣା କରିଛନ୍ତି।
-ଭବାନୀ ପ୍ରଧାନ, ଉପଦେଷ୍ଟା, ନେତାଜୀ କ୍ଲବ, ହୁଲୁରିସିଂହା
ଆଗ୍ରହର ସହ ଅପେକ୍ଷା କରିଛୁ
ପାର୍ବଣର ବହୁ ପୂର୍ବରୁ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। ଏହାକୁ ମଧ୍ୟ ପୂଜା କମିଟିଗୁଡ଼ିକ ମାନି ନେଇଛନ୍ତି। ହେଲେ କୋଭିଡ୍‌ ସଂକ୍ରମଣ ଏବେ ତଳମୁହଁା ହୋଇଥିବାରୁ ବର୍ଷକଯାକ କଟକଣାରେ ଥିବା ଲୋକଙ୍କୁ ଉତ୍ସବ ପାଇଁ କିଛିଟା କୋହଳ ଦିଆଯାଉ। ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌କୁ ଆଗ୍ରହର ସହ ଅପେକ୍ଷା।
-ଶିବାନୀ ଗୌଡ଼, ସମ୍ପାଦକ, ମହାବିନାୟକ ୟୁଥ୍‌ କ୍ଲବ, ଅମଲାପଡ଼ା
ବିଧି ରକ୍ଷା ପାଇଁ ପୂଜା ହେବ
କଟକଣା ଯୋଗୁ ଚଳିତବର୍ଷ ପୂଜାରେ ଅଧିକ ଖର୍ଚ୍ଚ ହେବ ନାହିଁ। ବଳକା ଅର୍ଥ ସାମାଜିକ କାର୍ଯ୍ୟରେ ଲଗାଯିବ। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସହ ସେବା କେନ୍ଦ୍ରରେ ଅର୍ଥ ପ୍ରଦାନ କରି ଲୋକଙ୍କ ମୁହଁରେ ହସ ଫୁଟାଯିବା ଲକ୍ଷ୍ୟ ରଖାଯାଇଛି। ମଣ୍ଡପରେ ବାଜା ଓ ସାଉଣ୍ଡବକ୍ସକୁ ଅନୁମତି ଦେଲେ ପୂଜା ପୂର୍ବାପେକ୍ଷା ଭଲ ଲାଗନ୍ତା।
-ଆହ୍ବାନ ରାଉତରାୟ, ସଭାପତି, ଗଣପତ୍‌ କ୍ଲବ, ଅମଲାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାରେ ଘରେ ପଶିଲା ପାଣି: ଡ୍ରେନ ସଫେଇ ଦାବିରେ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୬ା୯: ବଲାଙ୍ଗୀର ସହରରେ ଶୁକ୍ରବାର ସକାଳ ୮ଟାରୁ ପ୍ରାୟ ୨ ଘଣ୍ଟାର ପ୍ରବଳ ବର୍ଷାରେ ଅନେକ ଅଞ୍ଚଳରେ ପୁଣି ଥରେ ବନ୍ୟା ଭ୍ରମ...

ପ୍ରାଣଘାତୀ କରୋନା କବଳରୁ ମୁକ୍ତି ପାଇଁ ପ୍ରାର୍ଥନା: ଚାରି ଆଶ୍ରମ ବିଜେ କଲେ ବାଡ଼ି ନୃସିଂହ

ପୁରୀ ଅଫିସ,୨୯ା୩: ଚୈତ୍ର ଶୁକ୍ଳ ଚତୁର୍ଥୀରେ ଶନିବାର ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ...

୧୮ରୁ ପୁଣି ବର୍ଷା: ୨୦,୨୧ ଛେଚିବ

ଭୁବନେଶ୍ବର,୧୭।୯: ପୂର୍ବକେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗବ ୧ବ ଓ ୧୩ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ...

ବୁଢ଼ାପଙ୍କରୁ ୧୦୩ ରେକ୍‌ ଫ୍ଲାଏଆଶ୍‌ ପରିବହନ

ଜଟଣୀ,୧୮ା୨(ଡି.ଏନ୍‌.ଏ.): ବିଜ୍‌ନେସ୍‌ ଡେଭଲପମେଣ୍ଟ ୟୁନିଟ୍‌ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ ଅଧୀନ ବୁଢ଼ାପଙ୍କ ସାଇଡିଂରୁ ୧୦୩ ରେକ୍‌ ଫ୍ଲାଏଆଶ୍‌(ପାଉଁଶ) ପରିବହନ କରାଯାଇଛି। ଫ୍ଲାଏଆଶ୍‌ର ପ୍ରଥମ ରେକ୍‌...

ସବୁ ନିର୍ବାଚନମଣ୍ଡଳୀରେ ମହିଳା ଦିବସ ପାଳୁଛି ବିଜେଡି

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଆଜି ପ୍ରତି ନିର୍ବାଚନମଣ୍ଡଳୀରେ ଏହି ଦିବସ ପାଳନ କରୁଛି ବିଜେଡି । ଏଥିପାଇଁ ମୁଖ୍ୟମନ୍ତ୍ରୀ...

୧୬ ରୁ ୧୮ ଝଡ଼ତୋଫାନ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟକୁ ଆଉଏକ ପଶ୍ଚିମା ଝଡ଼ ଆସୁଥିବାରୁ ୧୬ରୁ ୧୮ ଯାଏ ବିଜୁଳି, ଘଡ଼ଘଡ଼ି ସହ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ୪୦ରୁ...

ଚାକିରି ନାଁରେ ଠକେଇ: ଜଣେ ଗିରଫ

କଟକ ଅଫିସ,୯ା୯ : ବିଦେଶରେ ଚାକିରି କରାଇ ଦେବାକୁ କହି ଟଙ୍କା ଠକି ନେବା ଅଭିଯୋଗରେ ବାଦାମବାଡି ପୋଲିସ ସେଖ୍‌ ମୋବିନ ନାମକ ଜଣେ ବ୍ୟକ୍ତିଙ୍କୁ...

ପିଇବା ଉପଯୋଗୀ ନୁହେଁ ଟ୍ୟାଙ୍କର ପାଣି: ଚୁଆ ଜଳରେ ଚଳୁଛି ଘର

ତାଳଚେର,୧୭ା୫(ନି.ପ୍ର.)- ଶିଳ୍ପ ନଗରୀ ତାଳଚେରରେ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ବର୍ଷ ସାରା ଜଳାଭାବ ରହୁଥିଲେ ବି ଖରାଦିନେ ତାହା...

Advertisement
Archives

Model This Week