Posted inଫୁରସତ

ଦୃଷ୍ଟି ଆକର୍ଷଣ କରୁଛି ଧଳା ବାଦୁଡି: ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ କେବେକେବେ ଏମିତି କିଛି ଭିଡିଓ ଅବା ଫଟୋ ଭାଇରାଲ ହୋଇଥାଏ ଯାହା ଆସିଥାଏ ଚର୍ଚ୍ଚାକୁ। ନିକଟରେ ଜଣେ ରେନ୍‌ ଫରେଷ୍ଟ ସ୍ପେଶାଲିଷ୍ଟ ଇନଷ୍ଟାଗ୍ରାମରେ ଧଳା ବଦୁଡିଙ୍କର ଏକ ଭିଡିଓ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ତେବେ ଏହି ବାଦୁଡି ଗୁଡିକ ଦେଖିବାକୁ ଖୁବ୍‌ ସୁନ୍ଦର। ବ୍ୟକ୍ତି ଜଣକ କୋଷ୍ଟା ରିକାର ବର୍ଷାଓ୍ବନରେ ଫଟୋ ବ୍ଲଗ୍‌ ସମୟରେ ଏହି ଧଳା ବାଦୁଡିଙ୍କ ଭିଡିଓକୁ କ୍ୟାମେରାରେ ତୋଳି ଧରିଥିବା ଜଣାପଡିଛି। ଏହାକୁ ‘ହଣ୍ଡୁରାସ ହ୍ବାଇଟ ବ୍ୟାଟ’ ମଧ୍ୟ କୁହାଯାଇଥାଏ। ଏମାନେ ହଣ୍ଡୁରାସ, ନିକାରାଗୁଆ ଓ ଜାପାନରେ ଦେଖାଯାଇଥାଆନ୍ତି। ଏମାନେ ଦେଖିବାକୁ ଏକ ତୁଳା ପିଣ୍ଡୁଳା ପରି। ସୂଚନାଯୋଗ୍ୟ, ଏହି ଭିଡିଓଟି ଜଣେ ପର୍ସନାଲ ଇନଷ୍ଟାଗ୍ରାମ ପେଜ୍‌ରେ ଶେୟାର କରିଥିବା ବେଳେ ସେ ନିଜକୁ ଜଣେ ରେନ୍‌ ଫରେଷ୍ଟ ସ୍ପେଶାଲିଷ୍ଟ ବୋଲି କହିଛନ୍ତି। ତେବେ ତାଙ୍କ ପେଜ୍‌କୁ ୧ଲକ୍ଷରୁ ଅଧିକ ଲୋକ ଫଲୋ କରୁଥିବା ବେଳେ ସେଥିରେ ବିଭିନ୍ନ ପ୍ରକାର ପକ୍ଷୀଙ୍କର ଫଟୋ ଓ ଭିଡିଓ ଦେଖିବାକୁ ମିଳିବ। ଏହି ଧଳା ବାଦୁଡି ଭିଡିଓଟିକୁ ଏପର୍ଯ୍ୟନ୍ତ ୧୩ ହଜାରରୁ ଅଧିକ ଭ୍ୟୁଜ ମିଳି ସାରିଲାଣି। ଏହି ଧଳା ବାଦୁଡି ଛୁଆଙ୍କୁ କାରେବିୟାନ ହ୍ବାଇଟ ଟେଣ୍ଟ ମେକିଙ୍ଗ ବ୍ୟାଟ ଅବା କଟନ ବଲ୍‌ ବ୍ୟାଟ ବୋଲି ମଧ୍ୟ କୁହାଯାଏ। ଫଟୋ ବା ଭିଡିଓରେ ଏମାନେ ଯେତିକି ବଡ ଦେଖାଯାଉଛନ୍ତି ଏହା ସବୁଠାରୁ ବଡ ବୋଲି କୁହାଯାଉଛି। ଏହାର ମାଆ ବାଦୁଡି ଏମାନଙ୍କଠାରୁ ସାମାନ୍ୟ ବଡ ଓ ଓଜନିଆ ହୋଇଥାଏ। ଏମାନେ ହେଲିକୋନିଆ ଗଛର ପତ୍ର ତଳେ ରହିଥାଆନ୍ତି ଓ ଏହି ପତ୍ରକୁ ଖାଇଥାଆନ୍ତି। ସେଥିପାଇଁ ଏମାନଙ୍କୁ ଟେଣ୍ଟ ମେକିଙ୍ଗ ବୋଲି କୁହାଯାଇଥାଏ। ଏମାନେ ସମ୍ପୂର୍ଣ୍ଣ ସାକାହାରୀ।


Enter your email to get our daily news in your inbox.

All Right Reserved By Dharitri.Com

୫୮୦ ବର୍ଷ ପରେ ଦୀର୍ଘତମ ଚନ୍ଦ୍ରଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମାରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ ହେବାକୁ ଯାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ ଏହା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ।...

ମଝି ରାସ୍ତାରେ ଗାଡ଼ି ଅଟକାଇ ବ୍ୟକ୍ତି କଲେ ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ପ୍ରତିଦିନ ୫ଶହ ଲୋକଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି ଏହି ବାବା

ଭୋକିଲା ଲୋକଙ୍କୁ ଖାଇବାକୁ ଦେଲେ ଅନେକ ପୂଣ୍ୟ ହୋଇଥାଏ ବୋଲି କୁହାଯାଏ। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଲେ ଏହାପୂଣ୍ୟ ବୋଲି କୁହାଯାଏ।...

ଏସବୁ ୪୩ ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ବାଟସ୍‌ଆପ୍‌…

ନୂଆଦିଲ୍ଲୀ,୫।୯: ନଭେମ୍ବର ୧ଠାରୁ ୪୩ଟି ସ୍ବାର୍ଟଫୋନ୍‌ରେ ଆଉ ହ୍ବାଟସ୍‌ ଆପ୍‌ ଚାଲିବନି। ହ୍ବାଟସ୍‌ ଆପ୍‌ ଲଗାତାର ପୁରୁଣା ଫୋନ୍‌ରେ ନିଜର ସପୋର୍ଟ ବନ୍ଦ କରିବାରେ ଲାଗିଛି।...

ସର୍ଭେରୁ ସାମ୍ନାକୁ ଆସିଲା ତଥ୍ୟ; ପୋଷ୍ଟ ଗ୍ରାଜୁଏଟ୍‌ ମାଗୁଛନ୍ତି ଭିକ, ୧୯୨ ଜଣ ପଢ଼ିଛନ୍ତି ଯୁକ୍ତ ୨

ଜୟପୁର, ୨୪।୮: ଖୁବ୍‌ ଶୀଘ୍ର ଭିକାରୀମୁକ୍ତ ହେବାକୁ ଯାଉଛି ରାଜସ୍ଥାନର ରାଜଧାନୀ ଜୟପୁର। ନିକଟରେ ଭିକାରୀଙ୍କ ଥଇଥାନ ଲାଗି ଜୟପୁର କମିସନରେଟ୍‌ ପୋଲିସ ଥାନାସ୍ତରରେ ସର୍ଭେ...

ଏହି ଦେଶରେ ସୋଫା, ଚେୟାର ଫିଙ୍ଗା ଯାଇ ପାଳନ କରାଯାଏ ନବବର୍ଷ

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ...

ମନ୍ଦିର ନିର୍ମାଣ ପାଇଁ ଓଡ଼ିଆମାନେ ଆତ୍ମନିର୍ଭରଶୀଳ ଥିଲେ

ଭଣ୍ଡାର ହିସାବ କରିଥିଲେ ବୀରବର ପଟ୍ଟନାୟକ। ଆମେ ଏହାକୁ ଉପସ୍ଥାପନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ମନ୍ଦିର ନିର୍ମାଣକାଳରେ କେଉଁ ଆବଶ୍ୟକ ଜିନିଷ କେତେ ଅଛି,...

ଏହି କାମ ପାଇଁ ସ୍ବାମୀଙ୍କୁ ୫ କୋଟି ଟଙ୍କାର କାର୍‌ ଉପହାର ଦେଲେ ସ୍ତ୍ରୀ

ଜଣେ ଗର୍ଭବତୀ ମହିଳା ପ୍ରଥମ ସନ୍ତାନର ଜନ୍ମ ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ଲମ୍ବୋର୍ଗିନି ହୁରାକାନ ଇଭୋ (Lamborghini Huracan Evo) କାର୍‌ ଉପହାର ଦେଇଛନ୍ତି। ସେ...

Advertisement
Archives

Model This Week