ଶିଶୁଙ୍କ କୋଷ୍ଠକାଠିନ୍ୟର ଘରୋଇ ଉପାୟ

ସାଧାରଣତଃ
ଡବା କ୍ଷୀର ଉପରେ ନିର୍ଭର କରୁଥିବା ଶିଶୁଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ଆପଣଙ୍କ ଶିଶୁ ଯଦି ଏପରି ସମସ୍ୟାର ଶିକାର ହୋଇଥାଏ ତେବେ ଜାଣି ରଖନ୍ତୁ କିଛି ଘରୋଇ ଉପାୟ…

ଶିଶୁକୁ ହାଲ୍‌କା ବ୍ୟାୟାମ କରାନ୍ତୁ। ଯେପରି କି ତା’ର ଗୋଡ଼, ହାତକୁ ଆଗ ପଛ କରି ବୁଲାନ୍ତୁ। ଏହା ସହିତ ସାବଧାନତାର ସହିତ ଗୋଡ଼କୁ ସାଇକେଲ ଭଳି ବୁଲାନ୍ତୁ।
କୋଷ୍ଠକାଠିନ୍ୟ ସମସ୍ୟା ରହିଥିଲେ ଶିଶୁକୁ ଉଷୁମ ପାଣିରେ ସ୍ନାନ କରାନ୍ତୁ। ଏହା ଫଳରେ ମାଂସପେଶୀକୁ ଆରାମ ମିଳିଥାଏ, ଏହା ସହିତ କୋଷ୍ଠକାଠିନ୍ୟ ଫଳରେ ଦରଜ ରହିଥିବା ସ୍ଥାନକୁ ବି ଆରାମ ମିଳିଥାଏ।
କୋଷ୍ଠକାଠିନ୍ୟ ଫଳରେ ଶିଶୁର ଦରଜ ହୋଇଥିବା ସ୍ଥାନରେ ନଡ଼ିଆ ତେଲ ଲଗାନ୍ତୁ। ଦରଜ କମ୍‌ ହେବା ସହିତ ପୁଣି ଥରେ ଝାଡ଼ା ହେବା ବେଳକୁ କଷ୍ଟ କମ୍‌ ହୋଇଯିବ।
ପାନମହୁରି ମଧ୍ୟ ହଜମ କରାଇବାରେ ସାହାଯ୍ୟ କରିଥାଏ। ତେଣୁ ଏକ ଚାମଚ ପାନମହୁରିକୁ ଏକ କପ୍‌ ପାଣିରେ ସିଝାଇ ଥଣ୍ଡା କରି ଦିଅନ୍ତୁ। ପାନମହୁରିକୁ ଛାଣି ଦେଇ ସେହି ପାଣିକୁ ଦିନକୁ ତିନି ଚାରି ଥର କରି ଶିଶୁକୁ ଚାମଚରେ ପିଆଇ ଦିଅନ୍ତୁ।
ଶରୀରରେ ପାଣି କମିଗଲେ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଇଥାଏ। ଯଦି ଶିଶୁକୁ ୬ ମାସରୁ ଅଧିକ ହୋଇଥାଏ ତେବେ ତାକୁ ସୁପ୍‌, ଫଳ ରସ, କ୍ଷୀର ଓ ପାଣି ଆଦି ପିଆନ୍ତୁ।
ଶିଶୁର ସମ୍ପୂର୍ଣ୍ଣ ମାଲିସ ସହିତ ବିଶେଷକରି ପେଟ ଏବଂ ପେଟ ତଳକୁ ହାଲ୍‌କା ମାଲିସ କରନ୍ତୁ। ଏପରି କରିବା ଫଳରେ ଶିଶୁର କୋଷ୍ଠକାଠିନ୍ୟ ସମସ୍ୟା ଅନେକାଂଶରେ ଦୂର ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri