ବର୍ଷାଦିନେ ଘରର ଯତ୍ନ

କଥାରେ ଅଛି ଘରକୁ ସୁନ୍ଦର ଘରଣୀ। ଘରଣୀଟିଏ ହିଁ ଘରକୁ ସୁନ୍ଦର କରି ସଜେଇ ରଖିବା ପାଇଁ ସବୁବେଳେ ପ୍ରୟାସ କରିଥାଏ। ଘରର କେଉଁ ଜିନିଷକୁ କେଉଁ ସ୍ଥାନରେ ଆଉ କିପରିଭାବେ ରଖିବାକୁ ହେବ ସେଥିପାଇଁ ସବୁବେଳେ ନୂଆ ନୂଆ ଚିନ୍ତା କରିଥାନ୍ତି ଗୃହିଣୀମାନେ। ଆଉ ସମୟ ଅନୁସାରେ ଜିନିଷପତ୍ରର କିପରି ଯତ୍ନ ନେବାକୁ ହେବ ସେକଥା ବି ଆଦୌ ଭୁଲି ନ ଥାନ୍ତି। ଖାସ୍‌ ସେଇଥି ପାଇଁ ଏବେ ବର୍ଷା ଦିନ ଆସିଥିବାରୁ ସ୍ବତନ୍ତ୍ରଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଗୃହିଣୀମାନେ…

ବର୍ଷାଦିନ ଆସିଲେ ସବୁ ଘରେ କିଛି ଛୋଟ ମୋଟ ସମସ୍ୟା ଦେଖାଯାଏ। ସେଥିପାଇଁ ସ୍ବତନ୍ତ୍ରଭାବେ ଯତ୍ନ ନେବାକୁ ହୋଇଥାଏ। ଯେମିତି କି ଘରର କୌଣସି ଆସବାବପତ୍ର ନଷ୍ଟ ହେବନି କିମ୍ବା ଘରର କୌଣସି ସଦସ୍ୟ ଯେପରି ଥଣ୍ଡା ଜ୍ୱର କି ଅନ୍ୟ ରୋଗର ଶିକାର ନ ହେବେ। ଏଥିପାଇଁ କାଠ ଜିନିଷଠାରୁ ଆରମ୍ଭ କରି ଲୁଗାପଟା ଆଉ ସ୍ବାସ୍ଥ୍ୟର ଠିକ୍‌ ଭାବେ ଯତ୍ନ ନେବାକୁ ହୋଇଥାଏ।
ଘରକୁ ଶୁଖିଲା ରଖନ୍ତୁ: ବର୍ଷାଦିନେ ଓଦାଳିଆ ଲାଗିବା ଏକ ସାଧାରଣ ସମସ୍ୟା। ଏହି ଋତୁରେ ଘରେ ଟୋପାଏ ପାଣି ପଡ଼ିଲେ ବି ସହଜରେ ଶୁଖି ନ ଥାଏ। କିନ୍ତୁ ଅଧିକ ସମୟ ଘରେ କୌଣସି ସ୍ଥାନରେ ପାଣି ଜମି ରହିଲେ ତା’ ଉପରେ ଚାଲିବା ଫଳରେ ଆପଣଙ୍କୁ ମଧ୍ୟ ଥଣ୍ଡା କିମ୍ବା ଇନଫେକସନ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ। ତେଣୁ ଘରେ ପାଣି ପଡ଼ିବା ମାତ୍ରେ ତାକୁ ଶୀଘ୍ର ପୋଛି ଦେଇ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ।
କାଠ ଜିନିଷର ଯତ୍ନ: ବର୍ଷାଦିନେ କପବୋର୍ଡ ସବୁର ଠିକ୍‌ ଭାବେ ଯତ୍ନ ନେବାକୁ ହେବ। କପବୋର୍ଡରେ ଯେପରି ପାଣି ନ ଲାଗେ କିମ୍ବା ଓଦା ଜିନିଷ କିଛି ନ ରହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ବେଳେବେଳେ ବର୍ଷାଦିନେ ଜଳୀୟବାଷ୍ପ ପ୍ରଭାବରେ ବି କପବୋର୍ଡ କିମ୍ବା ଟେବୁଲ ଡ୍ର ଆଦି ଠିକ୍‌ ଭାବେ ବନ୍ଦ ହୋଇ ନ ଥାଏ। ସେ ସମୟରେ ଜୋର କରି କପବୋର୍ଡ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ ନାହିଁ, ହୁଏତ ଭାଙ୍ଗି ଯାଇପାରେ। ବରଂ କପବୋର୍ଡକୁ ଭଲଭାବେ ଶୁଖିବା ପାଇଁ ଦିଅନ୍ତୁ, ତାହା ଆପେ ଆପେ ଠିକ୍‌ ହୋଇଯିବ।
ଲୁଗାପଟାର ଯତ୍ନ: ବର୍ଷାଦିନେ ସାଧାରଣତଃ ଲୁଗାପଟା ଶୀଘ୍ର ଶୁଖି ନ ଥାଏ। ତେଣୁ ଏହି ଋତୁରେ ପତଳା ଲୁଗା ପିନ୍ଧନ୍ତୁ। ପିଲାଙ୍କୁ ମଧ୍ୟ ସେହିଭଳି ପୋଷାକ ପିନ୍ଧାନ୍ତୁ, ଯାହା ଶୀଘ୍ର ଶୁଖିପାରିବ। ତା’ ଛଡ଼ା ଆଲମୀରାରେ ସାଇତା ହୋଇ ରହିଥିବା ଲୁଗାପଟାକୁ ମଧ୍ୟ କିଛି ସମୟ ବ୍ୟବଧାନରେ ବାହାର କରି ଅଳ୍ପ ଖରା ଦିଅନ୍ତୁ। କାରଣ ବେଶି ଦିନ ଲୁଗା ଭଙ୍ଗା ହୋଇ ରହିବା ଫଳରେ ଲୁଗା ବେଳେବେଳେ ଫିମ୍ପି ମାରିବା ଭଳି ହୋଇଥାଏ କିମ୍ବା ଭାଙ୍ଗ ହୋଇରହିଥିବା ସ୍ଥାନରୁ ଚିରି ଯାଇଥାଏ। ବିଶେଷକରି ପାଟଲୁଗାର ସ୍ବତନ୍ତ୍ର ଯତ୍ନ ନିଅନ୍ତୁ। ଭଲଭାବେ ଶୁଖି ନ ଥିବା ଲୁଗା ଆଦୌ ପିନ୍ଧନ୍ତୁ ନାହିଁ।
ଖାଦ୍ୟ ପ୍ରତି ସତର୍କ :ଏହି ଋତୁରେ ଖାଦ୍ୟପେୟ ପ୍ରତି ସବୁଠୁ ଅଧିକ ସତର୍କ ରହିବାକୁ ହୋଇଥାଏ। କାହିଁକି ନା ବର୍ଷାଦିନେ ହଜମ ନ ହେବାର ସମସ୍ୟା ଅଧିକ ଦେଖା ଦେଇଥାଏ। ତେଣୁ ସହଜରେ ପେଟ ଖରାପ ହେବା କିମ୍ବା ଝାଡ଼ା ବାନ୍ତି ଭଳି ସମସ୍ୟା ଦେଖା ଦେଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଘରର ସମସ୍ତଙ୍କୁ ଗରମ ଖାଦ୍ୟ ହିଁ ଖାଇବାକୁ ଦିଅନ୍ତୁ। ବାସି ଖାଦ୍ୟ ଆଦୌ ଘରେ ରଖନ୍ତୁ ନାହିଁ। ନିଜେ ବାସି ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା ଘରେ କାହାକୁ ଦିଅନ୍ତୁ ନାହିଁ।
ଏମାନେ କ’ଣ କହନ୍ତି
ଗରମ ଖାଦ୍ୟ ଖାଇବାକୁ ଦିଏ
ବର୍ଷାଦିନେ ମୁଁ ସବୁବେଳେ ପିଲାଙ୍କର ବେଶି ଯତ୍ନ ନେବାକୁ ଚେଷ୍ଟା କରେ। ସେମାନଙ୍କୁ ଗରମ ପାଣିରେ ଗାଧୋଇ ଦିଏ ଆଉ ସକାଳୁ ଗରମ ପାଣି ପିଇବାକୁ ଦିଏ। ପ୍ରତିଦିନ ରାତିରେ ମୁଁ ସମସ୍ତଙ୍କୁ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ଦିଏ। ତା’ ଛଡ଼ା ପ୍ରତିଦିନ ତୁଳସୀ ପତ୍ର ମହୁ ଖାଇବା ସହିତ ରସୁଣ ମଧ୍ୟ ସମସ୍ତଙ୍କୁ ଖାଇବାକୁ ଦେଇଥାଏ। ଖାଲି ସେତିକି ନୁହେଁ ରାତିରେ ଶୋଇବା ସମୟରେ ସମସ୍ତଙ୍କ ପାଦରେ ତେଲ ମାଲିସ କରିବାକୁ କହିଥାଏ।
-ଧରିତ୍ରୀ ନାୟକ, ଗୃହିଣୀ, ରାଇଘରପୋଖରୀ,
ପୀରହାଟ ବଜାର, ଭଦ୍ରକ
ବାସି ଖାଦ୍ୟ ଆଦୌ ରଖେ ନାହିଁ
ବର୍ଷାଦିନେ ମୋର ରୋଷେଇ ଘର ସଫା କରିବା ପାଇଁ ବହୁ ସମୟ ଯାଏ। ରୋଷେଇ ଘରକୁ ସଫା ରଖିବା ପାଇଁ ମୁଁ ସବୁବେଳେ ସତର୍କ ରହିଥାଏ। ତା’ ଛଡ଼ା ଘରେ ସମସ୍ତଙ୍କୁ ଫ୍ରେଶ ଖାଦ୍ୟ ହିଁ ତିଆରି କରି ଦେଇଥାଏ। ଯଦି କୌଣସି କାରଣରୁ ଜଳଖିଆ ତିଆରି କରି ପାରେ ନାହିଁ ତେବେ ବିସ୍କୁଟ, ମୁଢି କିମ୍ବା ଚୁଡା ଆଦି ଖାଇବାକୁ ଦିଏ। କିନ୍ତୁ ବାସି ଖାଦ୍ୟ କି ଜଙ୍କ୍‌ ଫୁଡ୍‌ ଆଦୌ ଖାଇବାକୁ ଦିଏନି।
-କରିଶ୍ମା ବିଶ୍ୱାଳ, କର୍ମଜୀବୀ, ଗଡମହାବୀର ବିହାର, ଓଲ୍‌ଡ ଟାଉନ୍‌, ଭୁବନେଶ୍ୱର
କାଢା ପିଇବାକୁ ଦେଉଛି
ବର୍ଷାଦିନେ ଘରର ସମସ୍ତେ ଛଣା ଖାଦ୍ୟ ପକୁଡି ବରା ଆଦି ଖାଇବାକୁ ଭଲପାନ୍ତି। କିନ୍ତୁ ସବୁବେଳେ ସେସବୁ ଖାଦ୍ୟ ମୁଁ ସେମାନଙ୍କୁ ଖାଇବାକୁ ଦିଏନି। ବାହାରୁ ଏସବୁ ଖାଇବା ଆଣିବା ବଦଳରେ ମୁଁ କେବେକେବେ ଘରେ ଏସବୁ ଖାଦ୍ୟ ତିଆରି କରି ଦେଇଥାଏ। ତା’ ଛଡା ଥଣ୍ଡା ଶର୍ଦ୍ଦି ନ ହେବା ପାଇଁ ଘରେ ସମସ୍ତଙ୍କୁ ସକାଳୁ ତୁଳସୀ ପତ୍ର ସହିତ ମହୁ ଖାଇବାକୁ ଦିଏ। ଏବେ କରୋନା ଆସିବା ପରଠୁ ପ୍ରାୟ ସବୁଦିନ କାଢା ବି ପିଇବାକୁ ଦେଉଛି।
-ମଧୁସ୍ମିତା ମହାନ୍ତି,
କର୍ମଜୀବୀ, ହଂସପାଳ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଏହି ୪ ମିଛ କଥା କହିଥାନ୍ତି ପ୍ରେମିକା

ପ୍ରେକିକା ସବୁବେଳେ ନିଜ ପ୍ରେମିକଙ୍କୁ ୪ଟି ମିଛ କହିଛନ୍ତି। ଆମେ କହୁନାହୁଁ, ବରଂ ଏକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ଜାଣିବା ସେହି ୪ ମିଛ ବିଷୟରେ…...

ଆମେ ବି ସକ୍ଷମ

ଦୃଢ଼ ଇଚ୍ଛାଶକ୍ତି, ମନରେ ଅଦମ୍ୟ ସାହସ ଏବଂ ସ୍ବାବଲମ୍ବୀ ହେବାର ଆଗ୍ରହ ଥିଲେ ଜଣେ ନାରୀ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ, ଏକଥାକୁ ପ୍ରମାଣିତ...

ମନ୍ଦିରରେ ଟଙ୍କା ଦାନ କରୁଥିଲେ ଜାଣିନିଅନ୍ତୁ ଏହି ଶୁଭ ଖବର

ଆଚାର୍ଯ୍ୟ ଚାଣକ୍ୟ ଅର୍ଥ ସମ୍ବନ୍ଧରେ ଅନେକ ନୀତି ଉଲ୍ଲେଖ କରିଛନ୍ତି। ତାଙ୍କ କହିବାନୁସାରେ, ଟଙ୍କା ରୋଜଗାର କରିବା କଷ୍ଟକର, ଏହାକୁ ସଠିକ ଭାବରେ ଖର୍ଚ୍ଚ କରିବା...

ଏହି ୩ ରାଶିର ଯୁବତୀ ହୋଇଥାନ୍ତି ବହୁତ ଦୟାବତୀ; ଅନ୍ୟର ଖୁସି ପାଇଁ କିଛି ବି କରିପାରନ୍ତି

ସମାଜରେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ନିଜଠାରୁ ଅନ୍ୟମାନଙ୍କ ବିଷୟରେ ଅଧିକ ଚିନ୍ତା କରିଥାନ୍ତି। ଏମାନେ କାହାର କଷ୍ଟ ଦେଖିପାରନ୍ତି ନାହିଁ। ସମସ୍ତଙ୍କର ସାହାଯ୍ୟ...

ପାର୍ଲର ନ ଯାଇ ଘରୋଇଭାବେ ଚାହିଁଲେ ଆପଣ ୱାକ୍ସିଂ ପ୍ରସ୍ତୁତ କରିପାରିବେ।

ଘରୋଇ ୱାକ୍ସିଂ ପ୍ରସ୍ତୁତ କରିବା ପାଇଁ ୫ ଚାମଚ ଚିନି ନିଅନ୍ତୁ। ସେଥିରେ ଏକ ଚାମଚ ଲେମ୍ବୁ ରସ, ୩ ଚାମଚ ମହୁ ଓ ୪...

କେବେହେଲେ ଘରେ ଲଗାନ୍ତୁ ନାହିଁ ଏସବୁ ଗଛ: ଲାଗି ରହିବ ଝଗଡ଼ା, ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ହେବେ

ଏପରି କିଛି ବୃକ୍ଷ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏଣୁ ଏହାକୁ କେବେହେଲେ ଘରେ...

ଜାଣନ୍ତି ମା’ ଲକ୍ଷ୍ମୀଙ୍କ ଭାଇ କିଏ? ଯାହାଙ୍କ ବିନା ସମସ୍ତ ପୂଜା ରହିଥାଏ ଅଧା…

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। କୁହାଯାଏ ଦୀପାବଳି ଦିନ ରାତିରେ ସମସ୍ତଙ୍କ ଘରେ ଲକ୍ଷ୍ମୀ ବାସ କରିବା ସହ ଅନ୍ନ-ଧନରେ ଭଣ୍ଡାର ଭରି ଦିଅନ୍ତି।...

ରୋଗ ପାଇଁ ଯୋଗ

ରବର୍ଟ ବେନ୍‌ସନ ଥିଲେ ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର। ୧୯୮୫ ମସିହାରେ ସେ ନିଜର କେତେ ଜଣ ସହକର୍ମୀଙ୍କୁ ନେଇ ପରିଦର୍ଶନ କରିଥିଲେ ଉତ୍ତର...

Advertisement
Archives

Model This Week