ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା

କଟକ ଅଫିସ, ୧୮।୫: ଏସ୍‌ସିବି ମେଡିକାଲ ପରିସରସ୍ଥ କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ସୋମବାର ସକାଳେ ରୋଗୀଙ୍କ ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। କୋଭିଡ୍‌ ୱାର୍ଡ ଭିତରକୁ ରୋଗୀ ସମ୍ପର୍କୀୟଙ୍କୁ ପ୍ରବେଶ ଅନୁମତି ଦିଆ ନ ଯିବାରୁ ସେମାନେ ପାଟିତୁଣ୍ଡ କରିଥିଲେ। ରୋଗୀ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଏସ୍‌ସିବିରେ ସରକରାଙ୍କ ପକ୍ଷରୁ କରାଯାଇଥିବା ହେଲ୍ପଡେସ୍କରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ କୌଣସି ସୂଚନା ମିଳି ନ ଥିଲା। ସୋମବାର ହଠାତ ସେମାନଙ୍କୁ ୱାର୍ଡ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଥିଲା। ଏପରି କି କୋଭିଡ୍‌ ହସ୍ପିଟାଲ ଭିତରେ ରୋଗୀଙ୍କ ଅବସ୍ଥା କିଭଳି ରହିଛି, ସେ ସମ୍ପର୍କରେ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇନଥିଲା। କରୋନାର ସଂକ୍ରମଣ ଭୟରେ କୋଭିଡ୍‌ ହସ୍ପିଟାଲକୁ କାହାରିକୁ ଛଡାଯାଉନାହିଁ। ବାହାରେ ଥିବା ସମ୍ପର୍କୀୟଙ୍କୁ ସେମାନଙ୍କ ବିଷୟରେ ଏସ୍‌ସିବି ପକ୍ଷରୁ ସୂଚନା ଦିଆଯିବା କଥା। କିନ୍ତୁ ହେଲ୍ପଡେସ୍କରୁ କୌଣସି ସୂଚନା ନ ମିଳିବାରୁ ରୋଗୀ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ସମ୍ପର୍କୀୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ରୋଗୀ ସମ୍ପର୍କୀୟଙ୍କୁ ବୁଝାଶୁଝା କରାଯିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ସରକାରଙ୍କ ନିୟମ ଅନୁଯାୟୀ, କୋଭିଡ୍‌ ରୋଗୀଙ୍କ ପାଖକୁ ଯିବାପାଇଁ କାହାରିକୁ ଅନୁମତି ନାହିଁ। କିନ୍ତୁ ଆମେ ଦିବ୍ୟାଙ୍ଗ, ମାନସୀକ ରୋଗୀ କିମ୍ବା ଗୁରୁତର ରୋଗୀଙ୍କ ପାଖରେ ସେମାନଙ୍କ ସମ୍ପର୍କୀୟଙ୍କୁ ରହିବାକୁ ଅନୁମତି ଦେଇଛୁ। ସମ୍ପର୍କୀୟମାନଙ୍କ କୋଭିଡ୍‌ ପରୀକ୍ଷା କରାଯାଇ ଭିତରକୁ ଛଡାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଫେରୁଥିବା ୮ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ

ଦାରିଙ୍ଗବାଡ଼ି,୧୪।୫(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ଚାଲି ଚାଲି ଯାଉଥିବା ୮ ଜଣ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରିଛି। ଲକ୍‌ଡାଉନ୍‌ ଯୋଗୁ ସେମାନେ ଔରଙ୍ଗାବାଦ ସମେତ ତେଲଙ୍ଗାନା,...

ମାସ୍କ ନ ପିନ୍ଧି କରୁଥିଲେ ସଉଦା: ୬୦ଜଣ ଗଣିଲେ ୧୨ ହଜାର ଟଙ୍କା ଜରିମାନା

ବିଜେପୁର, ୨୧।୪(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ବାହାରକୁ ବାହାରିବା ସମୟରେ...

ବିଶ୍ୱ ଏଡ୍‌ସ ଦିବସ : ସଚେତନ ରାଲି

ରାଜନଗର,୧।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡ. ରଶ୍ମି ମହାନ୍ତିଙ୍କ...

ଅତ୍ୟାବଶ୍ୟକ ସେବା ପାଇଁ ୮ ଅଟୋ

କଟକ ଅଫିସ୍‌,୨୭ା୩: ଲକ୍‌ଡାଉନ୍‌ ଯୋଗୁ କଟକ ସହରରେ ଅଟୋରିକ୍ସା ଚଳାଚଳ ପ୍ରଭାବିତ ହୋଇଛି। ଜରୁରୀ ପରିସ୍ଥିତିରେ ମଧ୍ୟ ଲୋକେ ଅଟୋରିକ୍ସା ପାଇପାରୁନାହାନ୍ତି। ଏଭଳି ସମୟରେ ସହାୟତା...

କୋଭିଡ୍‌ ଡ୍ୟୁଟି ଲେଖି କାରରେ ଗଞ୍ଜେଇ ଚାଲାଣ, ଜଣେ ଗିରଫ

ରାଇକିଆ,୨୫ା୪(ଡି.ଏନ୍‌.ଏ.)- ରାଇକିଆ ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି । ଶନିବାର ଭୋରରୁ ପେଟ୍ରୋଲିଂବେଳେ ସନ୍ଦେହରେ କୋଭିଡ ଡ୍ୟୁଟି ଲେଖାଥିବା ଏକ...

ଅଲ୍‌ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ମାଗଣା ମାସ୍କ ବଣ୍ଟନ

ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ସଚେତନତା ପରିପ୍ରେକ୍ଷୀରେ ଅଲ୍‌ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ନିମାପଡ଼ା ପୂର୍ଣ୍ଣେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ୫ଶହ ଲୋକଙ୍କୁ...

ଚାପ ଖେଳ ବେଳେ ବୁଡିଗଲେ ଲଡୁବାବା

ନୟାଗଡ଼ ଅଫିସ,୨୪।୫: ନୟାଗଡ଼ ଜିଲା ଶରଣକୂଳସ୍ଥିତ ଶୈବପୀଠ ଲଡୁବାବାଙ୍କର ଚାପ ଖେଳ ବେଳେ ସୋମବାର ରାତିରେ ଡଙ୍ଗା ଓଲଟି ପଡିଛି। ଡଙ୍ଗା ଓଲଟି ପଡିବାରୁ ଲଡୁବାବାଙ୍କ...

ରାୟଗଡ଼ା ଝୁଲାପୋଲ ସିଲ୍‌କୁ ବିରୋଧ

ରାୟଗଡ଼ା ଅଫିସ,୨୭ା୯:କଟକ ସ୍ଥିତ ଧବଳେଶ୍ୱର ପରେ ରାୟଗଡ଼ା ସ୍ଥିତ ଝୁଲାପୋଲ ରାଜ୍ୟରେ ଦ୍ୱିତୀୟ ଭାବେ ପ୍ରସିଦ୍ଧ। ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ହେଲେ ଏହି...

Advertisement
Archives

Model This Week