ଇତିହାସ ଦର୍ପଣ ସଦୃଶ: ଧର୍ମେନ୍ଦ୍ର

ସମ୍ବଲପୁର,୨୪ା୧(ବ୍ୟୁରୋ):ଇତିହାସ ଦର୍ପଣ ଭଳି, ଯେଉଁଥିରେ ପରାକ୍ରମ, ସଂଗ୍ରାମୀ, ପରମ୍ପରା, ସଂସ୍କୃତି ଆଦି ବିଷୟରେ ଜାଣିବାକୁ ମିଳିଥାଏ। ଇତିହାସ ବିନା ଭବିଷ୍ୟତ ପରିକଳ୍ପନା କରାଯାଇ ପାରିବ ନାହିଁ। ପଶ୍ଚିମ ଓଡ଼ିଶାରେ ଊନବିଂଶ ଶତାବ୍ଦୀ ପୂର୍ବର ଇତିହାସ ରହିଛି। ଇଷ୍ଟଦେବୀ ସମଲେଇ, ମହାନଦୀ, ଶକ୍ତି ଓ ସଂଗ୍ରାମୀ ପୀଠଗୁଡିକ ଶତାଧିକ ବର୍ଷ ପୂର୍ବର ଇତିହାସ ସମ୍ପର୍କରେ ସୂଚନା ଦେଉଛି। ସମ୍ବଲପୁରରେ ବୌଦ୍ଧିକ କ୍ଷମତା, ଶିଳ୍ପାୟନ, କୃଷିଭିତ୍ତିକ ଅର୍ଥନୀତି ଭରି ରହିଛି। ଏହା ଏକ ତ୍ରିବେଣୀ ସଙ୍ଗମ। ଫରାସୀ ବିପ୍ଳବ ପୂର୍ବରୁ ସମ୍ବଲପୁରରେ ସ୍ବାଧୀନତା ସଂଗ୍ରାମର ବିଗୁଲ ବଜାଇଥିଲେ ବୀର ସୁରେନ୍ଦ୍ର ସାଏ। ଜୟନ୍ତୀ ଅବସରରେ ଦୁଇ ମହାନ ପୁରୁଷ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରାତଃ ସ୍ମରଣୀୟ। ଆଜି ମଧ୍ୟ ସମ୍ବଲପୁର
ନିବାସୀ ପି.କେ. ମିଶ୍ରଙ୍କର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପରିଚାଳନା କରିବାରେ ପ୍ରମୁଖ ଭୂମିକା ରହିଛି ବୋଲି ଆଇଆଇଏମ୍‌ ପକ୍ଷରୁ ତପସ୍ବିନୀ ପ୍ରେକ୍ଷାଳୟରେ ସୋମବାର ଆୟୋଜିତ ପରାକ୍ରମ ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସେ ଆହୁରି କହିଥିଲେ, ସୁନ୍ଦରଗଡ ହେଉ କି ମୟୂରଭଞ୍ଜ ସବୁ ଜିଲାରେ ଭିନ୍ନ ପ୍ରସଙ୍ଗ ରହିଛି। ଏହି ପ୍ରସଙ୍ଗକୁ ନେଇ ଆଗକୁ ବଢିବାକୁ ହେବ। ଗବେଷଣା, ତଥ୍ୟ ପ୍ରମାଣ ସହ ଇତିହାସ ଲେଖି ବ୍ୟବସ୍ଥିତ କରିବାକୁ ପଡିବ। ଲୋକକଥାରେ ଇତିହାସକୁ ଜାଣି ହୁଏ ହେଲେ ପ୍ରମାଣିତ କରିହୁଏ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତନ କରି ଇତିହାସ ଯୋଡିବାକୁ ଯୋଜନା କରିଛନ୍ତି। ପରାଧୀନ ମାନସିକତାରୁ ବାହାରିବାକୁ ପଡିବ। ଗଣତନ୍ତ୍ର, ଜନତନ୍ତ୍ରର ଜନନୀ ଅଟେ ଆମ ଦେଶ। ଏହାକୁ ଆଗକୁ ବଢାଇବାରେ ଆଇଆଇଏମ୍‌ ତା’ର ଭୂମିକା ନିର୍ବାହ କରିବ ବୋଲି ଆଶା କରୁଛି। ସମ୍ବଲପୁରୀ ବସ୍ତ୍ର, ପରମ୍ପରା, ପ୍ରାକୃତିକ ସମ୍ପଦ ଭଳି ଅନେକ ସୁଯୋଗ ସମ୍ବଲପୁରରେ ଆଇଆଇଏମ୍‌ ପାଇଁ ରହିଛି। ଓଡ଼ିଶାର ଚରିତ୍ରକୁ ତିଆରି କରୁ ଆଇଆଇଏମ୍‌। ଶିକ୍ଷାବିଭାଗ ପକ୍ଷରୁ ସହଯୋଗ କରାଯାଉଛି, ଆଗକୁ ମଧ୍ୟ କରାଯିବ ବୋଲି ସେ କହିଥିଲେ। ଆଇଆଇଏମ୍‌ ନିର୍ଦ୍ଦେଶକ ପ୍ରଫେସର ମହଦେଓ ଜୟସ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ମୁଖ୍ୟଅତିଥି ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଆଇସିଏସ୍‌ଆର୍‌ ଅଧ୍ୟକ୍ଷ ପ୍ରଫେସର ରଘୁବେନ୍ଦ୍ର ତନୱାର ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ। ପଦ୍ମଶ୍ରୀ ହଳଧର ନାଗ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଓ ବଳିଦାନ ଉପରେ କବିତା ପାଠ କରିଥିଲେ। ଏହି ଅବସରରେ ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ଫଟୋଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାବିତ୍‌, ସାମାଜିକ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?