ରିଲାଏନ୍ସ ଇଣ୍ଡଷ୍ଟ୍ରିର ଐତିହାସିକ ସଫଳତା

ନୂଆଦିଲ୍ଲୀ,୧୪।୨(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌) ପ୍ରଥମ ଭାରତୀୟ କମ୍ପାନୀ ଭାବେ ପୁଞ୍ଜିବଜାରରେ ୨୦ଲକ୍ଷ କୋଟି ଟଙ୍କା ସମ୍ପତ୍ତିରେ ପହଞ୍ଚତ୍ଛି। ଏପରିକି ପୁଞ୍ଜିବଜାରରେ ପଞ୍ଜୀକୃତ ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏହି ଐତିହାସିକ ସଫଳତା ଲାଭ କରିଛି। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଶେୟାର ବଜାର କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଆର୍‌ଆଇଏଲ୍‌ର ଫଳାଫଳ ଉଚ୍ଚ ରହିବା ସହ ପ୍ରାୟ ୨%ର କାରବାର ଅଭିବୃଦ୍ଧି ଘଟିଥିଲା। ଫଳରେ ଆର୍‌ଆଇଏଲ୍‌ର ବଜାର ପୁଞ୍ଜି ୨୦,୦୧,୨୭୯.୭୨ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ଦିନର ବଜାର ମୂଲ୍ୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ରେ ୨୯୨୮.୯୫ ଟଙ୍କାରୁ ଆରମ୍ଭ ହୋଇ ୨୯୫୭.୮୦ ଟଙ୍କାରେ ରହିଥିଲାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏସ୍‌ଏନ୍‌ଇ) ରେ ୨୯୨୬.୨୦ ଟଙ୍କାରୁ ଆରମ୍ଭ ହୋଇ ୨୯୫୮ ଟଙ୍କାରେ କାରବାର ଶେଷ କରିଥିଲା। ଅପରପକ୍ଷରେ ଆର୍‌ଆଇଏଲ୍‌ର ପୂର୍ବଦିନ କାରବାର ଶେଷ ସୁଦ୍ଧା କମ୍ପାନୀର ବଜାର ମୂଲ୍ୟ ୧୯,୮୧,୬୩୫.୭୨ କୋଟି ଟଙ୍କାରେ ଥିଲା। ସେହିଭଳି କ୍ରମାଗତ ଭାବେ ପୁଞ୍ଜିବଜାରରେ ଉନ୍ନତ ପ୍ରଦର୍ଶନ ସହିତ ଗତ ୩ ମାସ ମଧ୍ୟରେ ପ୍ରାୟ ୨୯% ଅଭିବୃଦ୍ଧି ଯୋଗୁ କମ୍ପାନୀ ଏହି ସଫଳତା ମିଳିଛି। ଏପରିକି ଆର୍‌ଆଇଏଲ୍‌ର ଷ୍ଟକ୍‌ ୫୨ମାସର ସର୍ବାଧିକ ମୂଲ୍ୟରେ କାରବାର ସହ ନୂତନ ମାଇଲଖୁଣ୍ଟ ହାସଲ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri