Posted inଫୁରସତ

୨୦୨୦ରେ ୟୁଟ୍ୟୁବ୍‌ରୁ ସର୍ବାଧିକ ଅର୍ଥ ରୋଜଗାର କରିଛନ୍ତି ଏହି କୁନି ବାଳକ, ପରିମାଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗତ କିଛିବର୍ଷ ଧରି ଡିଜିଟାଲ ମିଡିଆ ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଛି ଯେ, ଏହି ପ୍ଲାଟ୍‌ଫର୍ମରୁ ବହୁତ ଲୋକେ ବେଶ୍‌ ଅର୍ଥ ରୋଜଗାର ମଧ୍ୟ କରୁଛନ୍ତି। ବିଶେଷକରି ସୋସିଆଲ ମିଡିଆରେ ରୋଜଗାର କ୍ଷେତ୍ରରେ କୌଣସି ବୟସ ସୀମା ନାହିଁ। ଏହାର ସଦ୍ୟତମ ଉଦାହରଣ ହେଉଛି ୟୁଟ୍ୟୁବ୍‌ ଚ୍ୟାନେଲ। ୨୦୨୦ ମସିହାରେ ଏଥିରୁ ସର୍ବାଧିକ ଅର୍ଥ ରୋଜଗାର କରିଛନ୍ତି ଜଣେ ୯ ବର୍ଷର ବାଳକ। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଆମେରିକାର ଟେକ୍ସାସରେ ରହୁଥିବା ୯ ବର୍ଷର ରିଆନ କାଜି ୟୁଟ୍ୟୁବ୍‌ରେ ଖେଳନା ଏବଂ ଖେଳର ଅନ୍ୟ ସାମଗ୍ରୀ ଦେଖାଇଥାନ୍ତି। ରିଆନ ଚଳିତବର୍ଷ ୟୁଟ୍ୟୁବ୍‌ରୁ ୨୯.୫ ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨୨୧ କୋଟି ଟଙ୍କା ରୋଜଗାର କରିଛନ୍ତି। ଏହା ବ୍ୟତୀତ ରିଆନ ୱାଲର୍‌ଡ ବ୍ରାଣ୍ଡେଡ୍‌ ଖେଳନା ଏବଂ ପୋଷାକ ମାଧ୍ୟମରେ ୨୦୦ ମିଲିୟନ ଡଲାର୍‌ ମଧ୍ୟ ରୋଜଗାର କରିଛନ୍ତି।

୨୦୧୫ରେ ରିଆନ ପ୍ରଥମେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। ଯେତେବେଳେ ସେ ଖେଳନା ସମୀକ୍ଷାର ଭିଡିଓ ଦେଖିବା ଆରମ୍ଭ କଲେ ସେତେବେଳେ ସେ ଏହି ଆଇଡିଆ ପାଇଥିଲେ। ଲୋକମାନେ ରିଆନଙ୍କ ଭିଡିଓ ସମୀକ୍ଷା ପଦ୍ଧତି ପସନ୍ଦ କରିବାକୁ ଲାଗିଲେ। ତାଙ୍କ ଫ୍ୟାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲା। ତିନି ବର୍ଷ ପରେ ରିଆନଙ୍କ ଲୋକପ୍ରିୟତା ଶିଖରରେ ପହଞ୍ଚିଥିଲା। ସେ ୨୦୧୮ ଏବଂ ୨୦୧୯ରେ ୟୁଟ୍ୟୁବ୍‌ରେ ସର୍ବାଧିକ ଆୟ କରିଛନ୍ତି।

ରିଆନଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅନେକ ଖେଳନା କମ୍ପାନୀ ତାଙ୍କ ପାଖକୁ ଆସିଥାନ୍ତି ଏବଂ ରିଆନ ଅତ୍ୟାଧୁନିକ ଖେଳନାର ସମୀକ୍ଷା କରନ୍ତି। ଏଥି ସହିତ, ଲକ୍ଷ ଲକ୍ଷ ଲୋକ ତାଙ୍କ ଏହି ଭିଡିଓଗୁଡ଼ିକୁ ୟୁଟ୍ୟୁବ୍‌ରେ ଦେଖନ୍ତି। ଗତ ୫ ବର୍ଷ ମଧ୍ୟରେ ରିଆନ ନିଜକୁ ଜଣେ ସଫଳ ବ୍ରାଣ୍ଡ ଭାବେ ପ୍ରତିପାଦିତ କରିଛନ୍ତି। ୟୁଟ୍ୟୁବ୍‌ ଷ୍ଟାର୍‌ସ ୨୦୨୦ ଫୋର୍ବସ ତାଲିକାରେ ରିଆନ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ୨୨ ବର୍ଷୀୟ ଜିମି ଡୋନାଲ୍ଡସନ ଅଛନ୍ତି। ଯିଏ କି ମିଷ୍ଟର ବିଷ୍ଟ ଭାବରେ ଜଣାଶୁଣା। ସେ ୟୁଟ୍ୟୁବ୍‌ରୁ ୨୪ ମିଲିୟନ ଆୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ରୁ ଟଙ୍କା ପରିବର୍ତ୍ତେ ବାହାରୁଛି ଗଞ୍ଜେଇ

କରୋନା ଯୋଗୁ ବିଶ୍ୱରେ ଅନେକ ପରିର୍ତ୍ତନ ଘଟିଛି। ଲୋକମାନେ ଏବେ ବିନା ଯୋଗାଯୋଗରେ ନିଜ କାମ ନିଜେ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହି ସମୟରେ...

ହଇରାଣ କରୁଥିଲା କୁକୁର; ରାଗରେ ବାଡି ଧରି ଗୋଡାଇଲା ମାଙ୍କଡ: ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ।...

ପିସ୍ତଲ ଧରି ନେଉଥିଲେ ସେଲ୍‌ଫି: ଫୁଟିଲା ଗୁଳି, ତାପରେ…

ନୋଏଡ଼ା,୮।୧୧: ଏବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିବା ଲାଗି କେତେକ ଭିନ୍ନ ଭିନ୍ନ ସେଲ୍‌ଫି ନେଉଛନ୍ତି। ବେଳେବେଳେ ବହୁ ଅଘଟଣ ମଧ୍ୟ ଘଟୁଛି। ଏଭଳି ଏକ...

କେବଳ ଏହି ଉପାୟରେ ବୃଦ୍ଧ ବି ହୋଇପାରିବେ ଯୁବକ

ବୃଦ୍ଧ ବି ଯୁବକ ହୋଇପାରିବେ। ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଶୁଦ୍ଧ ଅମ୍ଳଜାନ ବାର୍ଦ୍ଧକ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଥାଏ। ଏକ...

ବୋହୂଙ୍କ ଇଚ୍ଛା ପୂରଣ ପାଇଁ ଶ୍ୱଶୁର ନେଲେ ଏଭଳି ନିଷ୍ପତ୍ତି

ବିବାହରେ କନ୍ୟା ବିଦାୟ ଏକ ଭାବପ୍ରବଣ ମୂହୁର୍ତ୍ତ। ରାଜସ୍ଥାନର ଭରତପୁରରେ ଜଣେ କନ୍ୟାଙ୍କ ବିଦାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତ୍ରପୁରର ଗାଁର ଝିଅ ହେଲିକପ୍ଟରରେ...

କାଜୁ ଭଳି ଅଣ୍ଡା ଦେଉଛି କୁକୁଡ଼ା

ଅଣ୍ଡାର ଆକାର କେମିତି ସମସ୍ତେ ଜାଣନ୍ତି। ଏମିତି କି ଅଣ୍ଡାର ଆକାର ଅନୁସାରେ ହିଁ ଅଣ୍ଡାକୃତିର ନାମକରଣ ବି ହୋଇଛି। ହେଲେ ଏଇ କିଛିଦିନ ହେବ...

ଏମିତି ଏକ ଜେଲ୍‌ ଯେଉଁଠି ଜଣେ କଏଦୀ ଅଛନ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସତ। ଏପର୍ଯ୍ୟନ୍ତ ଆପଣମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ଜେଲ୍‌ରେ ଶହ ଶହ କଏଦୀଙ୍କ ରହଣି ସମ୍ପର୍କରେ...

ବିଶ୍ୱ ସ୍କାଉଟ ଦିବସ: ଚିନ୍ତା ଓ ପ୍ରତିଜ୍ଞାର ସମୟ

ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହି ଦିନ...

Advertisement
Archives

Model This Week