ରାଜପଥ ବିପଦସଙ୍କୁଳ, ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୩।୧୨ କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଢେଙ୍କାନାଳ ସହରସ୍ଥିତ ୧ନଂ ୱାର୍ଡ ଆନନ୍ଦନଗରଠାରୁ କଲେଜ ବାଇପାସ ଓ ମହିଷାପାଟଠାରୁ କଣ୍ଟାନାଳୀ ବାଇପାସ ପର୍ଯ୍ୟନ୍ତ ରାସ୍ତା ବିପଦସଙ୍କୁଳ ହୋଇପଡିଛି। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ହୋଇ ପଡିଥିବା ବେଳେ ରାସ୍ତା ଖାଲଖମା ସହ ଧୂଳିଧୂଆଁରେ ଭରିଯାଉଛି। ଫଳରେ ପ୍ରତିଦିନ ଏଠାରେ ଦୁର୍ଘଟଣା ବୃଦ୍ଧି ପାଉଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା, ସମ୍ପ୍ରସାରଣ କାର୍ଯ୍ୟ ନେଇଥିବା ଠିକାସଂସ୍ଥାର ବେଖାତିର ମନୋଭାବ ଏବଂ କେନ୍ଦ୍ର ସରକାରଙ୍କ ନୀରବତା ଯୋଗୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ଗୁରୁବାର ୩ ଘଣ୍ଟା ଧରି ରାସ୍ତାରୋକୋ କରିଥିଲେ। ଠିକାସଂସ୍ଥା ପକ୍ଷରୁ ରାଜପଥ ମରାମତି ସହ ଦୈନିକ ୪ଥର ଜଳ ସିଞ୍ଚନ ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଜ୍ୟୋତି ରଞ୍ଜନ ମହାପାତ୍ର, ଆଇନଜୀବୀ ସୁରେନ୍ଦ୍ର ମିଶ୍ର, ମାନସ ରଞ୍ଜନ ଦାସ, ମୁସ୍ତାକ ଆବିଦ, ଆଲୋକ ସାହୁ, ରଞ୍ଜନ ମହାପାତ୍ର, ସୀତାଂଶୁ ଶେଖର ପଣ୍ଡା, ଅନିଶ ରଜାକ ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂରଣ ହେଉନି ଋଣ ଲକ୍ଷ୍ୟ

ଢେଙ୍କାନାଳ ଅଫିସ,୧୭ା୩: ଢେଙ୍କାନାଳ ଜିଲାରେ ଚାଷୀଙ୍କୁ ଋଣ ପ୍ରଦାନ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ୨୦୨୧-୨୨ ଆର୍ଥତ୍କ ୧୭୦୫.୫୧ କୋଟି ଟଙ୍କା କୃଷିଋଣ ପ୍ରଦାନ କରିବା ଲାଗି ଲକ୍ଷ୍ୟ...

ଏସ୍‌ଏଚ୍‌ଜି ବାଣ୍ଟିଲା ଶୁଖିଲା ଖାଦ୍ୟ

ଢେଙ୍କାନାଳ ଅଫିସ, ୧୨।୪ – ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରର ମଝିସାହି ଶକ୍ତି ଓମ୍‌ ସାଇ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ...

୮ ମାସର ଗର୍ଭବତୀ ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଜୀବନ ଗଲା

ରାୟଗଡା ଅଫିସ,୧୦।୧୦: ରାୟଗଡ଼ା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡଙ୍ଗପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ଚାଷୀ ପଞ୍ଜୀକରଣ ଦେଖିବେ ୧୬ ଅଧିକାରୀ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଧାନ ପଞ୍ଜୀକରଣ କିଭଳି ଚାଲିଛି, ଚାଷୀମାନେ ହଇରାଣ ହରକତ ହେଉଛନ୍ତି କି, ପଞ୍ଜୀକରଣ ତାଲିକାର ଅଗ୍ରଗତି, ତ୍ରୁଟି ଆଦି କାର୍ଯ୍ୟର ତଦାରଖ କରିବାକୁ ଖାଦ୍ୟ...

୧୦ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଟି ଖଣି ନିଲାମ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୫ ଲୁହାପଥର, ୨ ମାଙ୍ଗାନିଜ୍‌ ଏବଂ ୩ଟି...

୬୦ ଘଣ୍ଟା ସଟ୍‌ଡାଉନ ରହିବ ୩ ଜିଲା: ନିୟମ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିଜିପି

ଭୁବନେଶ୍ୱର, ୨୩।୪(ବ୍ୟୁରୋ): କରୋନା ମୁକାବିଲା ନେଇ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାକୁ ୬୦ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କରାଯାଇଛି। ଗୁରୁବାର ରାତି ୧୦ଟାରୁ ୨୬...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ରଣପୁର, ୨୭।୧୧(ସ୍ବ.ପ୍ର): ନୟାଗଡ ଜିଲା ରଣପୁର ବ୍ଲକ ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗିି ପଞ୍ଚାୟତ ମୁକ୍ତାପୁର ପାତାଳେଶ୍ୱର ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ...

ଡିସେମ୍ବର ୧ରୁ ବିମାନବନ୍ଦର ରନ୍‌ଓ୍ବେ ରିକାର୍ପେଟିଂ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଡିସେମ୍ବର ୧ରୁ ଆରମ୍ଭ ହେବ ଭୁବନେଶ୍ୱର ବିମାନବନ୍ଦର ରିକାର୍ପେଟିଂ କାମ। ପୂର୍ବରୁ ଏହା ୧ ନଭେମ୍ବରରୁ କରାଯିବା ପାଇଁ ସ୍ଥିର କରାଯାଇଥିଲା। ମରାମତି କାର୍ଯ୍ୟ...

Advertisement
Archives

Model This Week