ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟ୍‌ ଠାବ

ଅନୁଗୋଳ ଅଫିସ, ୬।୯: ଅନୁଗୋଳ ସହରରେ ଚାଲିଥିବା ଏକ ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଏହି ଘଟଣାରେ କିଙ୍ଗ୍‌ପିନ୍‌ କୁହାଯାଉଥିବା ଜଣେ ଦମ୍ପତିଙ୍କ ସମେତ ଗ୍ରାହକ ସାଜିଥିବା ସହରର ପ୍ରତିଷ୍ଠିତ ବ୍ୟବସାୟୀ ବାପପୁଅଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ୨ ପୃଥକ୍‌ ମାମଲା ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ସହର ଉପକଣ୍ଠ ତୁରଙ୍ଗ ଦୁର୍ଗାବିହାରରେ ସେକ୍ସ ର଼୍ୟାକେଟ୍‌ ଚାଲୁଥିଲା। ଏକ ଠକାମି ମାମଲାର ଖୋଳତାଡ଼ବେଳେ ପୋଲିସକୁ ଏ ସଂକ୍ରାନ୍ତରେ ସୂଚନା ମିଳିଥିଲା। ଗତ ୩ ତାରିଖରେ ଅନୁଗୋଳ ଥାନାରେ ଉକ୍ତ ଠକେଇ ମାମଲା ରୁଜୁ ହୋଇଥିଲା। ସହରର ପ୍ରତିଷ୍ଠିତ ବ୍ୟବସାୟୀ ରାଜୀବ ଅଗ୍ରଓ୍ବାଲଙ୍କ ପୁଅ ଅଭିଷେକ ଅଗ୍ରୱାଲଙ୍କ ଫୋନ୍‌ ପେ’ ଆପ୍‌ରୁ ଗତ ଅଗଷ୍ଟ ୨୫ରେ ସେକ୍ସ ର଼୍ୟାକେଟ୍‌ରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଦୁଇ ପର୍ଯ୍ୟାୟରେ ଜବରଦସ୍ତି ୧ ଲକ୍ଷ ୩୯ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲେ। ଏଥିସହ ଅଭିଷେକଙ୍କୁ ମାଡ଼ ମାରି ତାଙ୍କ ମୋବାଇଲ ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ନଂ. ୪୪୬/୨୧ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ତେବେ ମହିଳା ଜଣକ ରାଜୀବ ଏବଂ ଅଭିଷେକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ଏ ନେଇ ନଂ. ୪୪୭/୨୧ରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା। ତେବେ ପୋଲିସ ଖୋଳତାଡ଼ କରିବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା।
୨୦୧୯ରେ ସେକ୍ସ ର଼୍ୟାକେଟରେ ସମ୍ପୃକ୍ତା ମହିଳାଙ୍କ ସ୍ବାମୀ ଏକ ଟ୍ରାକ୍ଟର ଶୋ ରୁମ୍‌ କରିବା ପାଇଁ ରାଜୀବଙ୍କ ନିକଟକୁ ଯାଇଥିଲେ। ଏହାପରେ ରାଜୀବଙ୍କ ସହ ଦମ୍ପତିଙ୍କ ସମ୍ପର୍କ ବଢ଼ିଥିଲା। ସେ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ। ପରବର୍ତ୍ତୀ ସମୟରେ ମହିଳା ଏବଂ ରାଜୀବଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା, ଯାହା ବିଷୟରେ ସ୍ବାମୀ ଜାଣିଥିଲେ। ରାଜୀବଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲ୍‌ରେ କଏଦ କରି ନେଇଥିଲେ। ଏହାକୁ ଭାଇରାଲ କରିଦେବା ଧମକ ଦେଇ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ହେଲେ ରାଜୀବ ଧରାଛୁଅଁା ଦେଇ ନ ଥିଲେ। ଇତିମଧ୍ୟରେ ଅଭିଷେକଙ୍କ ସହିତ ମହିଳାଙ୍କ ସମ୍ପର୍କ ଗଢ଼ିଉଠିଥିଲା। ଗତ ଅଗଷ୍ଟ ୨୫ରେ ଅଭିଷେକ ମହିଳାଙ୍କ ଘରକୁ ଆସିଥିବାବେଳେ ଟଙ୍କା ଦିଆନିଆକୁ ନେଇ ବିବାଦ ବଢ଼ିଥିଲା ଏବଂ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ପୋଲିସ ଖୋଳତାଡ଼ କରିବା ପରେ ଦମ୍ପତିଙ୍କ କାରନାମା ପଦାକୁ ଆସିଥିଲା।
ଦୁହେଁ ସେକ୍ସ ର଼୍ୟାକେଟ୍‌ ମାଧ୍ୟମରେ ବଡ଼ବଡ଼ିଆଙ୍କୁ ଟାର୍ଗେଟ୍‌ କରୁଥିଲେ। ସ୍ବାମୀଙ୍କ ଜ୍ଞାତସାରରେ ସମସ୍ତ ଘଟଣା ଘଟୁଥିବାବେଳେ ଏହାର କେହି ସୂଚନା ପାଇପାରୁ ନ ଥିଲେ। ଅନ୍ୟପଟେ ଗ୍ରାହକଙ୍କ ଦୁର୍ବଳତାର ଫାଇଦା ନେଇ ଦମ୍ପତି ବ୍ଲାକମେଲିଂ କରୁଥିଲେ। ପୋଲିସ ଚଢ଼ାଉ ବେଳେ ମହିଳାଙ୍କ ଭଡ଼ାଘରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ, ମୋବାଇଲ ଫୋନ୍‌, ଅଶ୍ଳୀଳ ଫଟୋ, ଭିଡିଓ, ବ୍ୟାଙ୍କ ପାସ୍‌ବୁକ୍‌ ଜବତ ହୋଇଛି। ଦୁର୍ଗାବିହାର ଅଞ୍ଚଳରେ ମହିଳାଙ୍କ ଏକ ବିୟୁଟି ପାର୍ଲର ଥିବାବେଳେ ସେଠାରେ ମଧ୍ୟ ଏଭଳି ଅନୈତିକ କାର୍ଯ୍ୟ ଚାଲୁଥିବା ସନ୍ଦେହ କରାଯାଉଛି। ମୋଟ୍‌ ୧ ଲକ୍ଷ ୩୯ ହଜାର ଟଙ୍କା ଠକାମି ମାମଲାରେ ଦମ୍ପତିଙ୍କୁ ଗିରଫ କରାଯାଇଛି। ଏସ୍‌ଆଇ ସତ୍ୟରଞ୍ଜନ ଲେଙ୍କା ଘଟଣାର ତଦନ୍ତ କରୁଛନ୍ତି। ସେହିପରି ଗ୍ରାହକ ସାଜିଥିବା ଗାନ୍ଧୀମାର୍ଗ ଅଞ୍ଚଳର ରାଜୀବ ଏବଂ ତାଙ୍କ ପୁଅ ଅଭିଷେକଙ୍କୁ ଇନ୍ସପେକ୍ଟର ନିରୁପମା ଜେନା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଚଢ଼ାଉରେ ଏସ୍‌ଆଇ ଅନୁପମା ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?