ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟ୍‌ ଠାବ

ଅନୁଗୋଳ ଅଫିସ, ୬।୯: ଅନୁଗୋଳ ସହରରେ ଚାଲିଥିବା ଏକ ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଏହି ଘଟଣାରେ କିଙ୍ଗ୍‌ପିନ୍‌ କୁହାଯାଉଥିବା ଜଣେ ଦମ୍ପତିଙ୍କ ସମେତ ଗ୍ରାହକ ସାଜିଥିବା ସହରର ପ୍ରତିଷ୍ଠିତ ବ୍ୟବସାୟୀ ବାପପୁଅଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ୨ ପୃଥକ୍‌ ମାମଲା ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ସହର ଉପକଣ୍ଠ ତୁରଙ୍ଗ ଦୁର୍ଗାବିହାରରେ ସେକ୍ସ ର଼୍ୟାକେଟ୍‌ ଚାଲୁଥିଲା। ଏକ ଠକାମି ମାମଲାର ଖୋଳତାଡ଼ବେଳେ ପୋଲିସକୁ ଏ ସଂକ୍ରାନ୍ତରେ ସୂଚନା ମିଳିଥିଲା। ଗତ ୩ ତାରିଖରେ ଅନୁଗୋଳ ଥାନାରେ ଉକ୍ତ ଠକେଇ ମାମଲା ରୁଜୁ ହୋଇଥିଲା। ସହରର ପ୍ରତିଷ୍ଠିତ ବ୍ୟବସାୟୀ ରାଜୀବ ଅଗ୍ରଓ୍ବାଲଙ୍କ ପୁଅ ଅଭିଷେକ ଅଗ୍ରୱାଲଙ୍କ ଫୋନ୍‌ ପେ’ ଆପ୍‌ରୁ ଗତ ଅଗଷ୍ଟ ୨୫ରେ ସେକ୍ସ ର଼୍ୟାକେଟ୍‌ରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଦୁଇ ପର୍ଯ୍ୟାୟରେ ଜବରଦସ୍ତି ୧ ଲକ୍ଷ ୩୯ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲେ। ଏଥିସହ ଅଭିଷେକଙ୍କୁ ମାଡ଼ ମାରି ତାଙ୍କ ମୋବାଇଲ ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ନଂ. ୪୪୬/୨୧ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ତେବେ ମହିଳା ଜଣକ ରାଜୀବ ଏବଂ ଅଭିଷେକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ଏ ନେଇ ନଂ. ୪୪୭/୨୧ରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା। ତେବେ ପୋଲିସ ଖୋଳତାଡ଼ କରିବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା।
୨୦୧୯ରେ ସେକ୍ସ ର଼୍ୟାକେଟରେ ସମ୍ପୃକ୍ତା ମହିଳାଙ୍କ ସ୍ବାମୀ ଏକ ଟ୍ରାକ୍ଟର ଶୋ ରୁମ୍‌ କରିବା ପାଇଁ ରାଜୀବଙ୍କ ନିକଟକୁ ଯାଇଥିଲେ। ଏହାପରେ ରାଜୀବଙ୍କ ସହ ଦମ୍ପତିଙ୍କ ସମ୍ପର୍କ ବଢ଼ିଥିଲା। ସେ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ। ପରବର୍ତ୍ତୀ ସମୟରେ ମହିଳା ଏବଂ ରାଜୀବଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା, ଯାହା ବିଷୟରେ ସ୍ବାମୀ ଜାଣିଥିଲେ। ରାଜୀବଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲ୍‌ରେ କଏଦ କରି ନେଇଥିଲେ। ଏହାକୁ ଭାଇରାଲ କରିଦେବା ଧମକ ଦେଇ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ହେଲେ ରାଜୀବ ଧରାଛୁଅଁା ଦେଇ ନ ଥିଲେ। ଇତିମଧ୍ୟରେ ଅଭିଷେକଙ୍କ ସହିତ ମହିଳାଙ୍କ ସମ୍ପର୍କ ଗଢ଼ିଉଠିଥିଲା। ଗତ ଅଗଷ୍ଟ ୨୫ରେ ଅଭିଷେକ ମହିଳାଙ୍କ ଘରକୁ ଆସିଥିବାବେଳେ ଟଙ୍କା ଦିଆନିଆକୁ ନେଇ ବିବାଦ ବଢ଼ିଥିଲା ଏବଂ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ପୋଲିସ ଖୋଳତାଡ଼ କରିବା ପରେ ଦମ୍ପତିଙ୍କ କାରନାମା ପଦାକୁ ଆସିଥିଲା।
ଦୁହେଁ ସେକ୍ସ ର଼୍ୟାକେଟ୍‌ ମାଧ୍ୟମରେ ବଡ଼ବଡ଼ିଆଙ୍କୁ ଟାର୍ଗେଟ୍‌ କରୁଥିଲେ। ସ୍ବାମୀଙ୍କ ଜ୍ଞାତସାରରେ ସମସ୍ତ ଘଟଣା ଘଟୁଥିବାବେଳେ ଏହାର କେହି ସୂଚନା ପାଇପାରୁ ନ ଥିଲେ। ଅନ୍ୟପଟେ ଗ୍ରାହକଙ୍କ ଦୁର୍ବଳତାର ଫାଇଦା ନେଇ ଦମ୍ପତି ବ୍ଲାକମେଲିଂ କରୁଥିଲେ। ପୋଲିସ ଚଢ଼ାଉ ବେଳେ ମହିଳାଙ୍କ ଭଡ଼ାଘରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ, ମୋବାଇଲ ଫୋନ୍‌, ଅଶ୍ଳୀଳ ଫଟୋ, ଭିଡିଓ, ବ୍ୟାଙ୍କ ପାସ୍‌ବୁକ୍‌ ଜବତ ହୋଇଛି। ଦୁର୍ଗାବିହାର ଅଞ୍ଚଳରେ ମହିଳାଙ୍କ ଏକ ବିୟୁଟି ପାର୍ଲର ଥିବାବେଳେ ସେଠାରେ ମଧ୍ୟ ଏଭଳି ଅନୈତିକ କାର୍ଯ୍ୟ ଚାଲୁଥିବା ସନ୍ଦେହ କରାଯାଉଛି। ମୋଟ୍‌ ୧ ଲକ୍ଷ ୩୯ ହଜାର ଟଙ୍କା ଠକାମି ମାମଲାରେ ଦମ୍ପତିଙ୍କୁ ଗିରଫ କରାଯାଇଛି। ଏସ୍‌ଆଇ ସତ୍ୟରଞ୍ଜନ ଲେଙ୍କା ଘଟଣାର ତଦନ୍ତ କରୁଛନ୍ତି। ସେହିପରି ଗ୍ରାହକ ସାଜିଥିବା ଗାନ୍ଧୀମାର୍ଗ ଅଞ୍ଚଳର ରାଜୀବ ଏବଂ ତାଙ୍କ ପୁଅ ଅଭିଷେକଙ୍କୁ ଇନ୍ସପେକ୍ଟର ନିରୁପମା ଜେନା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଚଢ଼ାଉରେ ଏସ୍‌ଆଇ ଅନୁପମା ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ି ପଡ଼ିଛି କ୍ରୀଡ଼ା ଭିତ୍ତିଭୂମି

ଅନୁଗୋଳ ଅଫିସ, ୩୧।୧୦ – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ହୋଇପାରୁନାହିଁ। ଅର୍ଥର ଅଭାବ ନ ଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା...

ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ଅଭିଯୋଗ

ଅନୁଗୋଳ ଅଫିସ୍‌, ୧୭।୩ ଅନୁଗୋଳ ଜିଲା କିଶୋରନଗର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଗଁାର ଜଣେ ଲୋକ ପ୍ରତିନିଧି ମଧ୍ୟପ୍ରଦେଶ ଚାଲାଣ କରିଥିବା ଅଭିଯୋଗ ହୋଇଛି।...

ନାହାନ୍ତି ବିଶେଷଜ୍ଞ ଡାକ୍ତର

ବଅଁରପାଳ, ୨୬ା୨(ଡି.ଏନ.ଏ.) – ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ବି ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳବାସୀ। ଡାକ୍ତର ଅଭାବ ସହ...

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ବଇଣ୍ଡା,୨୪।୯(ଡି.ଏନ.ଏ.): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଶନିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେବା ଚର୍ଚ୍ଚାର ବିଷୟ ହୋଇଛି। ତେବେ...

ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୨୫ ଗୁରୁତର

ବଇଣ୍ଡା,୨୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ନାକଚିସ୍ଥିତ କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଛେଳିଆଢିପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ...

ବାଡ଼ି ଖେଳରେ କମ୍ପିଲା ଗାଁ

ଖମାର,୧୪ା୩(ଡି.ଏନ.ଏ.): ପାଲଲହଡ଼ା ବ୍ଲକ ଖମାର ଥାନା ଶଙ୍ଖମୁର ଗ୍ରାମରେ ଫଗୁ ଦଶମୀ ପାଳିତ ହୋଇଯାଇଛି। ବିଗତ ୨ ବର୍ଷ ଧରି କୋଭିଡ୍‌ କଟକଣା ଯୋଗୁ ଫଗୁ...

ମିଳୁନି ଆବଶ୍ୟକ କୋଇଲା: ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭ା୯(ନି.ପ୍ର.) ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ...

ପାଳନ ହେଉନି ସରକାରୀ ପ୍ରତିଶ୍ରୁତି

ବଇଣ୍ଡା,୩।୬(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୭ ବର୍ଷ ତଳେ ସରକାର ଶୁଭ ଦେଇଥିଲେ। ଏପରି କି ୨...

Advertisement
Archives

Model This Week