Posted inଜାତୀୟ

‘ଭାଜପା ଏଜେଣ୍ଡା ପୂରଣ କରିଛନ୍ତି ରାମନାଥ କୋବିନ୍ଦ’

ନୂଆଦିଲ୍ଲୀ,୨୫।୭: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଶପଥ ଗ୍ରହଣ କରିବା ପରେ ପୂର୍ବତନ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିଛନ୍ତି।
ସେ ଟୁଇଟ୍‌ କରି କହିଛନ୍ତି, ‘ଧାରା ୩୭୦, ନାଗରିକତା ଅଧିନିୟମ (ସିଏଏ) ହେଉ କିମ୍ବା ସଂଖ୍ୟାଲଘୁ କିମ୍ବା ଦଳିତଙ୍କୁ ଟାର୍ଗେଟ କରିବା, ଭାରତୀୟ ସମ୍ବିଧାନ ନାମରେ ରାମନାଥ କୋବିନ୍ଦ ସର୍ବଦା ଭାଜପାର ରାଜନୈତିକ ଏଜେଣ୍ଡା ପୂରଣ କରିଛନ୍ତି।
ପୂର୍ବରୁ ମଧ୍ୟ ମେହବୁବା ବିଭିନ୍ନ ପ୍ରସଙ୍ଗରେ ଭାଜପା ଉପରେ ଆକ୍ରମଣ କରିଆସୁଛନ୍ତି। ଏହାପୂର୍ବରୁ ସେ ‘ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ’କୁ ଟାର୍ଗେଟ କରିଥିଲେ। ସେ ଟୁଇଟ କରି କହିଥିଲେ, ଜମ୍ମୁ-କଶ୍ମୀରରେ ପ୍ରଶାସନ ଯେଉଁଭଳି ଭାବରେ ଛାତ୍ର, ଦୋକାନୀ ଏବଂ କର୍ମଚାରୀଙ୍କୁ ଜାତୀୟ ପତାକା ଉତ୍ତୋଳନ ପାଇଁ ଅର୍ଥ ଦେବାକୁ ବାଧ୍ୟ କରୁଛି, ଏଥିରୁ ଜଣାପଡୁଛି ଯେ, କଶ୍ମୀର ହେଉଛି ଏକ ଏମିତି ବିରୋଧୀ ଅଞ୍ଚଳ, ଯାହାକୁ କବ୍‌ଜା କରିବା ଆବଶ୍ୟକ।
ଏଥି ସହିତ, ପୂର୍ବରୁ ମୁଫତି କହିଥିଲେ, ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ଭଳି ନେତାଙ୍କ ରକ୍ତ ଓ ଝାଳରେ ଏହି ଦେଶ ନିର୍ମିତ ହୋଇଛି। ଏହାର ଆଧାର ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଥିଲା, ଭାଜପା ଏହାର ବିପରୀତ କାର୍ଯ୍ୟ କରୁଛି। ମୁଁ ମୋ ଜୀବନରେ ଏହାଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ସରକାର କେବେ ଦେଖି ନାହିଁ। ମଧ୍ୟପ୍ରଦେଶ, ରାଜସ୍ଥାନ, ଗୋଆ କିମ୍ବା ମହାରାଷ୍ଟ୍ରରେ ଭାଜପା ଯେପରି ଘୋଡା ବେପାର କରିଛି, ଇତିହାସରେ ଏଭଳି ଦୁର୍ନୀତିର କୌଣସି ବଡ଼ ଉଦାହରଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri