Posted inଜାତୀୟ

‘ଭାଜପା ଏଜେଣ୍ଡା ପୂରଣ କରିଛନ୍ତି ରାମନାଥ କୋବିନ୍ଦ’

ନୂଆଦିଲ୍ଲୀ,୨୫।୭: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଶପଥ ଗ୍ରହଣ କରିବା ପରେ ପୂର୍ବତନ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିଛନ୍ତି।
ସେ ଟୁଇଟ୍‌ କରି କହିଛନ୍ତି, ‘ଧାରା ୩୭୦, ନାଗରିକତା ଅଧିନିୟମ (ସିଏଏ) ହେଉ କିମ୍ବା ସଂଖ୍ୟାଲଘୁ କିମ୍ବା ଦଳିତଙ୍କୁ ଟାର୍ଗେଟ କରିବା, ଭାରତୀୟ ସମ୍ବିଧାନ ନାମରେ ରାମନାଥ କୋବିନ୍ଦ ସର୍ବଦା ଭାଜପାର ରାଜନୈତିକ ଏଜେଣ୍ଡା ପୂରଣ କରିଛନ୍ତି।
ପୂର୍ବରୁ ମଧ୍ୟ ମେହବୁବା ବିଭିନ୍ନ ପ୍ରସଙ୍ଗରେ ଭାଜପା ଉପରେ ଆକ୍ରମଣ କରିଆସୁଛନ୍ତି। ଏହାପୂର୍ବରୁ ସେ ‘ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ’କୁ ଟାର୍ଗେଟ କରିଥିଲେ। ସେ ଟୁଇଟ କରି କହିଥିଲେ, ଜମ୍ମୁ-କଶ୍ମୀରରେ ପ୍ରଶାସନ ଯେଉଁଭଳି ଭାବରେ ଛାତ୍ର, ଦୋକାନୀ ଏବଂ କର୍ମଚାରୀଙ୍କୁ ଜାତୀୟ ପତାକା ଉତ୍ତୋଳନ ପାଇଁ ଅର୍ଥ ଦେବାକୁ ବାଧ୍ୟ କରୁଛି, ଏଥିରୁ ଜଣାପଡୁଛି ଯେ, କଶ୍ମୀର ହେଉଛି ଏକ ଏମିତି ବିରୋଧୀ ଅଞ୍ଚଳ, ଯାହାକୁ କବ୍‌ଜା କରିବା ଆବଶ୍ୟକ।
ଏଥି ସହିତ, ପୂର୍ବରୁ ମୁଫତି କହିଥିଲେ, ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ଭଳି ନେତାଙ୍କ ରକ୍ତ ଓ ଝାଳରେ ଏହି ଦେଶ ନିର୍ମିତ ହୋଇଛି। ଏହାର ଆଧାର ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଥିଲା, ଭାଜପା ଏହାର ବିପରୀତ କାର୍ଯ୍ୟ କରୁଛି। ମୁଁ ମୋ ଜୀବନରେ ଏହାଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ସରକାର କେବେ ଦେଖି ନାହିଁ। ମଧ୍ୟପ୍ରଦେଶ, ରାଜସ୍ଥାନ, ଗୋଆ କିମ୍ବା ମହାରାଷ୍ଟ୍ରରେ ଭାଜପା ଯେପରି ଘୋଡା ବେପାର କରିଛି, ଇତିହାସରେ ଏଭଳି ଦୁର୍ନୀତିର କୌଣସି ବଡ଼ ଉଦାହରଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri