କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨୫।୭: ବଲିଉଡର ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ସୋସିଆଲ ମିଡିଆରେ ମିଳିଛି ହତ୍ୟା ଧମକ। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିକି ମୁମ୍ବାଇର ସାଣ୍ଟାକ୍ରୁଜ ଥାନାରେ ଅଭିଯୋଗ ଆଣିଛନ୍ତି। ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
କ୍ୟାଟ୍ରିନା-ବିକିଙ୍କୁ ଆଦିତ୍ୟ ରାଜପୁତ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ହତ୍ୟା ଧମକ ଦେଉଥିଲେ। ତେବେ ସେ କାହିଁକି ଏଭଳି ଧମକ ଦେଇଛନ୍ତି ତାହା ଜଣାପଡିନାହିଁ। ବିକିଙ୍କ ଅଭିଯୋଗ ଉପରେ ଆଦିତ୍ୟଙ୍କ ବିରୋଧରେ ପୋଲିସ ତଦନ୍ତ କରୁଛି। ଏହାପୂର୍ବରୁ ଅଭିନେତା ସଲମାନ ଖାନଙ୍କୁ ଏକ ଚିଠି ମାଧ୍ୟମରେ ହତ୍ୟା ଧମକ ମିଳିଥିଲା।
କ୍ୟାଟ୍ରିନା-ବିକି ଗତ ବର୍ଷ ଡିସେମ୍ବର ୯ରେ ବିବାହ କରିଥିଲେ। ନିକଟରେ ବିକି ନିଜର ଘନିଷ୍ଠ ବନ୍ଧୁମାନଙ୍କ ସହ କ୍ୟାଟ୍ରିନାଙ୍କ ଜନ୍ମଦିନ ପାଳନ କରିବାକୁ ମାଲଦ୍ୱୀପ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଷ୍ଟିସ୍‌ ସଞ୍ଜୟ ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୮ା୨: ଓଡ଼ିଆ ବିଚାରପତି ଜଷ୍ଟିସ୍‌ ସଞ୍ଜୟ ମିଶ୍ରଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ଦିଆଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌...

ପରାଜୟର କାରଣ ଜାଣିବା ଲାଗି ବୁଥ୍‌ସ୍ତରୀୟ ରିପୋର୍ଟ ଲୋଡିଲେ ରାହୁଲ

ନୂଆଦିଲ୍ଲୀ, ୬।୬: ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବେଶ୍‌ ମର୍ମାହତ ହୋଇଛନ୍ତି। ପରାଜୟର ପ୍ରକୃତ...

ଦୀପିକା-ରଣଭୀରଙ୍କ ମଧ୍ୟରୁ କିଏ କାହାକୁ ବେଶୀ ଡରନ୍ତି

୨୦୨୧ରେ ବଲିଉଡ୍‌ର ସବୁଠୁ ପାୱାର୍‌ଫୁଲ୍‌ ଦମ୍ପତି ତାଲିକାର ସର୍ବାଗ୍ରେ ଅଛନ୍ତି ଅଭିନେତା ରଣଭୀର ସିଂ ଏବଂ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ। ଏକ ସର୍ଭେରେ...

ଇସ୍ତଫା ଫେରାଇ ନେଇପାରନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୪ ।୧୦: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ତାଙ୍କର ଇସ୍ତଫା ଫେରାଇ ନେଇ ପାରନ୍ତି ବୋଲି କୁହାଯାଉଛି ।...

୧୪ରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ, ୨୬।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ଏହି ସୁପାରିସ୍‌...

କରୋନାରେ ଅଜିତ୍‌ ସିଂଙ୍କ ପରଲୋକ…

ନୂଆଦିଲ୍ଲୀ,୬।୫: ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଚୌଧୁରୀ ଅଜିତ୍‌ ସିଂଙ୍କର ଗୁରୁବାର ସକାଳ ୬ଟାରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ...

ହ୍ରିତିକ ରୋଶନଙ୍କୁ ପୂରିଲା ୪୬: ଦାମ୍ପତ୍ୟ ଜୀବନରେ ଝଡ଼ ଆଣିଥିଲା ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ…

ମୁମ୍ବାଇ: ବଲିଉଡ୍‌ ସୁପର ଷ୍ଟାର ହ୍ରିତିକ ରୋଶନ ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୪ ଜାନୁୟାରୀ ୧୦ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସଞ୍ଜୟ...

ଦୀପାବଳି ପାଇଁ ଲାଗେ ଗଧ ହାଟ: ଦାମ୍‌ ଲକ୍ଷେ ଟଙ୍କା

ଚିତ୍ରକୂଟ,୧୯।୧୦: ପ୍ରଭୁ ଶ୍ରୀରାମଙ୍କ ତପସ୍ୟା ସ୍ଥଳ ଚିତ୍ରକୂଟରେ ଦୀପାବଳି ଅବସରରେ ୩ ଦିନ ପାଇଁ ମନ୍ଦାକିନୀ ନଦୀ କୂଳରେ ଲାଗେ ଐତିହାସିକ ଗଧ ହାଟ। ଏଠାକୁ...

Advertisement
Archives

Model This Week