Posted inଜାତୀୟ

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗିରୀଶ ମହାଜନ ସୋମବାର କହିଛନ୍ତି। ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବାବେଳେ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଲଗାଣ ବର୍ଷା ଯୋଗୁ ସୋମବାର ଭୂସ୍ଖଳନ ଘଟିଥିବାବେଳେ କର୍ତ୍ତୃପକ୍ଷ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ଓ୍ବେକୁ ବନ୍ଦ କରିଦେଇଛନ୍ତି। ସେହିପରି କେତେକ ଭାଗରେ ଟ୍ରେନ୍‌ ଚଳାଚଳକୁ ସ୍ଥଗିତ ରଖାଯାଇଛି। ଆଗାମୀ ୨ ଦିନ ପ୍ରବଳ ବର୍ଷା ଲାଗିରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି ହୋଇଛି।
ପୁଣେର ମାଭଲ ତହସିଲ ଅନ୍ତର୍ଗତ ପାଟନ ଗ୍ରାମରେ ଭୂସ୍ଖଳନ ଘଟି ଗୋଟିଏ ଘର ପୋତିହୋଇଯିବା ସହ ୨ ଜଣଙ୍କ ମୃତ୍ୟୁ ହୋଇଛି। ପୁଣେର ଖେଦ ତହସିଲ୍‌ ଅଞ୍ଚଳରେ ଜଳାର୍ଣ୍ଣବ ରାସ୍ତାରେ ଭାସିଯାଇ ଅନ୍ୟ ଜଣେ ପ୍ରାଣ ହରାଇଛନ୍ତି।
କାର୍ଯ୍ୟାଳୟଗୁଡ଼ିକର କର୍ମଚାରୀମାନଙ୍କୁ ଯେଉଁଠି ସମ୍ଭବ ଘରୁ ରହି କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସ୍‌ଡିଏମ୍‌ଏ) ପରାମର୍ଶ ଦେଇଛନ୍ତି। ସହିପରି ଜରୁରୀ ନ ଥିବା ସରକାରୀ ଓ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଅଧାଦିନ ଚାଲିବାକୁ ଘୋଷଣା କରାଯାଇଛିି। ଆଗାମୀ ୨ ଦିନ ମୁମ୍ବାଇ, ଠାଣେ ଓ ରାଇଗଡ଼ରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ୮୦ରୁ ୯୦ କି.ମି. ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହ ରେଡ୍‌ ଆଲର୍ଟ ଜାରି କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଖାଲୁଆ ଅଞ୍ଚଳରେ ବନ୍ୟା ଓ ଜଳାର୍ଣ୍ଣବ ସ୍ଥିତି ଉପୁଜିବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ସେହିପରି ଗଛ ଉପୁଡ଼ିବା ଓ ଭୂସ୍ଖଳନ ଘଟିବା ସହ ଦୁର୍ବଳ ବିଲ୍ଡିଂଗୁଡ଼ିକୁ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି।
ଭୋର ଘାଟ ସେକ୍ସନରେ ଭୂସ୍ଖଳନ ଯୋଗୁ ସୋମବାର ମୁମ୍ବାଇ-ପୁଣେ ବ୍ୟସ୍ତବହୁଳ ରେଳଲାଇନରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଏଥିସହିତ କର୍ଜାଟ ଓ ଖୋପୋଲଇ ମଧ୍ୟରେ ଲୋକାଲ ଟ୍ରେନ୍‌ ଚଳାଚଳ ମଧ୍ୟ ସ୍ଥଗିତ ରହିଛି। ବିଭିନ୍ନ ସ୍ଥାନରେ ରେଳଲାଇନ ପାଣିରେ ବୁଡ଼ିଥିବାରୁ ମୁମ୍ବାଇ ଓ ଦକ୍ଷିଣ ଗୁଜରାଟ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ଦୂରଗାମୀ ଟ୍ରେନ୍‌ ଅଟକି ରହିଛି। ୪୦ରୁ ଊର୍ଦ୍ଧ୍ୱ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି। କେତେକ ଟ୍ରେନ୍‌କୁ ବାତିଲ କରାଯାଇଥିବାବେଳେ କେତେକ ଅନ୍ୟ ରୁଟ୍‌ ଦେଇ ଚଳାଚଳ କରୁଛନ୍ତି। ଏହା ବ୍ୟତୀତ ଅନେକ ଟ୍ରେନ୍‌ ବିଳମ୍ବରେ ଚଳାଚଳ କରୁଥିବା ଦେଖାଯାଇଥିଲା। ମୁମ୍ବାଇ-ଅହମଦାବାଦ ଟ୍ରଙ୍କ ରୁଟ୍‌ରେ ସଂଯୋଗ ପୁନଃସ୍ଥାପନ ପାଇଁ ରେଲଓ୍ବେ କର୍ତ୍ତୃପକ୍ଷ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି।
ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର ବିଧାନସଭା ଓ ବିଧାନ ପରିଷଦକୁ ସୋମବାର ମୁଲତବୀ ରଖାଯାଇଛି। ଆଇନଜୀବୀମାନେ କୋର୍ଟକୁ ନ ଆସିପାରିଲେ, କୌଣସି ପ୍ରତିକୂଳ ନିର୍ଦ୍ଦେଶ ଦିଆଯିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏଭଳି ସଙ୍କଟକୁ ଅପ୍ରତ୍ୟାଶିତ ଘଟଣା ବୋଲି କହିଛନ୍ତି। ଜରୁରୀ କାମ ନ ଥିଲେ ଲୋକେ ଘରୁ ନ ବାହାରିବାକୁ ସେ ନିବେଦନ କରିଛନ୍ତି। ବର୍ଷା ସମୟରେ ଜଳପ୍ରପାତ କିମ୍ବା ପର୍ଯ୍ୟଟନ ସ୍ଥଳକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?