ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ ବର୍ଷା ହେବା ପରେ ଚାଷୀମାନେ ତରବରିଆ ଭାବେ ଜମି ପ୍ରସ୍ତୁତ କରି କପା ମଞ୍ଜି ଲଗାଇଥିଲେ। ମାତ୍ର ୭ ଦିନ ଧରି ପ୍ରବଳ ବର୍ଷା ହେବାରୁ ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଫଳରେ ଲଗାଯାଇଥିବା ମଞ୍ଜି ଅଙ୍କୁରିତ ହୋଇପାରିନାହିଁ ଏବଂ ଅନେକ ଚାଷୀ ପୁଣିଥରେ ବିହନ ବୁଣିବାକୁ ବାଧ୍ୟ ହୋଇଛନ୍ତି। ବୀରମହାରାଜପୁର ବ୍ଲକର ଜଟେସିଂହା, ପିତାମହୁଲ, ମୁର୍ଷୁଣ୍ଢୀ, ଦୁର୍ଜନତୈଲା, ସଂଗ୍ରାମପୁର, କେନଝିରିଆପାଲି, ବହଳପଦର, ଖଣ୍ଡହତା, ବାଗବର, ସୁବଳୟା, କମିରା ପ୍ରମୁଖ ପଞ୍ଚାୟତରେ ବ୍ୟାପକ ପରିମାଣରେ କପା ଚାଷ କରାଯାଏ। ଏହି ଅଞ୍ଚଳର ମାଟି କପାଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ହଜାର ହେକ୍ଟର ଜମିରେ କପା ଅମଳ ହୁଏ। ଧାନ ପରେ ବୀରମହାରାଜପୁର କୃଷି ଜିଲାରେ କପା ଦ୍ୱିତୀୟ ସର୍ବାଧିକ ଚାଷ ହେଉଥିବା ଫସଲ। ଏଠାର କପାର ଗୁଣବତ୍ତା ଓ ଚାହିଦା ଅଧିକ ଥିବାରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର କେତେଜଣ ଚାଷୀ ମଧ୍ୟ ଏଠାରେ କପା ଚାଷ କରିବାକୁ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ସାଧାରଣତଃ ଜୁନ ୧୦ ପରେ କପାଚାଷ ପାଇଁ ଜମି ପ୍ରସ୍ତୁତ କରାଯାଇ ଜୁନ ୨୦ ସୁଦ୍ଧା ଧାଡ଼ି କରି ମଞ୍ଜି ଲଗାଯାଏ। କିନ୍ତୁ ଚଳିତବର୍ଷ ଜୁନରେ ବର୍ଷା ନ ହେବାରୁ ଅନେକ ଚାଷୀ ଜମିରେ ହଳ ମଧ୍ୟ କରି ପାରି ନ ଥିଲେ। ପରେ ବର୍ଷା ହେବାରୁ ଯେଉଁମାନେ ତରବରିଆ ଭାବେ ବିହନ ବୁଣିଥିଲେ, ସେମାନଙ୍କ ଚାଷ ଲଗାଣ ବର୍ଷାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ଅନେକ ଚାଷୀ ଏପର୍ଯ୍ୟନ୍ତ କପା ମଞ୍ଜି ଲଗାଇ ପାରିନାହାନ୍ତି। ବର୍ତ୍ତମାନ ଜମିରେ ପାଣି ଜମି ରହିଥିବାରୁ ଆଗାମୀ କିଛିଦିନ ଚାଷ କାର୍ଯ୍ୟ ସମ୍ଭବ ନୁହେଁ ବୋଲି ଚାଷୀମାନେ କହୁଛନ୍ତି। ଏହାସହ ଚାଷୀମାନଙ୍କ କହିବା ଅନୁଯାୟୀ, ଚଳିତବର୍ଷ କପାଚାଷ କ୍ଷେତ୍ରରେ ପ୍ରଥମେ ବର୍ଷାର ଅଭାବ ଏବଂ ପରେ ଲଗାତାର ବର୍ଷା ଯୋଗୁ ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ତେଣୁ ପ୍ରଶାସନ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ କପାଚାଷୀଙ୍କୁ ଯଥୋଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ଯୋର ଧରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?