ରାଇକିଆ,୬ା୭(ପ୍ରଦୀପ ବେହେରା): ଗତ ପାଞ୍ଚ ଦିନ ହେଲା କନ୍ଧମାଳ ଜିଲାରେ ଅବିଶ୍ରାନ୍ତ ବର୍ଷା ବେହାଲ କରିଛି । ଏହାର ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଗୁରବାର ଠାରୁ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି ।
ସୋମବାର ମଧ୍ଯ କନ୍ଧମାଳ ଜିଲାପାଳ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । ବର୍ଷା ପବନ ଯୋଗୁଁ ଏକାଧିକ ସ୍ଥାନରେ ଗଛ ପଡ଼ିବା ଯୋଗୁଁ ସାମୟିକ ଭାବେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ବିଦ୍ୟୁତ ବିଭ୍ରାଟ ଲାଗି ରହିଛି । ଏହାର ପ୍ରଭାବ ମୋବାଇଲ୍ ସେବା ଉପରେ ପଡୁଛି । ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେଲେ ମୋବାଇଲ୍ ନେଟୱାର୍କ ବନ୍ଦ ରହି ଏକ ପ୍ରକାର ଅଚଳା ଅବସ୍ଥା ସୃଷ୍ଟି ହେଉଛି । ଗ୍ରାମାଞ୍ଚଳରେ ରାସ୍ତା ଘାଟ ଶୋଚନୀୟ ହୋଇପଡ଼ିଥିବା ବେଳେ ପନିପରିବା ଚାଷୀ ମଧ୍ୟ କ୍ଷତି ସହିଛନ୍ତି ।

