ଆକାଶରୁ ବର୍ଷୁଛି ନିଆଁ: ଜଗନ୍ନାଥପ୍ରସାଦ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ

ଜଗନ୍ନାଥପ୍ରସାଦ,୧୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ଶୁକ୍ରବାର ଅତ୍ୟଧିକ ଗ୍ରୀଷ୍ମତାପ ଦେଖିବାକୁ ମିଳିଛି। ମଧ୍ୟାହ୍ନ ୧ଟାରୁ ୨ଟା ମଧ୍ୟରେ ତାପମାତ୍ରା ୪୧ରୁ ୪୩ ଡିଗ୍ରୀ ରହିଥିବା ଜଣାପଡ଼ିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆକାଶରୁ ନିଆଁ ବର୍ଷୁଥିବା ଜନସାଧାରଣ ପ୍ରକାଶ କରିଛନ୍ତି। ଖରାକୁ ଦୃଷ୍ଟିରେ ରଖି ଲୋକମାନେ ବାହାରକୁ ନ ବାହାରିବାକୁ ଶ୍ରେୟ ମନେ କରୁଛନ୍ତି। ଏଣୁ ରାସ୍ତାଘାଟ ଶୂନଶାନ ରହିଛି। ଖରା ଯୋଗୁ ଅଞ୍ଚଳରେ ଥିବା ଅନେକ ଜଳଭଣ୍ଡାର ଶୁଖିଯିବାରୁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାସତ୍ତ୍ୱେ ପ୍ରଶାସନ ପକ୍ଷରୁ ଅଥବା ପଞ୍ଚାୟତ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଜଳଛତ୍ର ବ୍ୟବସ୍ଥା କରାଯାଇ ନ ଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?