Posted inଫୁରସତ

ସନ୍ଧ୍ୟା ହେଲେ କୁକୁରକୁ ଭେଟିବା ପାଇଁ ସମୁଦ୍ରରୁ ଚାଲିଆସୁଥିଲା ସି-ଲାୟନ, ଦିନେ ଘଟିଲା ଏମିତି…

ବନ୍ଧୁତା ଯେ କେବଳ ମଣିଷମାନଙ୍କ କ୍ଷେତ୍ରରେ ହୋଇଥାଏ ତାହା ନୁହେଁ, ବନ୍ଧୁତା ପଶୁପକ୍ଷୀଙ୍କ ସହ ମଧ୍ୟ ହୋଇଥାଏ। ଆଜିର ଏହି ସ୍ବତନ୍ତ୍ର ଦିବସରେ ସୋସିଆଲ ମିଡିଆରେ ଏକ କୁକୁର ଏବଂ ସି ଲାୟନର ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଶ୍ରେଷ୍ଠ ବନ୍ଧୁତା ବୋଲି କହିବେ।

ଏକ ପୋଷା କୁକୁର(ଲାବ୍ରାଡର) ଏବଂ ସି ଲାୟନ ମଧ୍ୟରେ ବନ୍ଧୁତା ହୋଇଥିଲା। ପ୍ରତିଦିନ ସେମାନେ ସନ୍ଧ୍ୟାରେ ସମୁଦ୍ର କୂଳରେ ସାକ୍ଷାତ କରି ପରସ୍ପର ସହିତ ସମୟ କଟାଉଥିଲେ। ଏହା ତାଙ୍କର ଦୈନନ୍ଦିନ ସାକ୍ଷାତରେ ପରିଣତ ହୋଇଥିଲା। କୁକୁରର ମାଲିକାଣୀ ଲେନନ୍‌ ଷ୍ଟେଲା ମଧ୍ୟ ଏହା ଜାଣିଥିଲେ। ଏହି ଦୁଇଜଣଙ୍କର ବନ୍ଧୁତାକୁ ପସନ୍ଦ କରିଥିଲେ।

କୁକୁରର ମାଲିକାଣୀ ଲେନନ ଷ୍ଟେଲା ନିଜେ ସୋସିଆଲ ମିଡିଆରେ ଲୋକଙ୍କୁ ଡଗ୍‌ ସ୍ଲାଇମ୍‌ ଏବଂ ସି ଲାୟନର ଏହି କାହାଣୀ କହିଥିଲେ। ଦୁହେଁ ଏକାଠି ଖେଳୁଥିଲେ, କିନ୍ତୁ ଦିନେ ସେମାନଙ୍କ ସହ କିଛି ଖରାପ ଘଟଣା ଘଟିଗଲା। କୁକୁର ସ୍ଲାଇମ୍‌ ବିଚରେ ପହଞ୍ଚିବା ପରେ ସି ଲାୟନ ସେଠାରେ ବାଲି ଉପରେ ପଡ଼ି ରହିଥିଲା। ତା’ର ମୃତ୍ୟୁ ହୋଇସାରିଥିଲା। ଅନ୍ୟ ସାମୁଦ୍ରିକ ଜୀବଙ୍କ ଆକ୍ରମଣରେ ସି ଲାୟନଟି ପ୍ରାଣ ହରାଇଥିଲା। ଏହା ଦେଖି ସ୍ଲାଇମ୍‌ ସେଠାରେ କାନ୍ଦିବାକୁ ଲାଗିଲା। ସେଠାରୁ ସେ ଜମା ଆସିଲା ନାହିଁ। ଏହା ଦେଖି ମାଲିକାଣୀଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା। ସେ ତାଙ୍କ କୁକୁର ଏବଂ ସି ଲାୟନର କାହାଣୀ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ, ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ।

ଭିଡିଓରେ ଉଭୟ ସମୁଦ୍ରକୂଳରେ ମଜା କରୁଥିବା ଦେଖିବାକୁ ମିଳିଛି। ସେମାନେ କାଲିଫର୍ନିଆର ମାଲିବୁ ସମୁଦ୍ର କୂଳରେ ମଜା କରୁଥିଲେ। ଏହା ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା। ତାଙ୍କର ବନ୍ଧୁତା ବେଶିଦିନ ରହିନାହିଁ। ଶେଷରେ ସି ଲାୟନର ମୃତ୍ୟୁ ଘଟିଛି। ଯିଏ ଏହି ଭିଡିଓ ଦେଖୁଛି ସେ କେବଳ ସେମାନଙ୍କର ବନ୍ଧୁତା ଏବଂ ସହାନୁଭୂତିକୁ ପ୍ରଶଂସା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri