ସୁସ୍ଥ ଶରୀର ଅନ୍ତରାଳେ

ଆମ ଶରୀରଟି ଜଳରେ ଗଢ଼ା ବୋଲି କହିଲେ କିଛି ଭୁଲ ହେବ ନାହିଁ। କାରଣ ଆମ ଶରୀର ଭିତରେ ଯେତେ ରକ୍ତ ପ୍ରବାହିତ ହେଉଛି, ତା’ର ଅଧାଅଧି ହେଉଛି କେବଳ ଜଳ। ତେଣୁ ଆମ ଶରୀର ଭିତରେ ଜଳର ପରିମାଣ ସବୁବେଳେ ସନ୍ତୁଳିତ ରହିବା ନିହାତି ଦରକାର। ଯଦି ଏଥିରେ ଅସନ୍ତୁଳନ ପରିଲକ୍ଷିତ ହେଲା, ତେବେ ଜଳୀୟ ଶୁଷ୍କତା ବ୍ୟତୀତ ଆଉ କେତେ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେଣୁ ପ୍ରତିଦିନ ଆମେ ଆବଶ୍ୟକ ମୁତାବକ ଜଳ ପିଇବା ନିହାତି ଦରକାର। ଆମେ ପ୍ରତିଦିନ ଯେଉଁ ଖାଦ୍ୟ ଖାଉଛେ ତାହାକୁ ହଜମ କରିବାରେ ଜଳ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଜଳ ପିଇବା ବ୍ୟତୀତ ଚା, କଫି, ସରବତ, ଫଳରସ, ଡାଲି, ତରକାରି ତଥା ଅନ୍ୟାନ୍ୟ ଖାଦ୍ୟ ମାଧ୍ୟମରେ ଆମ ଶରୀର ଭିତରକୁ ଜଳ ପ୍ରବେଶ କରେ। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ଦୈନିକ ୨-୩ ଲିଟର ବା ପାଖାପାଖି ଅଢ଼େଇ ଲିଟର ପାଣି ପିଇବା ଦରକାର। ଆମ ପ୍ରତ୍ୟେକଙ୍କ ମସ୍ତିଷ୍କରେ ରହିଛି ତୃଷାକେନ୍ଦ୍ର। ଶରୀରରେ ଜଳର ପରିମାଣ କମିଗଲେ ତୃଷାକେନ୍ଦ୍ର ଏହି ଖବରପାଇ ସଜାଗ ହୋଇଉଠେ। ଫଳରେ ଆମକୁ ଶୋଷକରେ ଏବଂ ଜଳ ପିଇଦେଲେ ଏହି ଖବର ତୃଷାକେନ୍ଦ୍ର ନିକଟରେ ପହଞ୍ଚି ତୃଷାକେନ୍ଦ୍ରକୁ ଶାନ୍ତ କରିଦିଏ ଏବଂ ଆମର ଶୋଷ ମେଣ୍ଟିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ, ଶୀତଦିନେ ଏସବୁ ପାଇଁ ଲାଗେ ହାତଗୋଡ଼ ନିଶ୍ଚଳ…

ଶୀତଦିନେ ବେଳେବେଳେ କେତେକଙ୍କ ହାତଗୋଡ଼ ନିଶ୍ଚଳ ଲାଗିଥାଏ। ବାହ୍ୟ ପରିବେଶ ଥଣ୍ଡା ହୋଇଥିବାରୁ ଶରୀରରେ ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୋଇ ପାରି ନ ଥାଏ।...

ତମ୍ବା ପାତ୍ରର ଖାଦ୍ୟ ଶରୀର ପାଇଁ କ୍ଷତିକାରକ

ବର୍ତ୍ତମାନ ଲୋକେ ଯେତେ ସ୍ବାସ୍ଥ୍ୟ ସଚେତନ ହୋଇଛନ୍ତି ପୂର୍ବରୁ ତାହା ଏତେଟା ନ ଥିଲା। ଏହା ସତ ହେଲେ ଏବେ ଅଧିକାଂଶ ଲୋକେ ବିଭିନ୍ନ ରୋଗର...

ଖାଦ୍ୟ ଲାଳସାକୁ ନିୟନ୍ତ୍ରଣକରେ ମସ୍ତିଷ୍କ କୋଷିକା

ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ...

ସଫଳ ଉଦ୍ୟୋଗୀ ସସ୍ମିତା

କଳା ପ୍ରତି ପିଲାବେଳରୁ ତାଙ୍କର ଥିଲା ସ୍ବତନ୍ତ୍ର ଆକର୍ଷଣ। ନିଖୁଣ ଚିତ୍ରକଳା କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରୁଥିଲେ। ସୁଯୋଗ ମିଳିବା ପରେ...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ପୁରୁଷ; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ନବଜାତ ଶିଶୁର ଯତ୍ନ ସମ୍ପର୍କରେ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ପ୍ରଥମ ନବଜାତ ଶିଶୁକୁ ନେଇ ଅଭିଭାବକ ବେଶି ଚିନ୍ତିତ ହୋଇପଡ଼ନ୍ତି। କାରଣ ସେମାନଙ୍କ ଯତ୍ନ ନେବା ପାଇଁ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।...

ଡାଏରୀ ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌...

ଏ ସବୁ ସମସ୍ୟାରୁ ମୁକ୍ତିଦିଏ କର୍ପୂରତେଲ

ଘରେ ବିଭିନ୍ନ ପୂଜାପାର୍ବଣ ବା ଆଳତି ସମୟରେ କର୍ପୂରର ବ୍ୟବହାର କରାଯାଇଥାଏ। ଏହା ପରେ ମଧ୍ୟ କର୍ପୂରକୁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ। ଏଥିରୁ...

Advertisement
Archives

Model This Week