ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଧାରଣା ଦେଲେ ପଞ୍ଚାୟତବାସୀ

ଲାଞ୍ଜିଗଡ଼,୨୦।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ ନିୟମିତ ରହୁ ନ ଥିବା ଅଭିଯୋଗରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଆଗରେ ଆସି ଧାରଣା ଦେଇଛନ୍ତି କୁମଖାଲ ପଞ୍ଚାୟତବାସୀ I କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ବ୍ଲକର ଅନେକ ଗୁଡିଏ ଗାଁରେ ଶିକ୍ଷା,ସ୍ବାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଭଳି ଅନେକ ଗୁଡିଏ ସମସ୍ୟା ରହିଛି,ଯାହା ଫଳରେ ଆଦିବାସୀଙ୍କ ସରଳତାର ଫାଇଦା ନେଇ କିଛି ଦାୟିତ୍ୱହୀନତା କର୍ମଚାରୀମାନଙ୍କ ଯୋଗୁ ସରକାରଙ୍କ ମୌଳିକ ସୁବିଧା ପାଇ ପାରୁନାହାନ୍ତି ଦୁର୍ଗମ ଅଞ୍ଚଳର ଲୋକେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟ ଉପ କେନ୍ଦ୍ରରେ। ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ ପ୍ରତିମା ବାଗ ନିୟମିତ ରହୁ ନ ଥିବା ଯୋଗୁ ଅଞ୍ଚଳରେ ଲୋକେ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ରହି ୧୨ କି:ମି.ଦୂରରେ ଥିବା ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ହିଁ ନିର୍ଭର କରିଥାନ୍ତି। ଏହାକୁ ପ୍ରତିବାଦ କରି ବନ୍ଦ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ର ଆଗରେ ଆସି ଧାରଣା ଦେଇଛନ୍ତି କୁମଖାଲ ପଞ୍ଚାୟତବାସୀ। ଏମାନଙ୍କ କହିବା ଅନୁସାରେ ସ୍ବାସ୍ଥ୍ୟକର୍ମୀ କେବଳ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଲୋକଙ୍କୁ ଦେଖା ଦିଅନ୍ତି।
ଅନ୍ୟ ସମୟରେ କେତେବେଳେ କେନ୍ଦ୍ରକୁ ଆସି କେତେବେଳେ ଯାଆନ୍ତି ତାଙ୍କୁ ହିଁ ଜଣା ସଦ ସର୍ବଦା କେନ୍ଦ୍ରରେ ତାଲା ଝୁଲିଥାଉଛି ବୋଲି ଅଞ୍ଚଳ ଲୋକେ ମତପ୍ରକାଶ କରିଛନ୍ତି। ଉକ୍ତ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜସ୍ବ ଗୃହଠୁ ଆରମ୍ଭ କରି ପାନୀୟ ଜଳ, ବିଜୁଳି, ମୋବାଇଲ ନେଟୱାର୍କ ଭଳି ସମସ୍ତ ପ୍ରକାର ସୁବିଧା ରହିଥିଲେ ମଧ୍ୟ କେଉଁ କାରଣରୁ ସ୍ବାସ୍ଥ୍ୟକର୍ମୀ ଓ ସିଏଚଓ ରହୁନାହାନ୍ତି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି। ଏପଟେ ବର୍ତମାନ ଶିତ ସମୟ ଚାଲିଥିବା ବେଳେ ସାମାନ୍ୟ ଥଣ୍ଡାଜ୍ୱର ତଥା ଖାସ ସର୍ଦ୍ଦି ହେଲେ ମଧ୍ୟ ନିକଟସ୍ତ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ମିଳିପାରୁନାହିଁ। ଶିଶୁ, ଗର୍ଭବତୀ, ପ୍ରସୂତି ମହିଳା, ଗୁରୁତର ରୋଗୀ, ବୃଦ୍ଧବୃଦ୍ଧା ମାନେ ପ୍ରାଥମିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରହୁଥିବାବେଳେ ସରକାରଙ୍କ ମାଗଣା ଔଷଧ ରୋଗୀଙ୍କୁ କେବେ ମଧ୍ୟ ଦିଆ ଯାଉ ନ ଥିବା ବେଳେ ଔଷଧ ସବୁ କୁଆଡେ ଯାଉଛି ବୋଲି ପ୍ରଶ୍ନ କରିବା ସହ ବ୍ଳକ ମୁଖାଳୟ ବିଶ୍ୱନାଥପୁର ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଲୋକେ ପ୍ରକାଶ କରିଛନ୍ତି।
ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ବର୍ଷ ତମାମ ଅନୁପସ୍ଥିତି ରହୁଥିବା ଲୋକଙ୍କ ଅଭିଯୋଗ ହେଉଥିବାବେଳେ ସ୍ବାସ୍ଥ୍ୟକର୍ମୀ ଓ ସିଏଚଓ କିପରି ଭାବେ ତାଙ୍କର ଉପରିସ୍ଥ ଅଧିକାରୀ ତଥା ସରକାରଙ୍କୁ ଉପସ୍ଥିତର ତଥ୍ୟ ପ୍ରଦାନ କରୁଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ଜିଲା ସ୍ବାସ୍ଥ୍ୟ ବିଭାଗ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ କୁମଖାଲ ପଞ୍ଚାୟତବାସୀ ଦାବି କରିଛନ୍ତି। ଏନେଇ ବିଶ୍ୱନାଥପୁର ମେଡ଼ିକାଲ ଅଫିସର ଭବାନୀ ଶଙ୍କର ଲେଙ୍କାଙ୍କୁ ପଚାରିବାରୁ ଦାଇତ୍ ରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ହାତ ଭାଙ୍ଗି ଯିବା ଯୋଗୁ ଏକ ମାସ ଛୁଟିରେ ଥିଲା। ସେଇ ସ୍ବାସ୍ଥ୍ୟକର୍ମୀଙ୍କ ସ୍ଥାନରେ ତ୍ରିଲୋଚନପୁର ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦାୟିତ୍ୱ ଦିଆଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା ସେ ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?