ମାଓବାଦୀ ନାଁରେ ବଟି ମାଗୁଥିଲେ

ରାୟଗଡ଼ା ଅଫିସ,୩ା୧: ମାଓବାଦୀଙ୍କ ନାଁରେ ଜଣେ ମିଲ୍‌ ମାଲିକଙ୍କୁ ଧମକାଇ ବଟି ମାଗିବା ଅଭିଯୋଗରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ପୋଲିସ ଜଣେ ଯୁବକଙ୍କୁ ସୋମବାର ଗିରଫ କରିଛି। ସେ ହେଲେ ଶେଷଖାଲ ଥାନା ଅନ୍ତର୍ଗତ ମହାବେକାକେଲି ଗ୍ରାମର ଭରତ ବଚେଲି(୩୭)। ଏହି ଘଟଣାରେ ଅନ୍ୟ ଜଣେ ସମ୍ପୃକ୍ତ ଫେରାର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭରତ କଲ୍ୟାଣସିଂହପୁର ଥାନା ଅଧୀନ ମାଝିଗୁଡ଼ାସ୍ଥିତ ରାଇସ୍‌ ମିଲ୍‌ ମାଲିକ ବି. ମାଧବଙ୍କୁ ଡିସେମ୍ବର ୧୪ରୁ ଦେଢ଼ ଲକ୍ଷ ଟଙ୍କା ମାଗି ଆସୁଥିଲେ। ଟଙ୍କା ନ ଦେଲେ ମିଲ୍‌ରେ ବୋମା ପକାଇଦେବେ ବୋଲି ଧମକ ଦେଉଥିଲେ। ରବିବାର ଏ ନେଇ ମାଧବ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା। ସୋମବାର ଅଭିଯୁକ୍ତ ଭରତଙ୍କୁ ଗିରଫ କରାଯାଇଥିବା ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ ଏବଂ କଲ୍ୟାଣସିଂହପୁର ଥାନାଧିକାରୀ ସୁକୁମା ହଁାସଦା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପୀ ସମ୍ବର୍ଦ୍ଧନାରେ ଅବହେଳା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ):  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ସହ ଶିଳ୍ପୀ ସମ୍ବର୍ଦ୍ଧନା ପ୍ରଦାନ...

ବିଦ୍ୟାଳୟ ଅନୁଦାନ ପାଣ୍ଠି ହଡ଼ପ ଅଭିଯୋଗ: ତଦନ୍ତ କଲା ଶିକ୍ଷା ବିଭାଗ

ରୂପସା,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡ଼ପଡା ପଞ୍ଚାୟତ ଅନ୍ତର୍ଗତ ବାଖରବାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଅନୁଦାନ ପାଣ୍ଠି ବିନିଯୋଗରେ ବ୍ୟାପକ ଅନିୟମିତତା ହୋଇଥିବା...

ଜୁଆଆଡ୍ଡାରେ ଚଢ଼ାଉ: ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ୧୦ ବାଇକ୍‌; ୪ ବୋଲେରୋ ଜବତ

ସୁନ୍ଦରଗଡ଼,୧୨।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା,୧୦ ବାଇକ୍‌,...

ଜେଲରେ ବ୍ୟାପୁଛି କରୋନା

କଟକ ଅଫିସ,୧୦ା୬: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପିରିକି ଜେଲ୍‌ରେ ମଧ୍ୟ ସଂକ୍ରମଣ ବ୍ୟାପୁଛି। ବ୍ରହ୍ମପୁର ମଣ୍ଡଳ କାରାଗାରରେ ୨ ଓ ରାଉରକେଲା ଉପ...

ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ ଆହତ

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ରଜାବସା ନିକଟରେ ଏନଏଚ-୨୦ରେ ଏକ ଯାତ୍ରୀବାହୀ ବସ୍‌(ନମ୍ବର-ଓଆର୦୫ଏଏନ/୬୨୩୦) ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି। ଫଳରେ ୨୦ଜଣ...

ବିଶ୍ୱ ଯୁବ ସମ୍ମିଳନୀରେ ଓଡ଼ିଆ ଝିଅ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ବିଶ୍ୱ ଯୁବ ସମ୍ମିଳନୀ (ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡ୍‌ନେସ୍‌)ରେ ଏକମାତ୍ର ଓଡ଼ିଆଭାବେ ଯୋଗ ଦେଇଛନ୍ତି ମଡେଲ ତଥା...

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ ଅଫିସ,୨୦ା୬: ଆସନ୍ତା ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ହୋଇଥିବା...

ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର, ୩ ଫେରାର, ମାରଣାସ୍ତ୍ର ସହ ଗାଡ଼ି ଜବତ

କେନ୍ଦ୍ରାପଡ଼ା ଅଫିସ/ ଆଳି,(ଡି.ଏନ୍‌.ଏ.), ୨୮ା୯: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଛକଠାରେ ଶନିବାର ଭୋରରେ ଜିଲା ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର ଆହତ...

Advertisement
Archives

Model This Week